ଜଳସେଚନ ବିଭାଗ ଶୁଣିଲାନି, କେନାଲ ସଫେଇ କଲେ ଗ୍ରାମବାସୀ

କର୍ଲାମୁଣ୍ଡା,୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ପାଣି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆସିଥିବା ଡୁକେରମାଲ କେନାଲ (ସବ୍‌ମାଇନର -୧)କୁ ରବିବାର ସ୍ବେଚ୍ଛାକୃତ ଭାବେ କର୍ଲାମୁଣ୍ଡା ଗ୍ରାମବାସୀ ସଫେଇ କରିଛନ୍ତି। ଉତେଇ ଜଳସେଚନ ବିଭାଗ ପକ୍ଷରୁ ଜୁନ୍‌ ମାସ ଭିତରେ କେନାଲ ସଫା ହେବା କଥା। କାରଣ ଚାଷ ସମୟରେ ଜମିରେ ଠିକ୍‌ ଭାବେ ପାଣି ପହଞ୍ଚତ୍ଥାଏ। ତେବେ ବର୍ତ୍ତମାନ ସୁଦ୍ଧା ବିଭାଗ ପକ୍ଷରୁ କେନାଲଗୁଡିକର ବେଡ୍‌ ସଫେଇ ହୋଇ ନ ଥିବାରୁ ପାଣି ଶେଷମୁଣ୍ଡରେ ପହଞ୍ଚିପାରିନାହିଁ। ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ରବିବାର କର୍ଲାମୁଣ୍ଡା (ବସ୍ତି)ର ଚାଷୀ ନନ୍ଦିକିଶୋର ଭୋଇ, ପୁଷ୍ପବିନ୍ଦ ସାହୁ, ଆର୍ତ୍ତତ୍ରାଣ ସାହୁ, ଅଜିତ ସାହୁ, ଯତୀନ ସାହୁ, ମଣ୍ଟୁ ନାଏକ, ଧନେଶ୍ୱର ସାହୁ, ବିପିନ ସାହୁ, ଜୟଶଙ୍କର ସାହୁ, ହିରାମଣି ସାହୁଙ୍କ ସମେତ ପ୍ରାୟ ୩୦ ଜଣ ଚାଷୀ ସ୍ବେଚ୍ଛାକୃତ ଭାବେ ଆଗେଇ ଆସି କେନାଲର ପ୍ରାୟ ୧୫ ଶହ ମିଟର ପର୍ଯ୍ୟନ୍ତ ସଫେଇ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସାଜିଛି କଣ୍ଟା: ଧୁରଦାରେ ଅଟକି ରହିଛନ୍ତି ବାହାର ରାଜ୍ୟ ଶ୍ରମିକ

ରାଇସୁଆଁ,୧୫ା୪(ଡି.ଏନ୍‌.ଏ.) : ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି। ଏହାକୁ ନେଇ ବହୁ ଦେଶରେ ଲକ୍‌ଡାଉନ୍‌ ଭଳି ନିୟମ ଲାଗୁ ହୋଇଥିବା ବେଳେ...

କୁକୁଡ଼ା ନେବାକୁ ଗଁ।ରେ ଡେଙ୍ଗୁରା

ଅନୁଗୋଳ ସହର,୧୭ା୩ କରୋନା ଭାଇରସ ଆତଙ୍କ ବ୍ରଏଲର କୁକୁଡ଼ା ଚାଷୀ ଓ କମ୍ପାନୀକୁ ତଳିତଳାନ୍ତ କରିଦେଲାଣି। କୁକୁଡ଼ା ମାଂସ କି ଅଣ୍ଡା ସହିତ କରୋନାର କୌଣସି...

ହେଉନି ବଡ଼ବାବୁଙ୍କ ବଦଳି

ଅନୁଗୋଳ ଅଫିସ, ୨୦।୧୨: ଅନୁଗୋଳ ଜିଲା କାର୍ଯ୍ୟାଳୟରେ ପାଳନ ହେଉଛି ସରକାରୀ ନିର୍ଦ୍ଦେଶନାମା। ବଦଳି ହେଉଛି ବଡ଼ବାବୁମାନଙ୍କର। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟରେ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର...

ଔଷଧ ଦୋକାନରେ ଗୁଟ୍‌ଖା, ସିଗାରେଟ୍‌ ବିକ୍ରି

ଭଦ୍ରକ ଅଫିସ, ୨୪।୪: ଔଷଧ ଦୋକାନରେ ବିକ୍ରି ହେଉଥିଲା ଗୁଟ୍‌ଖା ଓ ସିଗାରେଟ୍‌। ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୩ ଜଣଙ୍କୁ...

ରାଜସ୍ବ ନିରୀକ୍ଷକଙ୍କ ବେଆଇନ ଗିରଫ ପ୍ରତିବାଦ : କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ କର୍ମଚାରୀ

ରଣପୁର,୧୬।୧୦(ଡି.ଏନ୍‌.ଏ.) : ନୟାଗଡ଼ ଜିଲା ରଣପୁର ତହସିଲର ସମସ୍ତ କର୍ମଚାରୀ ବୁଧବାର ସକାଳୁ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି। ବେଆଇନ ଭାବେ...

ଅପହୃତା ନାବାଳିକା ବୋରିଗୁମ୍ମାରୁ ଉଦ୍ଧାର

ଜୟପୁର, ୨୧।୬ (ପବନ ପାଣିଗ୍ରାହୀ) :ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଟାଉନଥାନାରେ ଅଭିଯୋଗ ହେବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଛନଭିିନ୍‌ କରି...

ଡିଟିପିରେ ମିଳୁଛି କୁଜଙ୍ଗ ରାଜାଙ୍କ ହାତପଟ୍ଟା

କେନ୍ଦ୍ରାପଡା ଅଫିସ, ୨୪।୧୧: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲ ଅଞ୍ଚଳର ଜମି ଜାଲିଆତି ଘଟଣା ବାହାରକୁ ଆସିଛି।...

ବନାରସରୁ ଫେରି କ୍ବାରାଣ୍ଟାଇନରେ ରହିଲେ ୪୩ ତୀର୍ଥଯାତ୍ରୀ

ସରଣ୍ଡା,୧୭।୪(ଡି.ଏନ.ଏ): ଲକ୍‌ ଡାଉନ୍‌ କଟକଣା ଯୋଗୁ ବନାରସରେ ବରଗଡ଼, ସମ୍ବଲପୁର, ଢ଼େଙ୍କାନାଳ ଅଞ୍ଚଳର ସମୁଦାୟ ୪୩ଜଣ ତୀର୍ଥଯାତ୍ରୀ ଫସି ରହିଥିଲେ । ତେବେ ଗୁରୁବାର ରାତ୍ରିରେ...

Advertisement
Archives

Model This Week