Posted inଫୁରସତ

ଜାଣନ୍ତି ଆଜିପର୍ଯ୍ୟନ୍ତ କାହିଁକି ପାଣିରୁ ବାହାର କରାଯାଇନାହିଁ ଟାଇଟନିକ୍‌ ଜାହାଜ

ଟାଇଟନିକ୍‌ ଜାହାଜ ବିଷୟରେ ଜାଣିଥିବେ ନିଶ୍ଚିତ। ଯାହା ଉପରେ ଫିଲ୍ମ ନିର୍ମାଣ କରାଯାଇଥିଲା। ଟାଇଟନିକ୍‌ ବିଶ୍ୱର ବୃହତ୍ତମ ଜାହାଜ ଭାବେ ପରିଚିତ ହେବା ଆଜକୁ ୧୦୮ ବର୍ଷ ବିତିଗଲାଣି। ଏହା ୧୦ ଏପ୍ରିଲ ୧୯୧୨ରେ ବ୍ରିଟେନର ସାଉଥ୍‌ମ୍ପଟନ୍‌ ବନ୍ଦରରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିଥିଲା। ଯାତ୍ରା କରିବାର ମାତ୍ର ୪ ଦିନ ପରେ ଉତ୍ତର ଆଟ୍‌ଲାଣ୍ଟିକ ମହାସାଗରରେ ଏକ ହିମଖଣ୍ଡ ସହିତ ମୁହାଁମୁହିଁ ଧକ୍କା ହୋଇ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଫଳରେ ଏହାର ଭଗ୍ନାଂଶ ୩.୮ କିଲୋମିଟର ଗଭୀରରେ ରହିଗଲା।


ଟାଇଟନିକ୍‌ ଦୁର୍ଘଟଣାରେ ପ୍ରାୟ ୧୫୦୦ ଲୋକ ପ୍ରାଣ ହରାଇଥିଲେ। ଏହାକୁ ସେହି ସମୟର ସବୁଠାରୁ ବଡ଼ ସାମୁଦ୍ରିକ ଦୁର୍ଘଟଣା ଭାବରେ ବିବେଚନା କରାଯାଏ। ପ୍ରାୟ ୭୦ ବର୍ଷ ଧରି ଏହି ଜାହାଜର ଧ୍ୱଂସାବଶେଷ ସମୁଦ୍ରରେ ଛୁଇଁ ନ ଥିଲା। ୧୯୯୫ରେ ଟାଇଟନିକ୍‌ର ଧ୍ୱଂସାବଶେଷ ପ୍ରଥମେ ଅନୁସନ୍ଧାନକାରୀ ରବର୍ଟ ବଲାର୍ଡ ଏବଂ ତାଙ୍କ ଦଳ ଦ୍ୱାରା ଆବିଷ୍କୃତ ହୋଇଥିଲା।
ଜାହାଜ ଯେଉଁଠାରେ ବୁଡ଼ି ଯାଇଥିଲା ସେଠାରେ ଘନ ଅନ୍ଧକାର ଏବଂ ତାପମାତ୍ରା ୧ ଡିଗ୍ରୀ ସେଲସିୟସ ଥିଲା। ଯାହାକି ବର୍ତ୍ତମାନ ସମୟରେ ଏପରି ଗଭୀରକୁ ଯିବା ଏବଂ ନିରାପଦରେ ଫେରିବା ଅତ୍ୟନ୍ତ କଷ୍ଟକର। ଧ୍ୱଂସାବଶେଷ ଖୋଜିବା ତ ଦୂର କଥା। ଜାହାଜ ଏତେ ବଡ଼ ଏବଂ ଓଜନିଆ ଥିଲା ଯେ, ପ୍ରାୟ ୪ କିଲୋମିଟର ଗଭୀରରୁ ଭଗ୍ନାଂଶ ବାହାର କରିବା ଅସମ୍ଭବ।
କୁହାଯାଏ, ଟାଇଟନିକ୍‌ର ଧ୍ୱଂସାବଶେଷ ସମୁଦ୍ର ଭିତରେ ଅଧିକ ସମୟ ରହିପାରିବ ନାହିଁ। କାରଣ ଏହା ଦ୍ରୁତ ଗତିରେ ତରଳିବାରେ ଲାଗିଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ଟାଇଟନିକର ଭଗ୍ନାଂଶ ଆସନ୍ତା ୨୦-୩୦ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ତରଳି ଯିବ। ପ୍ରକୃତରେ ସମୁଦ୍ରରେ ଥିବା ଜୀବାଣୁ ଏହାର ଲୌହ ଗଠନକୁ ଶୀଘ୍ର ବଦଳାଇ ଦେଉଛନ୍ତି। ଯେଉଁ କାରଣରୁ ଏଥିରେ କଳଙ୍କି ଲାଗିଯାଉଛି।
ବିବିସି ରିପୋର୍ଟ ଅନୁଯାୟୀ, କଳଙ୍କି ସୃଷ୍ଟି କରୁଥିବା ଏହି ଜୀବାଣୁ ପ୍ରତିଦିନ ପ୍ରାୟ ୧୮୦ କିଲୋଗ୍ରାମ ଆବର୍ଜନା ଖାଇଥା’ନ୍ତି। ତେଣୁ ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଏହା ଖୁବ୍‌ ଶୀଘ୍ର ପାଣିରେ ମିଳାଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri