ଜାତିସଂଘ ସାଧାରଣ ସଭାରେ ମୋଦି: ଆତଙ୍କବାଦ ସବୁଠୁ ବଡ଼ ବିପଦ

ଜାତିସଂଘ,୨୮।୯(ପି.ଟି.):ଆତଙ୍କବାଦ କୌଣସି ଗୋଟିଏ ଦେଶ ପାଇଁ ନୁହେଁ, ବରଂ ସାରା ବିଶ୍ୱ ପାଇଁ ଆହ୍ବାନ ଭାବେ ଉଭା ହୋଇଛି। ଆତଙ୍କବାଦକୁ ସବୁଠୁ ବଡ଼ ବିପଦ ଭାବେ ଅଭିହିତ କରି ଏହା ବିରୋଧରେ ଲଢ଼େଇ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାତିସଂଘରେ ବିଶ୍ୱ ସମୁଦାୟକୁ ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଭାରତୀୟ ସମୟ ରାତି ୭ଟା ୩୦ ମିନିଟରେ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)କୁ ସମ୍ବୋଧିତ କରିଛନ୍ତି। ୟୁଏନ୍‌ଜିଏର ୭୪ତମ ଅଧିବେଶନରେ ମୋଦି ବିକାଶ, ନିରାପତ୍ତା, ଆତଙ୍କବାଦ ନିରୋଧୀ ଲଢ଼େଇ ଓ ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି। ମୋଦି ହିନ୍ଦୀରେ ଅଭିଭାଷଣ ଦେଇ କହିଛନ୍ତି, ଆତଙ୍କବାଦ ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହମତି ପ୍ରକାଶ ନ ପାଇବା ଦୁର୍ଭାଗ୍ୟଜନକ। ଜାତିସଂଘ ଯେଉଁ ସିଦ୍ଧାନ୍ତଗୁଡ଼ିକୁ ନେଇ ପ୍ରତିଷ୍ଠା କରାଯାଇଥିଲା ଅସହମତି ତା’ର ପରିପନ୍ଥୀ। ଭାରତ ସେହି ଦେଶ, ଯାହା ବିଶ୍ୱକୁ ଯୁଦ୍ଧ ନୁହେଁ ବରଂ ବୁଦ୍ଧଙ୍କ ଶାନ୍ତିର ବାର୍ତ୍ତା। ଏଥିଯୋଗୁଁ ଆତଙ୍କବାଦ ବିରୋଧରେ ଆମର ସ୍ବର ବିଶ୍ୱକୁ ସତର୍କ କରାଇଛି। ମାନବିକତା ପାଇଁ ଆତଙ୍କବାଦ ବିରୋଧରେ ବିଶ୍ୱ ଏକାଠି ହେବା ଜରୁରୀ ହୋଇପଡ଼ିଛି ବୋଲି ମୋଦି କହିଛନ୍ତି। ଭାରତକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ନେଇ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ମୋଦି ନିଜ ବକ୍ତବ୍ୟ ରଖିଥିଲେ। ଥରୁଟିଏ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌ରୁ ଜାତିସଂଘକୁ ମୁକ୍ତ କରିବା ପାଇଁ ଏହାର ପ୍ରବେଶପଥରେ ଆହ୍ବାନ ଦିଆଯାଇଛି। ବିଶ୍ୱର ସମସ୍ତ ରାଷ୍ଟ୍ର ଏହି କ୍ଷେତ୍ରରେ ଅଭିଯାନ ଜାରି ରଖିବା ଉଚିତ। ବିଗତ ୫ ବର୍ଷରେ ‘କ୍ଲିନ୍‌ ଇଣ୍ଡିଆ ମିଶନ’ରେ ଭାରତରେ ୧୧ କୋଟି ଶୌଚାଳୟ ତିଆରି କରାଯାଇଛି। ଏହା ବିଶ୍ୱ ପାଇଁ ଏକ ପ୍ରେରଣାଦାୟକ ସନ୍ଦେଶ। ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏଭଳି ଜନମଙ୍ଗଳକାରୀ ଯୋଜନାଗୁଡ଼ିକ ବିଶ୍ୱ ପାଇଁ ନୂଆ ଆଶା ଓ ବିଶ୍ୱାସ ସୃଷ୍ଟି କରିଛି। ବିକାଶଶୀଳ ଦେଶଗୁଡ଼ିକ ଏହାକୁ ଦୃଷ୍ଟାନ୍ତ ଭାବେ ଗ୍ରହଣ କରି ଯୋଜନା ଓ ପ୍ରକଳ୍ପଗୁଡ଼ିର ଅନୁଭୂତିକୁ ଗ୍ରହଣ କରିପାରିବେ। ଜଳବାୟୁ ପରିବର୍ତ୍ତନର ମୁକାବିଲା ଭାରତ ନେତୃତ୍ୱ ନେଉଛି। ବିଶ୍ୱତାପନର ସମାଧାନ କ୍ଷେତ୍ରରେ ପଦକ୍ଷେପ ନେବାରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର। ମହାମତ୍ା ଗାନ୍ଧୀଙ୍କ ସତ୍ୟ ଓ ଅହିଂସାର ବାର୍ତ୍ତା ଆଜି ମଧ୍ୟ ଶାନ୍ତି, ବିକାଶ ଏବଂ ପ୍ରଗତି ପାଇଁ ପ୍ରାସଙ୍ଗିକ। ତେଣୁ ସାରା ବିଶ୍ୱ ତାଙ୍କର ୧୫୦ତମ ଜୟନ୍ତୀ ପାଳନ କରୁଥିବାବେଳେ
ଜାତିସଂଘ ସାଧାରଣ ସଭାକୁ ସମ୍ବୋଧନ ଏକ ସ୍ବତନ୍ତ୍ର ଅବସର ବୋଲି ମୋଦି କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ କଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri