ଜଳ ବନ୍ଦିରେ ଶକ୍ତିନଗର ବାସିନ୍ଦା : ୨୦ ବର୍ଷ ପରେ ବି ନିର୍ମାଣ ହୋଇନି ଡ୍ରେନ

ବ୍ରହ୍ମପୁର ଅଫିସ୍‌,୮ା୯-ଉତ୍ତର- ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି ।
ଏଥିରୁ ବାଦ ପଡିନି ସହରତଳି ଅଞ୍ଚଳ ।  ଲୋଚାପଡା ପଞ୍ଚାୟତ ଓ କୁକୁଡାଖଣ୍ଡି ବ୍ଲକ ଶକ୍ତିନଗର ଅଞ୍ଚଳରେ ସଙ୍ଗିନ ସ୍ଥିତି ଦେଖିବାକୁ ମିଳିଥିଲା। ଦୁଇଦିନ ବର୍ଷାରେ ଶକ୍ତିନଗର ପ୍ରଥମ ଗଳି ଏକ୍ସଟେନଶନ ଅଞ୍ଚଳର ମୁଖ୍ୟରାସ୍ତା ଜଳମଗ୍ନ ହୋଇଛି। ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ବାହାର ନର୍ଦ୍ଦମା ମିଶା ଜଳ ଅନେକ ଘରେ ପଶିଥିବା ଅଭିଯୋଗ ହୋଇଛି ।  ଡ୍ରେନ୍‌ ନିର୍ମାଣ ପାଇଁ ବହୁବାର ଉଭୟ ବ୍ଲକ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଅଞ୍ଚଳାବସୀଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ସେମାନେ କହିଛନ୍ତି। ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ସନ୍ନିକଟ ତଥା କୁକୁଡାଖଣ୍ଡି ବ୍ଲକ ଲୋଚାପଡା ପଞ୍ଚାୟତ ଶକ୍ତିନଗର ପ୍ରଥମ ଗଳି ଏକ୍ସଟେନଶନରେ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବସତିସ୍ଥାପନ ହୋଇଛି ।  ଏହି ଅଞ୍ଚଳରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପରିବାର ରହୁଛନ୍ତି ।  କିନ୍ତୁ ଏଯାଏ ଉକ୍ତ ଅଞ୍ଚଳରେ ଡ୍ରେନ୍‌ ନିର୍ମାଣ ହୋଇନାହିଁ ।
ଫଳରେ ସ୍ପଳ୍ପ ବର୍ଷାରେ ରାସ୍ତା ଉପରେ ଜଳ ଜମି ରହି ଘରେ ପଶୁଛି ା ଅଞ୍ଚଳର ବ୍ରଜବନ୍ଧୁ ବେହେରାଙ୍କ କହିବାନୁସାରେ, ଗତ ଦୁଇଦିନ ଲଗାଣ ବର୍ଷାରେ ମୁଖ୍ୟରାସ୍ତା ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହେବା ସହ ଘରେ ପାଣି ପଶିଛି ା କୂଅରେ ମଧ୍ୟରେ ନଦ୍ଦର୍ର୍ମା ମିଶା ଜଳ ପଶିଛି ା ଅନ୍ୟପକ୍ଷରେ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ମୁଖ୍ୟରାସ୍ତାରେ ବର୍ଷାଜଳ ଜମି ରହିଛି ା ଫଳରେ ଅଞ୍ଚଳକୁ ଯାତାୟାତ ପ୍ରଭାବିତ ହେଉଛି ା ବହୁବାର ଅଞ୍ଚଳର ଡ୍ରେନ୍‌ ପାଇଁ ପଞ୍ଚାୟାତ, ବ୍ଲ୍ଳକ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ଥିଲେ ମଧ୍ୟ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଞ୍ଚଳର ସିଏଚ ରାମକୃଷ୍ଣ କହିଛନ୍ତି। ତେବେ ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସେମାନେ ଚେତାବନୀ ଦେଇଛନ୍ତି। ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି ବିଡିଓଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିବା କହିଛନ୍ତି ଲୋଚାପଡା ପଞ୍ଚାୟତ ନାଏବ ସରପଞ୍ଚ ବରୁଣ କୁମାର ଚୌଧୁରୀ ା ରବିବାର ଅଞ୍ଚଳରୁ ବର୍ଷାଜଳ ନିଷ୍କାସନ ନେଇ ଅସ୍ଥାୟୀ ସମାଧାନ କରାଯିବାକୁ ବିଡିଓ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି ା ପଞ୍ଚାୟତ ଅଞ୍ଚଳର ବିକାଶ ପାଇଁ ବର୍ଷକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଟଙ୍କା ଯଥେଷ୍ଟ ହେଉନି ା ଯାହାଦ୍ୱାରା ପଞ୍ଚାୟତ ଅଞ୍ଚଳରେ ଡ୍ରେନେଜ୍‌ ସମସ୍ୟା ଦେଖାଦେଉଛି। ସହରାଞ୍ଚଳ ଭଳି ପଞ୍ଚାୟତ ଅଞ୍ଚଳର ମଧ୍ୟ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ଡ୍ରେନେଜ୍‌ ବିଭାଗକୁ ଦିଆଗଲେ ଏହାର ସ୍ଥାୟୀ ସମାଧାନ ସମ୍ଭବ ହୋଇପାରିବ ବୋଲି ନାଏବ ସରପଞ୍ଚ ଚୌଧୁରୀ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri