ଜାନୁୟାରୀରେ ପାସେଞ୍ଜର ଯାନ ବିକ୍ରି ୬% କମିଲା

ନୂଆଦିଲ୍ଲୀ,୧୧-୨: ଜାନୁୟାରୀ ମାସରେ ଦେଶ ମଧ୍ୟରେ ପାସେଞ୍ଜର ଯାନ ବିକ୍ରି ୬.୨% ହ୍ରାସ ଘଟିଛି। ଓନରଶିପ ମୂଲ୍ୟରେ ବୃଦ୍ଧି ଏବଂ ଜିଡିପିରେ ମନ୍ଥର ଅବସ୍ଥା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକସର୍ସ(ସିଆମ) ପକ୍ଷରୁ କୁହାଯାଇଛି। ଗତ ମାସରେ ଯାତ୍ରୀବାହୀ ଯାନ ବିକ୍ରି ୨.୬୨ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୨.୮୦ ଲକ୍ଷ ୟୁନିଟ ରହିଥିଲା। ଜାନୁୟାରୀରେ କାର ବିକ୍ରି ୮.୧% ଖସିବା ସହ ୧.୬୪ ଲକ୍ଷ ୟୁନିଟ ରହିଛି। ଯାହା ଗତ ବର୍ଷ ଜାନୁୟାରୀରେ ୧.୭୯ ଲକ୍ଷ ୟୁନିଟ ରହିଥିଲା। ସବୁ ବର୍ଗରେ ଯାନ ବିକ୍ରି ୧୩.୮୩ % ହ୍ରାସ ଘଟି ୧୭.୩୯ ଲକ୍ଷ ୟୁନିଟ ରହିଛି। ୨୦୧୯ ଜାନୁୟାରୀରେ ଏହା ୨୦.୧୯ ଲକ୍ଷ ୟୁନିଟ ଥିଲା। ଓନରଶିପ ଖର୍ଚ୍ଚ ବଢିବା ଯୋଗୁ ଯାନ ବିକ୍ରି ଉପରେ ଏହାର ପ୍ରଭାବ ପଡିଥିବା ସିଆମ ସଭାପତି ରାଜନ ଓ୍ବାଧେରା ସୂଚନା ଦେଇଛନ୍ତି।
ଏପ୍ରିଲ ୧ରୁ ବିଏସ୍‌-୬ ସାରା ଦେଶରେ ଲାଗୁ ହେବାକୁ ଯାଉଛି। କମ୍ପାନୀଗୁଡିକ ବିଏସ୍‌ -୪ ପରିବର୍ତ୍ତେ ବିଏସ୍‌ ଲାଗୁ କରାଇବା ଦିଗରେ ଏବେ ପ୍ରୟାସ ଜୋରଦାର କରିଛନ୍ତି। ଇନପୁଟ ଖର୍ଚ୍ଚ ବଢିବା ଯୋଗୁ ଅନେକ କମ୍ପାନୀ ସେମାନଙ୍କ ଯାନ ଉପରେ ମୂଲ୍ୟ ବୃଦ୍ଧି କରୁଥିବା ଦେଖାଯାଇଛି। ଏଭଳି ସ୍ଥିତିରେ ଓ୍ବାଧେରା କହିଛନ୍ତି ଯେ, ସରକାର ବଜେଟରେ ଘୋଷଣା କରିଥିବା ଭିତ୍ତିଭୂମି ଏବଂ ଗ୍ରାମୀଣ ବିକାଶ ପଦକ୍ଷେପ ଯାନ ବିକ୍ରି କୁ ବଢାଇବା ଦିଗରେ ସହାୟକ ହୋଇ ପାରିବ। ବିଶେଷ କରି ବାଣିଜି୍ୟକ ଏବଂ ୨ ଚକିଆ ଯାନ ବିକ୍ରି ବଢିବା ନେଇ ଆଶା କରାଯାଉଛି। ସୂଚନା ମୁତାବକ ଜାନୁୟାରୀରେ ୨ ଚକିଆ ଯାନ ବିକ୍ରି ୧୬.୦୬% କମି ୧୩.୪୧ ଲକ୍ଷ ୟୁନିଟ ରହିଛି। ମୋଟର ସାଇକେଲ ବିକ୍ରି ଗତ ମାସରେ ୧୫.୧୭% ହ୍ରାସ ଘଟି ୮.୭୧ ଲକ୍ଷ ୟୁନିଟକୁ ଖସିଛି। ସ୍କୁଟର ବିକ୍ରି ୧୬.୨୧% ହ୍ରାସ ଘଟି ୪.୧୬ ଲକ୍ଷ ୟୁନିଟ ରହିଛି। ଏହାବାଦ ବାଣିଜି୍ୟକ ଯାନ ବିକ୍ରିରେ ୧୪.୪% ହ୍ରାସ ଦେଖାଯିବା ସହ ଏହା ୭୫, ୨୮୯ ୟୁନିଟକୁ ଖସିଛି।
ପ୍ରାୟ ସବୁ ବର୍ଗରେ ଯାନର ହୋଲସେଲ ବିକ୍ରି ଖସିଥିବା ସିଆମ ମହାନିର୍ଦ୍ଦେଶକ ରାଜେଶ ମେନନ କହିଛନ୍ତି। ଅଟୋ ଏକ୍ସପୋରେ ୭୦ ମଡେଲ ଉନ୍ମୋଚନ କରାଯାଇଛି। ଏହା ଦ୍ୱାରା ଗ୍ରାହକଙ୍କ ମନୋବୃତ୍ତିରେ କିଛିଟା ପରିବର୍ତ୍ତନ ଆସିବା ନେଇ ଆଶାବାଦୀ ରହିଥିବା ସେ ମତ ରଖିଛନ୍ତି। ସୂଚନା ମୁତାବକ ପ୍ରମୁଖ ଯାନ ନିର୍ମାତା ମାରୁତିର ବିକ୍ରିରେ ୦.୨୯%, ହ୍ୟୁଣ୍ଡାଇ ୮.୩%, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ୧୭.୦୫% ବିକ୍ରି ହ୍ରାସ ଘଟିଛି। ଏହାବାଦ ୨ ଚକିଆ ଯାନ ନିର୍ମାତା କମ୍ପାନୀଙ୍କ ମଧ୍ୟରେ ହିରୋ ମୋଟୋକର୍ପର ବିକ୍ରି ୧୪.୩୭%, ହୋଣ୍ଡା ମୋଟର ସାଇକେଲ ୬.୬୩% ଏବଂ ଟିଭିଏସ୍‌ ମୋଟର୍ସର ୨୮.୭୨% ବିକ୍ରି ହ୍ରାସ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri