ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗ: ଗୁହାରି ଶୁଣିବାକୁ ରାସ୍ତାକୁ ଓହ୍ଲାଇଲେ ଜିଲାପାଳ, ଏସ୍‌ପି

ନୂଆପଡା ଅଫିସ/କୋମନା,୧୭।୯(ଡି.ଏନ.ଏ.)
ଜାତୀୟ ରାଜପଥର ଦୁରାବସ୍ଥାକୁ ନେଇ ଜିଲାବ୍ୟାପି ଅସନ୍ତୋଷ ଦୃଢୀଭୂତ ହେଉଥିବା ବେଳେ ଜିଲା ପ୍ରଶାସନ ଏହାର ଗୁରୁତ୍ୱକୁ ଉପଲବ୍ଧି କରିଛି । ନୂଆପଡ଼ା ଜିଲା କୋମନା ବ୍ଲକ ଉଦ୍ୟାନବନ୍ଧବାସୀ ଆନ୍ଦୋଳନ ମୁହାଁ ହେଉଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଖୋଦ ଜିଲାପାଳ ମଧୁସ୍ମିତା ସାହୁ ଏବଂ ଏସ୍‌ପି ବିନୀତ ଅଗ୍ରୱାଲ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରି ଦାବିପତ୍ର ଗ୍ରହଣ କରିଥିଲେ। ସେଠାରେ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କୁ ମଧ୍ୟ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାନ୍ୟ ଦାବିଗୁଡିକ ଉପରେ ତଦନ୍ତ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଆଜକୁ ୫ ବର୍ଷ ହେବ ନିର୍ମାଣ କାମ ଚାଲିଥିବା ୩୫୩ ନଂ. ଜାତୀୟ ରାଜପଥ ଆଜିଯାଏଁ ଶେଷ ହୋଇ ନ ଥିବାବେଳେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଖାଲଖମା ହୋଇ ମରଣଯନ୍ତା ପାଲଟିଛି । ଏହାକୁ ନେଇ ବିଭିନ୍ନ ଜାଗାରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ଉଦ୍ୟାନବନ୍ଧବାସୀ ବନ୍ଦ ପାଳନ କରିବାକୁ ପ୍ରସ୍ତୁତି ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ରବିବାର ଏସ୍‌ପି ଅଗ୍ରୱାଲ ଆନ୍ଦୋଳନକାରୀମାନଙ୍କୁ ଡାକି ଆଲୋଚନା କରିଥିବାବେଳେ ଏହାକୁ ସେ ଜିଲାପାଳଙ୍କ ସହ ଆଲୋଚନା କରି ସମାଧାନ ରାସ୍ତା ବାହାର କରିବେ। ଆନ୍ଦୋଳନରୁ ବିରତ ରହିବାକୁ ଅନୁରୋଧ କରିଥିଲେ । ପ୍ରତିଶ୍ରୁତି ମୁତାବକ ସୋମବାର ପୂର୍ବାହ୍ନ ୧୧ଟାରେ ଖୋଦ ଜିଲାପାଳ ସାହୁ ଏବଂ ଏସ୍‌ପି ଅଗ୍ରୱାଲ ଉଦ୍ୟାନବନ୍ଧରେ ପହଞ୍ଚତ୍ଥିଲେ। ଆନ୍ଦୋଳନକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେଠାକୁ ଠିକାଦାରଙ୍କ ପ୍ରତିନିଧିଙ୍କ ଡକାଇ ରାସ୍ତାର ଅବସ୍ଥା ବୁଲି ଦେଖିଥିଲେ। ତୁରନ୍ତ ଗାଡି ଚଳାଚଳ ସକାଶେ ରାସ୍ତା ମରାମତି କରିବା ସହ ରାସ୍ତା କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଠିକା କମ୍ପାନୀ ଆସନ୍ତା ୨୦ ତାରିଖ ସୁଦ୍ଧା ଦଲଦଲିଠାରୁ ଖଡିଆଳ ଯାଏଁ ସବୁଜାଗାରେ ମରାମତି କରିବା ସହ ଆଗାମୀ ୭ ମାସ ମଧ୍ୟରେ ସମ୍ପୂର୍ଣ୍ଣ ରାସ୍ତା କାମ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ଉଦ୍ୟାନବନ୍ଧରେ କ୍ରସ ଡ୍ରେନେଜ ନିର୍ମାଣ, ଜାତୀୟ ରାଜପଥରେ ବିସ୍ଥାପିତ ପରିବାରକୁ ଥଇଥାନ କରିବା ନାଁରେ ୨ କୋଟି ଟଙ୍କାର ଅନିୟମିତତା ହୋଇଛି । ଏହାର ତଦନ୍ତ କରିବାକୁ ଦାବି କରାଯାଇଛି। ଏହିଭଳି ଜାତୀୟ ରାଜପଥ ୩୫୩ରୁ କୁରେଶ୍ୱର ରାସ୍ତାକୁ ତୁରନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରିବାକୁ କୁହାଯାଇଛି । ଜିଲାପାଳ ଏହି ସବୁ ଦାବି ଗୁଡିକୁ ତୁରନ୍ତ ପୂରଣ କରାଯିବା ଦିଗରେ ନିଜେ ପଦକ୍ଷେପ ନେବେ ବୋଲି କହିଥିଲେ। ଆନ୍ଦୋଳନକାରୀଙ୍କ ମଧ୍ୟରେ ସୋମନାଥ ଖମାରୀ, ପ୍ରଦୀପ ସାହୁ, ହେମନ୍ତ କୁମାର କର, ସନ୍ତୋଷ ମହାନ୍ତି, ଜହରଲାଲ ସୁନାନୀ, ଓମପ୍ରକାଶ ରଣା, ମୂରଲୀଧର ପାଢୀ, ହୋମସିଂ ମାଝି, ବିଶେଶ୍ୱର ଧରୁଆ ପ୍ରମୁଖ ସାମିଲ ଥିଲେ। ଜିଲା ପ୍ରଶାସନ ଲୋକଙ୍କ ନିକଟକୁ ଆସି ଆଲୋଚନା କରିଥିବାରୁ ସମସ୍ତେ ଖୁସି ପ୍ରକଟ କରିଥିଲେ। ଫଳରେ ପ୍ରଶାସନ ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri