ଜିଓ ଟ୍ୟୁବ୍‌ ୱାଲରେ ଅଗ୍ନିକାଣ୍ଡ : ପ୍ରକଳ୍ପ କଳାକାରନାମାକୁ ଘୋଡାଇବାକୁ ଉଦ୍ୟମ

କେନ୍ଦ୍ରାପଡା ଅଫିସ, ୨୬ା୮:  କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ବେଳାଭୂମିସ୍ଥିତ ଜିଓ ସିନ୍ଥେଟିକ ଟ୍ୟୁବ୍‌ ଓ୍ବାଲରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଟ୍ୟୁବ୍‌ ଓ୍ବାଲ୍‌ର ଗାବିୟନ ବକ୍ସରେ ଲାଗିଥିବା ସିନ୍ଥେଟିକ ଜାଲ ନଷ୍ଟ ହୋଇଯାଇଛି। ଫଳରେ ସେଠାରେ ଥିବା ବହୁ ପଥର ସମୁଦ୍ର ଗର୍ଭକୁ ଚାଲିଯାଇଛି। ଏହି ନିଆଁ ଲାଗିବା ପରେ ସମୁଦ୍ର ଉପକୂଳବର୍ତ୍ତୀ ୫୬ ଗ୍ରାମର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଳି ଲୁଣା ତଟବନ୍ଧ ବିଭାଗ, ଜଳ ସମ୍ପଦ ବିଭାଗ, ଜିଲା ପ୍ରଶାସନର ପ୍ରତିନିଧିମାନେ ସେଠାରେ ପହଞ୍ଚତ୍ ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ କରିଛନ୍ତି। ଜିଓ ଟ୍ୟୁବ୍‌ ୱାଲରେ ଦୁର୍ଘଟଣା ହେବା ଘଟଣା ନୂଆ ହୋଇ ନ ଥିବା ବେଳେ ଏହା ପୂର୍ବରୁ ୨୦୧୭ରେ ପ୍ରକଳ୍ପ ନିର୍ମାଣ ସମୟରେ ଏହାର ୨୬ ନଂ. ଟ୍ୟୁବ ଫାଟି ଯାଇଥିଲା। ପୁନର୍ବାର ପ୍ରକଳ୍ପ କାର୍ଯ୍ୟ ଶେଷ ହେବାପରେ ଗାବିଅନ ବକ୍ସର ଜାଲ ସମୁଦ୍ର ଜୁଆର ମାଡ଼ରେ ଛିଡ଼ିିବା ନେଇ ଅଭିଯୋଗ ହୋଇଥିଲା। ଏହି ପ୍ରକଳ୍ପ ନିର୍ମାଣରେ ବହୁ କୋଟି ଟଙ୍କାର ଅନିୟମିତତା ହୋଇଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲା। ୱାଲ ନିର୍ମାଣ ପରେ ତଟବର୍ତ୍ତୀ ଅଞ୍ଚଳରେ ବାଲି ପଡ଼ି ନ ଥିବା ଜଣାପଡିଥିଲା। ମାତ୍ର ୨ ବର୍ଷ ପୂର୍ବେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ୩୩ କୋଟି ଟଙ୍କାର ଏହି ପ୍ରକଳ୍ପର ଫେଲ୍‌ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ବିଫଳ ପ୍ରକଳ୍ପର କଳାକାରନାମାକୁ ଘୋଡାଇବା ପାଇଁ ଏବେ ଉଦ୍ୟମ ଚାଲିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ଜିଓ ଟ୍ୟୁବ୍‌ରେ ନିଆଁ ଲାଗିବା ଦ୍ୱାରା ସମୁଦ୍ର ନିକଟସ୍ଥ ୫୬ଟି ଗ୍ରାମରେ ବସବାସ କରୁଥିବା ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସୁରକ୍ଷା ଚିନ୍ତା ବଢ଼ିଯାଇଛି।
ସୂଚନାଯୋଗ୍ୟ, ରାଜ୍ୟର ମୋଟ ୪୮୦ କି.ମି. ତଟାଞ୍ଚଳ ମଧ୍ୟରୁ ପ୍ରାୟ ୪୦ କିଲୋମିଟର ସ୍ଥାନରେ ସମୁଦ୍ର ଜଳପତ୍ତନ ଉଚ୍ଚା ହୋଇ ସ୍ଥଳଭାଗକୁ ମାଡି ଆସୁଛି। ଏହି କାରଣରୁ କେନ୍ଦ୍ରାପଡା ଜିଲାର ସାତଭାୟା ପଞ୍ଚାୟତର ୫ଟି ଗ୍ରାମ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। ପେଣ୍ଠଠାରେ ସମୁଦ୍ର ପ୍ରତିବର୍ଷ ୧୨ ମିଟର ସ୍ଥଳଭାଗକୁ ମାଡି ଆସୁଥିଲା। ଏଠାରେ ସମୁଦ୍ରର ଜଳ ପତ୍ତନ ପ୍ରାୟ ୩ ମିଟର ଉଚ୍ଚା ହୋଇଥିବାରୁ ୱାଲର୍‌ଡ ବ୍ୟାଙ୍କର ଅନୁଦାନରେ ୭ ମିଟର ଉଚ୍ଚ ବିଶିଷ୍ଟ ଜିଓ ଟ୍ୟୁବ ୱାଲ ନିର୍ମାଣ କରାଯାଇଥିଲା। ପ୍ରାଥମିକସ୍ତରରେ ୭୦୦ ମିଟର ଲମ୍ବର ଜିଓ ଟ୍ୟୁବ୍‌ ନିର୍ମାଣ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୫୦୫ ମିଟର ଲମ୍ବରେ ସୀମିତ ରଖାଯାଇଥିଲା। ୨୦୦୯ ଜାନୁୟାରୀ ୩୦ରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଜିଓ ଟ୍ୟୁବରେ ବାଲି ପୂରାଇ ବିଛାଯିବା ସହ ସୁରକ୍ଷା ପାଇଁ ୧୬ ମିଲିମିଟରର ସିନ୍ଥେଟିକ ଜାଲ ମଧ୍ୟରେ ପଥର ରଖାଯାଇଛି।
ଏ ସମ୍ପର୍କରେ ପେଣ୍ଠ ଗ୍ରାମର କୃତିବାସ ସ୍ବାଇଁ କୁହନ୍ତି, ଟ୍ୟୁବ୍‌ରେ ନିଆଁ ଲାଗିବା ପରେ ପେଣ୍ଠ, ଏଣ୍ଡୁଳାସାହି, ପ୍ରସନ୍ନପୁର, ସୁନ୍ଦୁରୀପାଳ, ଖଣ୍ଡମରା ଗ୍ରାମର ଭଳି ବହୁ ଗ୍ରାମର ଲୋକେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡିଛନ୍ତି।
ପୂର୍ବରୁ ତଟକ୍ଷୟ ଯୋଗୁ ସ୍ଥାନୀୟ ଲୋକେ ବ୍ୟସ୍ତବିବତ୍ର ରହୁଥିବା ବେଳେ ପ୍ରକଳ୍ପ ନିର୍ମାଣ ପରେ ଗ୍ରାମବାସୀ କିଛି ଆଶ୍ୱସ୍ତି ଲାଭ କରିଥିଲେ। ଏବେ ଧନ ଜୀବନ ପୁଣି ସଙ୍କଟରେ ରହିଥିବା ନେଇ ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସେହିପରି ପ୍ରସନ୍ନପୁରର ଦଇତାରୀ ସାମଲ କହିଛନ୍ତି, ପ୍ରକଳ୍ପ ନିର୍ମାଣ ଆରମ୍ଭରୁ ବିଭିନ୍ନ କ୍ଷେତ୍ରରେ ଅନିୟମିତତା ହୋଇଛି। ଉପଯୁକ୍ତ ସାମଗ୍ରୀ ବ୍ୟବହାର ହୋଇ ନ ଥିବା ବେଳେ ବୈଷୟିକ କୌଶଳ ପାଇଁ କୌଣସି ଇଞ୍ଜିନିୟର ସବୁ ସମୟରେ ରହୁ ନ ଥିଲେ। ଦୁର୍ବଳ ପ୍ରକଳ୍ପ ପାଇଁ ପଥର ଭାସି ଯାଉଛି। ଏଠାରେ ବନ୍ଧ ପରେ ବାଲି ୫୦୦ ମିଟର ଯାଏଁ ଆପଣା ଛାଏଁ ପଡିବ ବୋଲି ଦର୍ଶାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ହୋଇନାହିଁ ବୋଲି ସାମଲ ଅଭିଯୋଗ କରିଛନ୍ତି।
ଏହି ପ୍ରକଳ୍ପ ବିଫଳ ହୋଇଥିବାରୁ ଏହାର କଳାକାରନାମା ଲୁଚାଇବା ପାଇଁ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ନିଆଁ ଲଗାଯାଇଛି ବୋଲି ବୁଦ୍ଧିଜୀବୀ ବିଧୁଭୂଷଣ ମହାପାତ୍ର, ବାନାମ୍ବର ସାହୁ, ରାଧାକାନ୍ତ ମହାନ୍ତି, ଆଳୟ ସାମନ୍ତରାୟ ପ୍ରମୁଖ କହିଛନ୍ତିି। ନିଆଁ ଲାଗିବାର କାରଣ ଏବେ ଅନୁସନ୍ଧାନ ଚାଲିଛି ବୋଲି ଆଳି ଲୁଣା ତଟବନ୍ଧ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri