ଜଳ ପାଲଟିଛି ଜହର

ଗଣ୍ଡତୁରୁମ, ୨୩।୬ (ଡି.ଏନ.ଏ)  ଭେଡେନ ବ୍ଲକ ମହୁଲପାଲି ପଞ୍ଚାୟତର ଟିିହିକିପାଲି ଗ୍ରାମରେ ଦିନକୁ ଦିନ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ରୋଗରେ ପୀଡିତ ହୋଇ ଗ୍ରାମର ଗରୁଡ ବାରିକ (୫୦), ଦାମିନୀ ମେହେର (୬୫), ଲଳିତ ମେହେର (୫୦), ସୁଶାନ୍ତ ଅଦାବର (୪୦), ଟଙ୍କଧର ପଧାନ (୩୮) ପ୍ରମୁଖ ମୃତ୍ୟୁବରଣ କରିଛନ୍ତି। ସେହିପରି ରଙ୍କମଣି ଅଦାବର, ପିତାମ୍ବର ମେହେର, ଝୁନୁର ଧରୁଆ, ସନ୍ତୋଷ ବାରିକଙ୍କ ସମେତ ଆହୁରି ଅନେକ ଏହି ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି । ଗ୍ରାମବାସୀଙ୍କ ବ୍ୟବହୃତ ପାନୀୟ ଜଳ ପାଇଁ ଏହି ରୋଗ ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି ।
ଗତ କିଛିବର୍ଷ ତଳେ ଏହି ପଞ୍ଚାୟତର ଭାଙ୍ଗକୁଦ ଗ୍ରାମରେ ଏହି ରୋଗରେ ୯ଜଣଙ୍କ ପ୍ରାଣହାନି ଘଟିଥିଲା । ଏହି ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀ ଦଳ ଉକ୍ତ ଗାଁରେ ପହଞ୍ଚତ୍ ଜଳ ନମୂନା ସଂଗ୍ରହ କରିବା ସହିତ ଏହାର ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସେହି ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପାଣିର ଗାର ହୋଇ ରହିଯାଇଛି । ତେବେ ଭାଙ୍ଗକୁଦ ଭଳି ଅନୁରୂପ ଅବସ୍ଥା ଟିହିକିପାଲିରେ ଦେଖା ଦେଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭାଳେଣି ପଡିଯାଇଛି ।
ସୂଚନାଯୋଗ୍ୟ, ୩ଟି ୱାର୍ଡ ବିଶିଷ୍ଟ ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୧୫ ଶହ । ତନ୍ମଧ୍ୟରୁ ୮ଶହ ଉପରେ ମତଦାତା ଅଟନ୍ତି । ଏମାନଙ୍କ ପାନୀୟ ଜଳ ପାଇଁ ସରକାରୀ ହିସାବରେ ରହିଛି ୬ଟି ନଳକୂଅ । ପରିତାପର ବିଷୟ ସ୍କୁଲ ନିକଟସ୍ଥ ନଳକୂଅକୁ ବାଦ୍‌ ଦେଲେ ଅନ୍ୟ ନଳକୂଅର ପାଣି ପାନୀୟ ଉପଯୋଗୀ ନୁହେଁ । ଏହି ପାଣିରେ ରୋଷେଇ କଲେ ଭାତ ହଳଦିଆ ଦେଖାଯିବା ସହିତ ଡାଲିି, ପନିପରିବା ଶିଝୁନାହିଁ । ଏପରିକି ଏହି ପାଣିରେ କପଡା ସଫା କଲେ ସାବୁନ କିମ୍ବା ଡିଟରଜେଣ୍ଟ ପାଉଡର୍‌ରୁ ଫେଣ ବାହାରେ ନାହିଁ । ଅନ୍ୟପକ୍ଷରେ ଗ୍ରାମରେ ଥିବା ବେସରକାରୀ ନଳକୂଅର ମଧ୍ୟ ଅନୁରୂପ ଅବସ୍ଥା । ଲୋକେ ବାଧ୍ୟ ହୋଇ ଗ୍ରାମଠାରୁ ଏକ କିଲୋମିଟର ଦୂରରେ ଥିବା ସ୍କୁଲ ନିକଟସ୍ଥ ନଳକୂଅ ଉପରେ ନିର୍ଭର କରିଥାନ୍ତି। ସବୁବେଳେ ପାଣି ଟୋପାଏ ପାଇଁ ଗରା, ମାଠିଆ ଧରି ମହିଳାମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥାଏ । ପୁଣି ଏତେ ଲୋକଙ୍କୁ ଗୋଟିଏ ମାତ୍ର ନଳକୂଅର ପାଣି ପର୍ଯ୍ୟାପ୍ତ ହେଉ ନ ଥିବାରୁ ଲୋକେ ବାଧ୍ୟ ହୋଇ ପୋଖରୀର ଦୂଷିତ ଜଳକୁ ବ୍ୟବହାର କରୁଛନ୍ତି । ସ୍ଥାନୀୟ ଗିରି ଗୋବର୍ଦ୍ଧନ ପାହାଡ ନିକଟରେ ଗଭୀର ନଳକୂଅ ଖନନ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧି, ବିଧାୟକ, ମନ୍ତ୍ରୀ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କୁହନ୍ତି ଗ୍ରାମର ବିଦେଶ କୁମାର ଦାଶ। କେବଳ ନିର୍ବାଚନ ସମୟରେ ରାଜନେତା ଭୋଟ ହାତେଇବା ପାଇଁ ପ୍ରତିଶ୍ରୁତି ଦେଇ ଚାଲିଯାଇଥାନ୍ତି । ପରବର୍ତ୍ତୀ ସମୟରେ ଏକଥାକୁ ଭୁଲି ଯାଉଛନ୍ତି । ତୁରନ୍ତ ଜନପ୍ରତିନିଧି ଓ ପ୍ରଶାସନ ଗ୍ରାମବାସୀଙ୍କ ଏହି ସମସ୍ୟାକୁ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri