ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ ଘଟଣା: ଆରଆଇଙ୍କ ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଜେଲ

ରଣପୁର,୧୨।୧୦(ସ୍ବ.ପ୍ର.): ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ ଘଟଣାରେ ରଣପୁର ଥାନା ପୋଲିସ ତତ୍କାଳୀନ ରଣପୁର ଆରଆଇ ତଥା ବର୍ତ୍ତମାନର ଲୋ଼ଧାଚୁଆ ଆରଆଇ ବିରୂପାକ୍ଷ ବିଶ୍ୱାଳ ଓ ଜାଲ୍‌ପଟ୍ଟା ହାତେଇଥିବା ମୁଖ୍ୟ ଅଭିଯୁକ୍ତ ବିପିନ କୁମାର ରାୟଙ୍କୁ ଶୁକ୍ରବାର ଗିରଫ କରିଛି। ଉଭୟଙ୍କୁ ନୟାଗଡ଼ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ରଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷେ ଏହି ଘଟଣାରେ ପୋଲିସ ଅଟକ ରଖିଥିବା ରଣପୁର ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ରାୟଙ୍କୁ ଛାଡି ଦେଇଥିବା ଜଣାପଡିଛି।
ଅନୁସାରେ, ରଣପୁର ତହସିଲ ବାଙ୍କପୁର ଗଁ।ର ସ୍ବର୍ଗତ ଦାଶରଥି ଜେନା ଓ କୁମୁଦିନୀ ଜେନାଙ୍କର ୨ ପୁଅ ଓ ୩ ଝିଅ । ଦାଶରଥି ଓ କୁମୁଦିନୀଙ୍କ ନଁ।ରେ ଥିବା ସମ୍ପତ୍ତିିକୁ ବଡପୁଅ ବିପିନ ଜାଲିଆତି କରି ନିଜ ନଁ।ରେ କରାଇ ନେଇଥିଲେ । ଏ ସମ୍ପର୍କରେ ଜାଣିବାକୁ ପାଇ ସାନପୁଅ ବିଜିନ ଘଟଣାର ତଦନ୍ତ ପାଇଁ ରଣପୁର ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଦଲିଲର ସାର୍ଟି ଫାଏଡ୍‌ କପି ମାଗିଥିଲେ । କପି ମିଳିବା ପରେ ଦଲିଲରେ ଜାଲିଆତି କରାଯାଇ ଘରବାରି, କୋଠା ଓ ଜମିକୁ ବଡ଼ଭାଇ ନିଜ ନଁ।ରେ କରାଇ ନେଇଥିବା ବିିଜିନ ଜାଣିବାକୁ ପାଇଥିଲେ । ଏହାର ପ୍ରତିବାଦ କରିବାରୁ ବିଜିନଙ୍କୁ ବଡ଼ ଭାଇ ବିପିନ ଘରୁ ତଡି ଦେଇଥିଲେ । ଏହା ପରେ ବିଜିନ ୧୭।୧।୨୦୧୮ରେ ସୂଚନା ଅଧିକାର ଆଇନ ଅନୁସାରେ ତହସିଲ କାର୍ଯ୍ୟାଳୟକୁ ଜମି ଜାଲିଆତିର କିଛି ପ୍ରମାଣ ମାଗିଥିଲେ । ହେଲେ ତହସିଲ କତ୍ତୃର୍ର୍ପକ୍ଷ ନୀରବ ରହିଥିଲେ। ପରେ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳିଲା ନାହିଁ । ତେବେ ଏ ସମ୍ପର୍କିତ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଥିଲା। ଜମି ଜାଲିଆତିର ତଦନ୍ତ କରାଯାଇ ଜାଲିଆତି ଜମି ପଟ୍ଟା ଖାରଜ ହୋଇଥିଲା । ଏପରି କି ଘରର ମୁଖିଆ ବାପାଙ୍କ ନଁାକୁ ସମ୍ପତ୍ତି ଚାଲି ଆସିଥିଲା । ତହସିଲରେ ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ କରିଥିବା ପ୍ରମାଣ ମିଳିବା ପରେ ତହସିଲ ପକ୍ଷରୁ ଜମି ପଟ୍ଟା ଖାରଜ କରାଯାଇ ନୂଆ ପଟ୍ଟା ପ୍ରଦାନ କରାଗଲା । ହେଲେ ତହସିଲ କର୍ତ୍ତୃପକ୍ଷ ଜାଲ୍‌ ଦଲିଲରେ ସମ୍ପୃକ୍ତ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚୁପ ହୋଇ ବସିଯାଇଥିଲେ । ଅଭିଯୋଗକାରୀ ବିଜିନ କିନ୍ତୁ ନ୍ୟାୟ ପାଇଁ ରଣପୁର ଥାନା ଓ ନୟାଗଡ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ପୋଲିସ ମଧ୍ୟ ଅଭିଯୋଗକୁ ତଦନ୍ତ ପରିସରଭୁକ୍ତ ନ କରି ଚୁପ ରହିଥିଲା । ଅଭିଯୋଗକାରୀ ନିରାଶ ନ ହୋଇ ହାଇକୋର୍ଟରେ ଆଶ୍ରୟ ନେଇଥିଲେ । ହାଇକୋର୍ଟ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିପି, ଏସ୍‌ପି ଓ ସ୍ଥାନୀୟ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଛାଟ ବାଜିବା ପରେ ଜାଲ୍‌ ଦଲିଲରେ ପଟ୍ଟା କରିଥିବା ମୁଖ୍ୟ ଅଭିଯୁକ୍ତ ବାଙ୍କପୁରର ବିପିନ କୁମାର ରାୟ, ରଣପୁର ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ରାୟଙ୍କ ସମେତ ରଣପୁର ତହସିଲର ଅନ୍ୟ କର୍ମଚାରୀଙ୍କ ନଁାରେ ୪୬୫, ୪୬୭, ୪୬୮, ୪୭୭(ଏ), ୪୨୦, ୨୯୪, ୫୦୬, ୧୨୦(ବି) ଆଇପିସି ଦଫାରେ ଗତ ସେପ୍ଟେମ୍ବର ୫ତାରିଖରେ ପୋଲିସ ୧୮୭/୧୯ରେ ମାମଲା ରୁଜୁ କରିଥିଲା । କିନ୍ତୁ କାହାକୁ ଗିରଫ କରି ନ ଥିଲା । ତେବେ ଗତ ୨ଦିନ ତଳେ ଡିଜିପି ବି.କେ.ଶର୍ମା ଘଟଣାରେ ହସ୍ତକ୍ଷେପ କରିଥିଲେ। ଅଭିଯୋଗକାରୀ ବିଜିନ କୁମାର ରାୟଙ୍କୁ ଫୋନ ଯୋଗେ ମାମଲାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। କାହାକୁ ଗିରଫ କରାଯାଇ ନ ଥିବା ବିଜିନ ଡିଜିପିଙ୍କୁ ଜଣାଇଥିଲେ ବୋଲି କହିଛନ୍ତି। ଗୁରୁବାର ରାତିରେ ରଣପୁର ପୋଲିସ ଅତିରିକ୍ତ ତହସିଲଦାର ମାନସଙ୍କୁ ଅଟକ ରଖିଥିଲା । ତେବେ ଅଟକର ୪ ଘଣ୍ଟା ପରେ ବିଳମ୍ବିତ ରାତିରେ ଛାଡିଦେଇଥିଲା। ଫଳରେ ପୋଲିସର କାର୍ଯ୍ୟକଳାପକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏ ନେଇ ରଣପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କୁ ପଚାରିବାରୁ ସେ କହିଥିଲେ ଆମେ ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ରାୟଙ୍କୁ ଥାନାକୁ ଆଣିଥିଲୁ। ତାଙ୍କୁ ୩ଘଣ୍ଟା ପଚରାଉଚରା ପରେ ଛାଡିଦେଇଛୁ। ଅନ୍ୟପକ୍ଷେ ଶୁକ୍ରବାର ଅଭିଯୋଗକାରୀଙ୍କ ବଡ଼ଭାଇ ବିପିନଙ୍କୁ ପୋଲିସ ଚମ୍ପତ୍ତିପୁର ଛକରୁ ଗିରଫ କରିଥିଲା । ଲୋଧାଚୁଆ ଆରଆଇଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦଫା ଦାବି ନେଇ ଜିଲା ଶ୍ରମଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା ଅଫିସ,୪।୩: ଭାରତୀୟ ମଜଦୁର ସଂଘ ପକ୍ଷରୁ ଶ୍ରମଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାରତୀୟ ମଜଦୁର ସଂଘର ରାଜ୍ୟ ନିଷ୍ପତ୍ତି କ୍ରମେ...

ସଂସଦୀୟ ଷ୍ଟାଣ୍ଡିଂ କମିଟିର ସମୀକ୍ଷା ବୈଠକ: ଭୁବନେଶ୍ୱର ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନାହିଁ, ମାଷ୍ଟରପ୍ଲାନ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

ପୁରୀ ଅଫିସ, ୧୯ା୧: ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ରାଜଧାନୀ ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥାରେ ଅନେକ ତ୍ରୁଟି ରହିଛି। ଏହା ଠିକ୍‌...

ଗୁପ୍ତ ଟେଣ୍ଡରରେ ଲକ୍ଷାଧିକ ଟଙ୍କା ଲୁଟ୍‌

ଚଣ୍ଡିଖୋଲ,୩୧ା୩(ଡି.ଏନ.ଏ.): ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା କାର୍ଯ୍ୟରେ ଅନିୟମିତତାର ସୀମା ଟପି ଗଲାଣି। ଏଭଳି ସ୍ଥିତି ବଡଚଣା ସବ୍‌ଡିଭିଜନରେ ଚର୍ଚ୍ଚାର ବିଷୟ ହୋଇଛି। ଚାରାଟିଆ ପୂର୍ତ୍ତ...

ବରଗଡ଼ରେ ନାଇଟ୍‌ କର୍ଫ୍ୟୁ

ବରଗଡ଼ ଅଫିସ୍‌,୫।୪: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ମାର୍ଚ୍ଚ ପହିଲାରୁ ଏପର୍ଯ୍ୟନ୍ତ ଜିଲାରେ ୩୨୬ ଜଣ ନୂଆ ଆକ୍ରାନ୍ତ...

ଜେଜିଏଲ୍‌ଏସ୍‌କୁ ନମ୍ବର ୧ ଲ’ ସ୍କୁଲ ମାନ୍ୟତା

ଭୁବନେଶ୍ୱର, ୫ା୩: ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର ଜିନ୍ଦଲ ଗ୍ଲୋବାଲ ଲ’ ସ୍କୁଲ(ଜେଜିଏଲ୍‌ଏସ୍‌)କୁ ଦେଶର ନମ୍ବର ୧ ଲ’ ସ୍କୁଲ ମାନ୍ୟତା ମିଳିଛି। ଆଇନ କ୍ଷେତ୍ରରେ କ୍ୟୁଏସ୍‌...

ଧାନ ବିକ୍ରି କରିପାରୁନି ଚାଷୀ: ସମବାୟ ସମିତି ସମ୍ମୁଖରେ ଧାରଣା

ଓପଦା, ୧୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ତଳକିଆ ପଞ୍ଚାୟତର ତଳକିଆ ସେବା ସମବାୟ ସମିତି ସରକାରୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଥିବା...

‘ନାରୀଙ୍କୁ ଅପମାନିତ କରିବା ଭାଜପା ନେତାଙ୍କ ଚରିତ୍ର ହେଲାଣି’

ଭୁବନେଶ୍ବର, ୨ା୧୨(ବ୍ୟୁରୋ): ଭାଜପା ଏମ୍‌ପି ଜୁଏଲ ଓରାମ ଜଣେ ନାରୀଙ୍କୁ ଅପମାନ କରିଛନ୍ତି । ନାରୀଙ୍କୁ ଅପମାନିତ କରିବା ଭାଜପା ନେତାଙ୍କ ଚରିତ୍ର ହୋଇଗଲାଣି ବୋଲି...

ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୩।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର...

Advertisement
Archives

Model This Week