ଜାଲ୍‌ ଶିକ୍ଷକଙ୍କୁ ଜିଲାପାଳଙ୍କ ଚେତାବନୀ: ଚାକିରି ଛାଡ଼ିଲେ ବି କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ୍‌,୨୨|୧୧- ଗଞ୍ଜାମ ଜିଲରେ ଶିକ୍ଷକ ନିଯୁକ୍ତି ସମୟରେ ଜାଲ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବାରୁ ବର୍ତ୍ତମାନ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରତିଦିନ କେହି ନା କେହି ଧରାପଡ଼ୁଛନ୍ତି। ଅନ୍ୟପଟେ ଶିକ୍ଷା ବିଭାଗ ନିକଟରେ ଜାଲ୍‌ ସାର୍ଟିଫିକେଟ୍‌ଧାରୀ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ମଧ୍ୟ ବଢ଼ିବାରେ ଲାଗିଛି। ଏଯାଏ ୭୦ରୁ ଅଧିକ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇସାରିଲାଣି। ତେବେ କାର୍ଯ୍ୟାନୁଷ୍ଠାନ ଭୟରେ ନିୟମିତ ଇସ୍ତଫା ଦେଉଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। କିନ୍ତୁ ଚାକିରି ଛାଡ଼ିଲେ ମଧ୍ୟ ସେମାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଚେତାବନୀ ଦେଇଛନ୍ତି।
ଶିକ୍ଷା ବିଭାଗ ନିକଟରେ ବିଭିନ୍ନ ସଂଗଠନ ପକ୍ଷରୁ ଜାଲ ସାର୍ଟିଫିକେଟ୍‌ଧାରୀ ଶିକ୍ଷକଙ୍କ ତାଲିକା ଦାଖଲ ହୋଇଛି। ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ଏବଂ ଅଲ୍‌ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ପ୍ରାୟ ୭୦ ଶିକ୍ଷକଙ୍କ ତାଲିକା ପ୍ରଦାନ କରାଯାଇଛି। ସେଥିରେ ବେଗୁନିଆପଡ଼ା, ଧରାକୋଟ, ଶେରଗଡ଼ ଏବଂ କବିସୂର୍ଯ୍ୟନଗର ବ୍ଲକରୁ ସର୍ବାଧିକ ରହିଛନ୍ତି। ଏଥି ମଧ୍ୟରେ ଧରାକୋଟ ବ୍ଲକରୁ ଦୁଇ ଦଫାରେ ୭ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ସମୟରେ ଜାଲ୍‌ ସାର୍ଟିଫିକେଟ୍‌ ଦାଖଲ କରିଥିବା ଯାଞ୍ଚ ବେଳେ ଦୃଷ୍ଟିକୁ ଆସିଥିଲା। ସେମାନଙ୍କ ବିରୋଧରେ ସମ୍ପୃକ୍ତ ଥାନାଗୁଡ଼ିକରେ ଏତଲା ଦିଆଯାଇଛି। ଅନ୍ୟ ବ୍ଲକରେ କଡ଼ାକଡ଼ି ଯାଞ୍ଚ ଚାଲିଛି। ଯେଉଁ ସବୁ ଶିକ୍ଷକଙ୍କ ବିରୋଧରେ ପୂର୍ବରୁ ଜାଲ୍‌ ସାର୍ଟିଫିକେଟ୍‌ ନେଇ ଅଭିଯୋଗ ହୋଇଥିଲା, କିମ୍ବା ଯେଉଁମାନଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ପୂର୍ବରୁ ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ମଗାଯାଇଥିଲା, ସେମାନଙ୍କ ସାର୍ଟିଫିକେଟ୍‌ ପ୍ରଥମେ ଯାଞ୍ଚ କରାଯାଉଛି। କାର୍ଯ୍ୟାନୁଷ୍ଠାନ ଏବଂ ଆପରାଧିକ ମାମଲା ରୁଜୁ ଭୟରେ ସେମାନେ ଚାକିରି ଛାଡ଼ୁଛନ୍ତି। ପ୍ରାୟ ୭ଜଣ ଏପର୍ଯ୍ୟନ୍ତ ଇସ୍ତଫା ଦେଇଛନ୍ତି। ଚାକିରି ଛାଡ଼ୁଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରୁ ଅଧିକାଂଶ ଜିଲାର ଏକ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନର ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ଯାଞ୍ଚ ତାଲିକାରେ ରହିଛି। ତେବେ ଯାଞ୍ଚ ବେଳେ ଅନ୍ୟ କେତେକ ସମସ୍ୟା ମୁଣ୍ଡ ଟେକୁଛି। ଯେପରିକି ବର୍ତ୍ତମାନ ପର୍ଯ୍ୟନ୍ତ ମାଟ୍ରିକ୍‌ ସାର୍ଟିଫିକେଟ୍‌ ଯାଞ୍ଚ ହୋଇପାରୁଛି। କିନ୍ତୁ ତଦୁର୍ଦ୍ଧ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍‌ ଯାଞ୍ଚରେ ସମସ୍ୟା ମୁଣ୍ଡ ଟେକୁଛି। ଅନେକ ଶିକ୍ଷକ ନିଜର ନିଯୁକ୍ତି ସମୟରେ ରାଜ୍ୟ ବାହାରର ବିଇଡି ପ୍ରମାଣପତ୍ର ଦାଖଲ କରିଛନ୍ତି। ଏଣୁ କୌଣସି ଜଣେ ନିର୍ଦ୍ଦିଷ୍ଟ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ପାଇଁ ଅଧିକାରୀମାନେ ବାହାର ରାଜ୍ୟକୁ ଯିବା ସମ୍ଭବ ହେଉନାହିଁ। ସେହିଭଳି ନିଯୁକ୍ତି ସମୟରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ଏକାଧିକ ଶିକ୍ଷାନୁଷ୍ଠାନର ପ୍ରମାଣପତ୍ର ଦାଖଲ କରିଥାନ୍ତି। ସେଥିରେ ପୁଣି ଭିନ୍ନକ୍ଷମ, ଜାତିଗତ ଏବଂ ଆର୍ଥିକ ସ୍ଥିତି ସମ୍ପର୍କିତ ପ୍ରମାଣପତ୍ର ମଧ୍ୟ ରହୁଛି। ଏତେଗୁଡ଼ିକ ସାର୍ଟିଫିକେଟ୍‌କୁ ଯାଞ୍ଚ କରିବାରେ ସମସ୍ୟା ଦେଖାଦେଉଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ କହିବାନୁଯାୟୀ, ଜାଲ୍‌ ସାର୍ଟିଫିକେଟ୍‌ରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ସେମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରାଯାଉଛି। ଭୟରେ ଅନେକ ଚାକିରି ଛାଡ଼ୁଥିବା ଦୃଷ୍ଟିକୁ ଆସିଛି। ତେବେ ସେମାନେ ଚାକିରି ଛାଡ଼ିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ, ଥାନାରେ ଏତଲା ଦିଆଯିବ। ଅନ୍ୟମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ଚାଲିଛ, ପର୍ଯ୍ୟାୟକ୍ରମେ ଏହା ଚାଲିବ। ଯେଉଁମାନଙ୍କ ବିରୋଧରେ ଏତଲା ଦିଆଯାଇଛି, ସେମାନଙ୍କୁ ତୁରନ୍ତ ଗିରଫ କରିବା ଦିଗରେ ପଦକ୍ଷେପ ନେବା ପାଇଁ ପୋଲିସ ସହ ଆଲୋଚନା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri