ଜାତୀୟ ରାଜପଥ ମରାମତି କଲା ସଚେତନ ନାଗରିକ ମଞ୍ଚ

ଧର୍ମଶାଳା,୩୦ା୯(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ୫୩ନଂ ଜାତୀୟ ରାଜପଥ ଶୋଚନୀୟ ହୋଇପଡିଛି। ଚଣ୍ଡିଖୋଲ-ଡୁବୁରୀକୁ ସଂଯୋଗ କରୁଥିବା ଏହି ବ୍ୟସ୍ତବହୁଳ ରାଜପଥର କବାଟବନ୍ଧ ଠାରେ ଥିବା ବ୍ରାହ୍ମଣୀ ସେତୁ ମଧ୍ୟ ବିପଦସଂକୁଳ ଅବସ୍ଥାରେ ରହିଛି। ଏଠାରେ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନୀ ହେଉଛି। ଏହାର ମରାମତି ପାଇଁ ଅଞ୍ଚଳବାସୀଙ୍କ ତରଫରୁ ବାରମ୍ବାର ଜିଲା ପ୍ରଶାସନଠାରୁ ଆରମ୍ଭ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏ ଦିଗରେ କୌଣସି ସୁଫଳ ନ ମିଳିବାରୁ ରବିବାର ସଚେତନ ନାଗରିକ ମଞ୍ଚର ଯୁବ କର୍ମକର୍ତ୍ତାମାନେ ମିଳିତ ହୋଇ ରାସ୍ତାର ମରାମତି କରିଛନ୍ତି। ନିଜସ୍ବ ଉଦ୍ୟମରେ ଜାତୀୟ ରାଜପଥର କେତେକ ସ୍ଥାନରେ ହୋଇଥିବା ଖାଲଖମାକୁ କଂକ୍ରିଟ ଢଳେଇ କରିଛନ୍ତି। ଏହି ସମୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେବା ସହ ସଡ଼କ ସୁରକ୍ଷା ସମ୍ପର୍କରେ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ଲୋକମାନଙ୍କୁ ସଚେତନ କରାଇଛନ୍ତି। ଏଥିସହ ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥକୁ ଚାରିଥାକିଆ ସହ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ଦାବି କରିଛନ୍ତି। ଆଗାମୀ ଦିନରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପଦକ୍ଷେପ ନ ନେଲେ ଅର୍ଥନୈତିକ ଅବରୋଧ କରିବାକୁ ମଞ୍ଚର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି। ସଚେତନ ନାଗରିକ ମଞ୍ଚର ଆବାହକ ସରୋଜ ବେହେରାଙ୍କ ନେତୃତ୍ୱରେ ସଞ୍ଜୟ କୁମାର ସାହୁ, ଶକ୍ତିପ୍ରସାଦ ସାମନ୍ତ, ଯଶୋବନ୍ତ ସାହୁ, ସୌମ୍ୟରଞ୍ଜନ ସାହୁ, ଦେବୀପ୍ରସନ୍ନ ପରୀକ୍ଷଣ, ରଞ୍ଜନ କୁମାର ସାହୁ ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri