ଜାନୁଆରୀ ୧୪ରୁ ଆଇଆଇଏମ୍‍ସିରେ ‘ଫିଲ୍ମି ଚକ୍କର-୩’

ଢେଙ୍କାନାଳ,୯।୧:: ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା । ଚଳଚ୍ଚିତ୍ର ଉପରେ ଆଲୋଚନା । ପୁଣି ଚଳଚ୍ଚିତ୍ରର ବିଭିନ୍ନ ବିଭବକୁ ନେଇ କର୍ମଶାଳା । ଏସବୁର ସୁଯୋଗ ଆଣିଦେଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଚଳଚ୍ଚିତ୍ର ସମ୍ପର୍କିତ କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର-୩’ । ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞ ଓ ଅଂଶଗ୍ରହଣକାରୀ ଆସି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ପ୍ରଥମ ଦିନରେ ‘ଓଟିଟି ଯୁଗରେ ସିନେମା’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି । ଏଥିରେ ଓଟିଟି (ଓଭର୍‍ ଦି ଟପ୍‍) ଅର୍ଥାତ୍‍ ଅନ୍‍ଲାଇନ୍‍ ଷ୍ଟ୍ରିମିଂ ମାଧ୍ୟମରେ ପ୍ରଦର୍ଶିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ପାରମ୍ପରିକ ଚଳଚ୍ଚିତ୍ରର ଭୂମିକା, ଆଦର ଆଦି କେତୋଟି ତୁଳନାତ୍ମକ ଦିଗ ଉପରେ ଆଲୋଚନା ହେବ । ଏଥିରେ କିଟ୍‍ ସ୍କୁଲ୍‍ ଅଫ୍‍ ସିନେମାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ସୁଲେଖକ ତଥା ଆଇଆଇଏମ୍‍ସି ଅମରାବତିର ପୂର୍ବତନ ନିର୍ଦ୍ଦେଶକ ନଦିମ୍‍ ଖାଁ, ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଲେଖକ ଡ. ପିୟୁଷ ରାୟ, କୋଲ୍‍କାତା ଜାଭିୟର କଲେଜ୍‍ର ପ୍ରଫେସର ତଥା ଚଳଚ୍ଚିତ୍ର ନିର୍ମାତା ଉତ୍ସବ ଚାଟାର୍ଜୀ ଓ ସମ୍ବଲପୁର ମହିଳା ମହାବିଦ୍ୟାଳୟ ହିନ୍ଦୀ ବିଭାଗୀୟ ମୁଖ୍ୟ ଡ. ଜୟନ୍ତ କର ଶର୍ମା ଯୋଗଦେଇ ଆଲୋଚନା କରିବେ । ଏହାସହ କିଛି ଶିକ୍ଷାବିତ୍‍ ଓ ଶିକ୍ଷାର୍ଥୀ ଏ ବିଷୟ ଉପରେ ସନ୍ଦର୍ଭ ଉପସ୍ଥାପନ କରିବେ ।
ସେହିପରି ଦ୍ୱିତୀୟ ଦିନ ହେବାକୁ ଥିବା ଚଳଚ୍ଚିତ୍ର ଆପ୍ରିସିଏସନ୍‍ କର୍ମଶାଳାରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ଯୋଗଦେଉଛନ୍ତି । ପିୟୁଷ ରାୟଙ୍କ ସଂଯୋଜନାରେ ହେବାକୁ ଥିବା ଏହି କର୍ମଶାଳାରେ ଚଳଚ୍ଚିତ୍ର ସମ୍ପର୍କିତ ରିପୋର୍ଟିଂଠାରୁ ଆରମ୍ଭ କରି ଚଳଚ୍ଚିତ୍ର ସମୀକ୍ଷା, ଚଳଚ୍ଚିତ୍ର ସମାଲୋଚନା ତଥା ଅନ୍ୟାନ୍ୟ ବୈଷୟିକ ଦିଗ ଉପରେ ଆଲୋଚନା ହେବ । ଏହାସହ କେତୋଟି ଉପାଦେୟ ପ୍ରାମାଣିକ ଚଳଚ୍ଚିତ୍ର ଓ ଫିଚର ଫିଲ୍ମ ମଧ୍ୟ ପ୍ରଦର୍ଶିତ ହେବାର କାର୍ଯ୍ୟସୂଚୀ ରହିଛି ।
ଚଳଚ୍ଚିତ୍ର ସାମ୍ବାଦିକତା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଏହି କର୍ମଶାଳା ବେଶ୍‍ ସହାୟକ ହେବ ବୋଲି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି । ‘ଫିଲ୍ମି ଚକ୍କର’ର ଏହା ତୃତୀୟ ସଂସ୍କରଣ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri