Posted inଖେଳ

ଜାତୀୟ ସିନିୟର ୫-ଏ-ସାଇଡ୍‌ ହକି: ହରିୟାଣା, କର୍ନାଟକ ଚାମ୍ପିୟନ

କାନ୍‌ପୁର, ୨୮।୯-
ସ୍ଥାନୀୟ ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଶୁକ୍ରବାର ଶେଷ ହୋଇଥିବା ୫-ଏ-ସାଇଡ୍‌ ହକି ଟୁର୍ନାମେଣ୍ଟର ମହିଳା ବିଭାଗରେ ହରିୟାଣା ଓ ପୁରୁଷରେ କର୍ନାଟକ ଚାମ୍ପିୟନ ହୋଇଛି। ମହିଳା ବିଭାଗ ଫାଇନାଲରେ ହରିୟାଣା ୪-୨ ଗୋଲରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ମୋନିକା ସିହାଗ ୬ଷ୍ଠ ଓ ୭ମ ମିନିଟରେ ଏବଂ ଦୀପିକା ୮ମ ଓ ୧୬ତମ ମିନିଟରେ ୨ଟି ଲେଖାଏ ଗୋଲ ଦେଇଥିଲେ। ଉତ୍ତର ପ୍ରଦେଶ ପକ୍ଷରୁ ଅନୁଜା ସିଂ ୧୨ ଓ ୧୩ତମ ମିନିଟରେ ୨ଟି ଗୋଲ ପରିଶୋଧ କରିଥିଲେ। ସେହିପରି ପୁରୁଷ ବିଭାଗ ଫାଇନାଲରେ ଗତଥରର ଚାମ୍ପିୟନ କର୍ନାଟକ ୭-୩ ଗୋଲରେ ଉତ୍ତର ପ୍ରଦେଶକୁ ହରାଇ ଟାଇଟଲ ବଜାୟ ରଖିଛି। କର୍ନାଟକ ପକ୍ଷରୁ ଅଭରାନ ସୁଦେବ ୨, ୩ ଓ ୧୭ତମ ମିନିଟରେ ୩ଟି ଗୋଲ ଦେଇଥିବାବେଳେ ବି.ଏମ. ଲିକ୍ଷିତ ୧୫ ଓ ୨୦ତମ ମିନିଟରେ ୨ଟି ଏବଂ ମହମ୍ମଦ ରାହିଲ ମୌସିନ ୧୧ ଓ ସୋମେୟା କେ.ପି. ୧୨ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଉତ୍ତର ପ୍ରଦେଶ ପକ୍ଷରୁ ଅଧିନାୟକ ମହମ୍ମଦ ଅମିର ଖାଁ ୬ଷ୍ଠ ଓ ୯ମ ମିନିଟରେ ୨ଟି ଏବଂ ରାଜ କୁମାର ପାଲ ୪ର୍ଥ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ।
ବ୍ରୋଞ୍ଜ ମ୍ୟାଚରେ ହାରିଲା ଓଡ଼ିଶା
ପ୍ରତିଯୋଗିତାର ଉଭୟ ମହିଳା ଓ ପୁରୁଷ ବିଭାଗରେ ଓଡ଼ିଶା ସେମିଫାଇନାଲରେ ପରାସ୍ତ ହୋଇଥିଲା। ମହିଳା ବିଭାଗ ସେମିଫାଇନାଲରେ ଓଡ଼ିଶା ୩-୪ ଗୋଲରେ ହରିୟାଣା ନିକଟରୁ ହାରିଥିବାବେଳେ ପୁରୁଷ ବିଭାଗ ସେମିରେ ୧-୪ ଗୋଲରେ କର୍ନାଟକ ନିକଟରୁ ପରାସ୍ତ ହୋଇଥିଲା। ସେହିପରି ଉଭୟ ବିଭାଗର ବ୍ରୋଞ୍ଜ ପଦକ ମ୍ୟାଚରେ ମଧ୍ୟ ଓଡ଼ିଶା ହାରି ଯାଇଥିଲା। ମହିଳା ବିଭାଗ ମ୍ୟାଚରେ ଦଳ ୨-୩ ଗୋଲରେ ଝାଡ଼ଖଣ୍ଡଠାରୁ ପରାଜିତ ହୋଇଥିଲା। ଝାଡ଼ଖଣ୍ଡ ପକ୍ଷରୁ ଅଳକା ଡୁଙ୍ଗଡୁଙ୍ଗ ୫ମ, ବେତାନ ଡୁଙ୍ଗଡୁଙ୍ଗ ୧୨ ଓ ବିରାଜିନି ଏକ୍କା ୧୭ତମ ମିନିଟରେ ଏବଂ ଓଡ଼ିଶା ପକ୍ଷରୁ ଦୀପ୍ତି ଲାକ୍ରା ୧ମ ଓ ଅଧିନାୟିକା ଅସ୍ମିତା ବାର୍ଲା ୬ଷ୍ଠ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ପୁରୁଷ ବିଭାଗ ମ୍ୟାଚରେ ଓଡ଼ିଶା ୦-୨ ଗୋଲରେ ପଞ୍ଜାବ ନିକଟରୁ ପରାସ୍ତ ହୋଇଥିଲା। ପଞ୍ଜାବ ପକ୍ଷରୁ କରନବୀର ସିଂ ୫ମ ଏବଂ ସୁଦର୍ଶନ ସିଂ ୨୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri