Posted inଜାତୀୟ

ଜିଦ୍‌ରେ ଅଟଳ ବିଦ୍ରୋହୀ ବିଧାୟକ: କହିଲେ, ଆସ୍ଥା ଭୋଟରେ ଗୃହକୁ ଯିବାର ପ୍ରଶ୍ନ ଉଠୁନି

ମୁମ୍ବାଇ, ୧୭।୭: ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାବଦରେ ବାଚସ୍ପତି ଶେଷ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହାସହ ଇସ୍ତଫା ଦେଇଥିବା ୧୫ଜଣ ବିଧାୟକମାନଙ୍କୁ ଆସ୍ଥା ଭୋଟରେ ଅଂଶଗ୍ରହଣ କରିବାକୁ କେହି ବାଧ୍ୟ କରିପାରିବେନି ବୋଲି ପ୍ରଧାନ ବିଚାରପତି ତାଙ୍କ ରାୟରେ କହିଛନ୍ତି। ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଦ୍ରୋହୀ ବିଧାୟକ। ସେମାନେ କହିଛନ୍ତି, ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଆସ୍ଥା ଭୋଟରେ ଭାଗ ନେବାର ପ୍ରଶ୍ନ ଉଠୁନାହିଁ। ଏବେ ବି ଆମେ ଆମ ନିଷ୍ପତ୍ତିରେ କାଏମ ଅଛୁ ଏବଂ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଦେଉଛୁ ବୋଲି ସେମାନେ କହିଛନ୍ତି। କଂଗ୍ରେସ-ଜେଡିଏସ ମେଣ୍ଟର କିଛି ବିଧାୟକ ଦଳରୁ ଇସ୍ତଫା ଦେବା ପରେ କର୍ନାଟକ ରାଜନୀତି ସରଗରମ ହୋଇପଡିଛି। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାବଦରେ ନିଷ୍ପତ୍ତି ନେବାର ସମସ୍ତ କ୍ଷମତା ବାଚସ୍ପତିଙ୍କ ପାଖରେ ରହିଛି ବୋଲି ବୁଧବାର ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ପରେ ଏବେ ଶୁବମନ ଗିଲଙ୍କ ପ୍ରଶଂସକଙ୍କୁ ବଡ଼ ଝଟକା: BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୧: ଡିସେମ୍ବର ୨୪ ତାରିଖରେ ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀ ପାଇଁ ପଡ଼ିଆକୁ ଓହ୍ଲାଇବା ସମୟରେ, ପ୍ରଶଂସକମାନେ ବହୁତ ଆଶା ରଖିଥିଲେ। ପ୍ରଶଂସକମାନେ କୋହଲିଙ୍କୁ ଦେଖିବାକୁ...

ଆଜିଠାରୁ ମାଘ ମେଳା ଆରମ୍ଭ: ପୁଣ୍ୟ ପାଇବା ସହ ସମସ୍ୟା ଦୂର କରିବାକୁ ଚାହୁଁଥିଲେ ଘରେ କରନ୍ତୁ ଏହି ୩ ଉପାୟ…

ମାଘ ମେଳାକୁ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣା ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ, ଯାହା ପ୍ରତିବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜରେ...

ଧନୁଯାତ୍ରା ସମୟରେ ବରଗଡ଼ରେ ଚାଞ୍ଚଲ୍ୟ: ଗଳାକାଟି ଯୁବକଙ୍କୁ ହତ୍ୟା କଲେ…

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ଉତ୍ସବମୁଖର ହୋଇ ପଡିଥିବାବେଳେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଘୁଲିପାଲିରେ ଜଣେ...

ଡ୍ୟୁଟି ସାରି ବାଇକରେ ଘରକୁ ଫେରୁଥିଲେ ହୋମଗାର୍ଡ, ବାଟରେ ଘଟିଲା…

ବଲାଙ୍ଗୀର, ୩।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ମଲମଣ୍ଡା-ରଣ୍ଡା ଗାଁ ମଝିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି।...

ପାରିବାରିକ ଉତ୍ତରଦାୟିତ୍ୱ

ମାନବର ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ ଏବଂ ଅମାନବୀୟ ଚାରିତ୍ରିକ ସ୍ଖଳନ ସମାଜର ମେରୁଦଣ୍ଡକୁ ଭାଙ୍ଗିବାକୁ ବସିଛି। କିଛି ପରିବାରରେ ଏହା ଆଭିଜାତ୍ୟର ରୂପ ନେଇସାରିଛି।...

ଡାଇଓଜିନୀଜଙ୍କ ଅନ୍ବିଷ୍ଟ ମଣିଷ

ସୁଦୂର ଅତୀତର (କାରଣ ଖ୍ରୀଷ୍ଟପୂର୍ବ) ଏଇ ବିସ୍ମୟକର ଅଥଚ ଆଧ୍ୟାତ୍ମିକ ଭାବସମ୍ପନ୍ନ ଅଲୌକିକ କ୍ରିୟା, ମାନବ ସଭ୍ୟତାର ଇତିହାସରେ ଏକ ମାଇଲ ଖୁଣ୍ଟ। ସୃଷ୍ଟିର ରାଜମୁକୁଟ...

ଚାପର ପରୀକ୍ଷା

ଜଟିଳ ସ୍ଥିତି ଦେଇ ଗତି କରୁଥିବା ଭାରତ-ବାଂଲାଦେଶ ସମ୍ପର୍କକୁ ସୁଧାରିବା ଲାଗି ଚେଷ୍ଟା କରାଯାଉଛି। ଉଭୟ ପକ୍ଷର ସଂସ୍ଥା, ସୁରକ୍ଷା ଏଜେନ୍ସି ଏବଂ ଦାୟିତ୍ୱରେ ଥିବା...

ରବିଚାଷ ପାଇଁ ଅନିଶ୍ଚିତତାରେ ଚାଷୀ: ଉଠାଜଳସେଚନ ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗ ବିଳମ୍ବ ଅଭିଯୋଗ

ଲୋଇସିଂହା,୩ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଯୋଗୀସର୍ଡା ଗ୍ରାମର ଚାଷୀ ଅରବିନ୍ଦ ମିଶ୍ର। ତାଙ୍କ ଚାଷଜମିରେ ଉଠାଜଳସେଚନ ବିଭାଗ ପକ୍ଷରୁ ଏକ ବୋରିଂ ଖୋଳାଯିବା ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri