ଜଳବାୟୁ ପରିବର୍ତ୍ତନର ପ୍ରଭାବ: ରାଜ୍ୟରେ ଶୀତ ଦୁର୍ବଳ

ଭୁବନେଶ୍ୱର, ୫ା୧୨ (ବ୍ୟୁରୋ): କ।ର୍ତ୍ତିକ ଯାଇ ମାର୍ଗଶିର ମାସ ଶେଷ ହେବାକୁ ବସିଲାଣି। ଶୀତର ଦେଖା ନାହିଁ। କେବଳ ସହର ନୁହେଁ, ଗାଁ ଗଣ୍ଡାରେ ମଧ୍ୟ ଶୀତ ଏକ ପ୍ରକାର ହଜିଗଲାଣି। ଆଉ ହାଡ଼ଭଙ୍ଗା ଶୀତ ନାହିଁ। ସହରରେ ଏସି ଓ ଫ୍ୟାନ ନ ହେଲେ ଚଳୁ ନାହିଁ। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ଉପରେ ରହୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଶୀତର ପ୍ରକୋପ ବେଳକୁ ବେଳ ଦୁର୍ବଳ ହୋଇଯାଉଥିବା ପାଣିପାଗ ବିଶେଷଜ୍ଞ ମତ ଦେଉଛନ୍ତି। ଚଳିତବର୍ଷ ଅଧିକ ବାତ୍ୟା ଯୋଗୁ ଜଳବାୟୁରେ ଅଚାନକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଆରବ ସାଗରରେ ଲଗାତର ୩ଟି ବାତ୍ୟା ସୃଷ୍ଟି ହେବା ପରେ ପୁଣି ଏକ ବାତ୍ୟା ଲାକ୍ଷାଦ୍ୱୀପ ନିକଟରେ ଦାନା ବାନ୍ଧୁଛି। ଏହା ଡିପ୍ରେଶନରେ ପରିଣତ ହୋଇ ସାରିଲାଣି। ଅନ୍ୟ ପକ୍ଷରେ ବଙ୍ଗୋପସାଗରରେ ମଧ୍ୟ ୨ଟି ବାତ୍ୟା ହୋଇ ସାରିଲାଣି। ବାତ୍ୟା ଯୋଗୁ ଦେଶ ଭିତରକୁ ଜଳୀୟକଣା ବହୁମାତ୍ରାରେ ପ୍ରବେଶ କରୁଛି। ଏଥିଯୋଗୁ ତାପମାତ୍ରା ତଳକୁ ଖସିପାରୁ ନାହିଁ। ଗତ କିଛିବର୍ଷ ହେବ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ଏଥିସହିତ କଳକାରଖାନା, ଯାନବାହନ ସଂଖ୍ୟା ବୃଦ୍ଧି, ସବୁଜ ବଳୟ ଧ୍ୱଂସ, ଅତିମାତ୍ରାରେ ଶୀତତାପ ନିୟନ୍ତ୍ରିତ ମେଶିନର ବ୍ୟବହାର, ବାୟୁମଣ୍ଡଳ ପ୍ରଦୂଷଣ ତାପାମାତ୍ରା ବୃଦ୍ଧିର ଅନ୍ୟ ପ୍ରମୁଖ କାରଣ ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ ଡିସେମ୍ବର ୪ ତାରିଖକୁ ଦେଖିଲେ ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୨୦୧୮ରେ ୮ ଡିଗ୍ରୀ ସେଲସିୟସ ଥିବାବେଳେ ୨୦୧୯ରେ ୯.୫ ଡିଗ୍ରୀ ସେଲସିୟସ ରହିଛି। ମାତ୍ର ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ଭୟଙ୍କର ଭାବେ ବୃଦ୍ଧି ଘଟୁଛି। ୨୦୧୮ ଡିସେମ୍ବର ୪ରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୫.୧ ଡିଗ୍ରୀ ସେଲସିୟସ ରହିଥିବାବେଳେ ବୁଧବାର ୧୮ ଡିଗ୍ରୀ ଉପରେ ରହିଛି। ଏହି ସମୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ହାରାହାରି ୧୪ ଡିଗ୍ରୀ ସେଲସିୟସ ରହିବା ସ୍ଥଳେ ଚଳିତ ବର୍ଷ ୧୮ରୁ ୧୯ ଡିଗ୍ରୀ ସେଲସିୟସ ରହିଛି। କହିବାକୁ ଗଲେ ଗତ କିଛିବର୍ଷ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ନଭେମ୍ବରରୁ ଡିସେମ୍ବର ମଧ୍ୟରେ ୩ରୁ ୪ ଡିଗ୍ରୀ ସେଲସିୟସ ପାର୍ଥକ୍ୟ ରହୁଛି। ଗତବର୍ଷ ଏହି ସମୟ ମଧ୍ୟରେ ରାଜ୍ୟକୁ ଶୀତ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ଚଳିତବର୍ଷ ଏ ପର୍ଯ୍ୟନ୍ତ ଉତ୍ତର ଦିଗରୁ ଥଣ୍ଡା ବାୟୁ ପ୍ରବାହ ଆରମ୍ଭ ହୋଇନାହିଁ। ଏଥିସହିତ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡ଼ ମଧ୍ୟ ଜଳବାୟୁ ଉପରେ ପ୍ରଭାବ ପକାଉଛି। ଗତ ୪୦ ବର୍ଷର ରେକର୍ଡ ଭାଙ୍ଗି ୨୦୧୯ ମେ ୩ରେ ରାଜ୍ୟ ପ୍ରଚଣ୍ଡ ତାତିରେ ଆଉଟପାଉଟ ହେଉଥିବାବେଳେ ବାତ୍ୟା ଫନୀ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିବା ପାଣିପାଗ ପରିବର୍ତ୍ତନର ଆଉ ଏକ ଲକ୍ଷଣ ବୋଲି ଜଳବାୟୁ ବିଶେଷଜ୍ଞ ମତ ଦେଉଛନ୍ତି। ଏଥିସହିତ ଗତ ନଭେମ୍ବର ୭ରେ ରାଜ୍ୟକୁ ଆଉ ଏକ ବାତ୍ୟା ବୁଲ୍‌ବୁଲର ସାମ୍‌ନା କରିବାକୁ ପଡିଛି। ଏଥିଯୋଗୁ ଚଳିତ ବର୍ଷ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ହେବାର କୌଣସି ସୂଚନା ମିଳୁ ନାହିଁ। ତେବେ ଆସନ୍ତା ୭ ତାରିଖ ବେଳକୁ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା କିମ୍ବା ପାଗ ମେଘୁଆ ରହିବ ବୋଲି ଅନୁମାନ କରାଯାଇଛି। ୧୧ ଓ ୧୨ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ। ଶୀତ ସାମାନ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୬.୧ ଡିଗ୍ରୀ ସେଲସିୟସ ଥିବାବେଳେ ଚାନ୍ଦବାଲି ୧୮, ଗୋପଳପୁର ୧୮.୬, ବାରିପଦା ୧୭.୫, ଝାରସୁଗୁଡ଼ା ୧୪.୬, କେନ୍ଦୁଝର ୧୫.୩, ସମ୍ବଲପୁର ୧୬.୩ ଏବଂ ଫୁଲବାଣୀରେ ୧୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ବିଭାଗ କଲା ବଡ଼ ଘୋଷଣା: ଖୁସିରେ ରେଲୱେ ଷ୍ଟେଶନରେ ବିଜୟ ଉତ୍ସବ ପାଳିଲେ ବିଜେଡିର କର୍ମକର୍ତ୍ତା, ଜନସାଧାରଣ

ବଲାଙ୍ଗୀର, ୨୨।୫ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନଠାରେ ବିଜେଡିର ଶତାଧିକ କର୍ମକର୍ତ୍ତା, ବିଭିନ୍ନ ସଙ୍ଗଠନର ସଦସ୍ୟ ଓ ଜନସାଧାରଣ ଶୁକ୍ରବାର ବିଜୟ ଉତ୍ସବ ପାଳନ…

‘ମୁହୂର୍ତ୍ତରେ ଶେଷ ହୋଇଯିବ ଆମେରିକା-ଇରାନ ଯୁଦ୍ଧ ’: ଯୁଦ୍ଧର ମୁକାବିଲା ପାଇଁ ଜେଫ୍ରିସ ପ୍ରକାଶ କଲେ ମେଗା ଯୋଜନା!

ତେହରାନ,୨୨।୫: ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ବିବାଦ, ହର୍ମୁଜ ପ୍ରଣାଳୀ ଚାରିପାଖରେ ଥିବା ଅସ୍ଥିରତା ସହିତ, ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି…

ରାଜ୍ୟରେ ସାର ସଙ୍କଟ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୨୨।୫: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଖୁବ ଶୀଘ୍ର ସାର ଉତ୍ପାଦନ ସ୍ବାଭାବିକ ହେବା ନେଇ ମନ୍ତ୍ରୀ…

ସ୍ୱାସ୍ଥ୍ୟ ସେବା ଉପରେ ଯୁଦ୍ଧର ଚେଙ୍କ: ବଢ଼ିପାରେ ପାରାସିଟାମଲ ଏବଂ ଆଣ୍ଟିବାୟୋଟିକ୍ସ ଦାମ୍‌!

ନୂଆଦିଲ୍‌ଲୀ,୨୨।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଓ ଖାଡ଼ି ଅଞ୍ଚଳରେ ଦେଖାଦେଇଥିବା ଅସ୍ଥିରତା ଯୋଗୁଁ ଭାରତର ପ୍ରାୟ ୫୦ ଅରବ ଡଲାର (୫୦ ବିଲିୟନ…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଶୁଭେନ୍ଦୁ ସରକାର

କୋଲକାତା,୨୨।୫: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ପଶ୍ଚିମବଙ୍ଗର ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି: ମାଗଣା ବସ ଯାତ୍ରା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଭାଜପା…

ବିଦ୍ୟୁତ୍‌ କାଟ୍‌କୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୫: ବିଦ୍ୟୁତ୍‌ କାଟ୍‌କୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁକ୍ରବାର ମୁହଁ ଖୋଲିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟରେ ଯେଉଁପରି ହିଟଓଭେ ଚାଲିଛି,…

ନିଲାମ ଆରମ୍ଭ ହେବା ପୂର୍ବରୁ ନିଲାମ ବାତିଲ:ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହ ବଢିଲା ସନ୍ଦେହ

ଧର୍ମଶାଳା,୨୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ବଡ଼ କାଏମା ପଞ୍ଚାୟତରେ ଶୁକ୍ରବାର ହେବାକୁ ଥିବା ନିଲାମ ପ୍ରକ୍ରିୟା ଆରମ୍ଭ ହେବା କିଛି ସମୟ…

ଟ୍ବିଶା ମାମଲାରେ ହାଇକୋର୍ଟଙ୍କ ପ୍ରମୁଖ ରାୟ: ପୁଣିଥରେ ପୋଷ୍ଟମର୍ଟମ କରିବେ AIIMS ଦିଲ୍ଲୀ ଟିମ୍‌

ଜବଲପୁର,୨୨।୫: ଭୋପାଳରେ ହୋଇଥିବା ବହୁଚର୍ଚ୍ଚିତ ଟ୍ବିଶା ମୃତ୍ୟୁ ମାମଲା ସମ୍ପର୍କରେ ହାଇକୋର୍ଟଙ୍କ ଶୁଣାଣି ସମୟରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଶୁଣାଣି ସମୟରେ, ସମର୍ଥ ସିଂହଙ୍କ ପ୍ରତିନିଧିତ୍ୱ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri