ଜଳପଥରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ହାଇଆଲର୍ଟରେ ୭ ଜିଲାର ମେରାଇନ ଥାନା, ପାଟ୍ରୋଲିଂ କଡ଼ାକଡ଼ି ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଇଛି। ଭାରତ ସହ କୂଟନୈତିକ, ବାଣିଜି୍ୟକ ଆଦି ସମ୍ପର୍କ ଛିନ୍ନ କରିବା ସହ ବିମାନ, ଟ୍ରେନ, ବସ୍‌ ଚଳାଚଳ ବନ୍ଦ କରିଛି। ପ୍ରତିଶୋଧ ନେବା ପାଇଁ ଭାରତରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ଗୋଇନ୍ଦା ସୂଚନା ମିଳିବା ପରେ ସ୍ଥଳପଥ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଏଥିଯୋଗୁ ଆତଙ୍କବାଦୀମାନେ ଜଳପଥରେ ଆସି ଭାରତ ଉପରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ନେଇ ଗୋଇନ୍ଦା ରିପୋର୍ଟ ମିଳିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଏହି ଆଧାରରେ ଓଡ଼ିଶାର ୭ ଉପକୂଳ ଜିଲାକୁ ହାଇଆଲର୍ଟରେ ରଖାଯାଇଥିବାବେଳେ ୧୮ ମେରାଇନ ଥାନାକୁ ସଜାଗ ରହିବାକୁ ରେଲ୍‌ଓ୍ବେ ଏବଂ କୋଷ୍ଟାଲ ସିକ୍ୟୁରିଟି ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଏଡିିଜି ଆଚାର୍ଯ୍ୟ ସୁରକ୍ଷା ସଂକ୍ରାନ୍ତରେ ମେରାଇନ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ଆଗକୁ ସ୍ବାଧୀନତା ଦିବସ ଥିବାରୁ ସମୁଦ୍ର ପଥଦେଇ ଆତଙ୍କବାଦୀମାନେ ଓଡ଼ିଶାକୁ ଟାର୍ଗେଟ କରିପାରନ୍ତି। ତେଣୁ କିଭଳି ଓଡ଼ିଶା ଉପକୂଳକୁ ପୂରା ନଜରରେ ରଖାଯାଇପାରିବ ସେନେଇ ବିଚାରବିମର୍ଶ ଚଳାଇଛନ୍ତି। ଏଥସହ ତଟବର୍ତ୍ତୀ ଅଞ୍ଚଳ ସମେତ ସମୁଦ୍ରରେ ପାଟ୍ରୋଲିଂକୁ କଡ଼ାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଅଜଣା ବ୍ୟକ୍ତି କିମ୍ବା ସନ୍ଦିଗ୍ଧ ନଜରକୁ ଆସିଲେ ତୁରନ୍ତ ତାଙ୍କୁ ଯାଞ୍ଚ କରିବାକୁ କୁହାଯାଇଛି। ପ୍ରତିମୁହୂର୍ତ୍ତରେ ଉପକୂଳ ଓ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବାକୁ ମେରାଇନ ଏସ୍‌ପି ଓ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏଡିଜି ଆଚାର୍ଯ୍ୟ କହିଛନ୍ତି, ଓଡିଶାର ୪୮୭ କିଲୋମିଟର ଉପକୂଳ ରହିଛି। ସୁରକ୍ଷା ଦାୟିତ୍ୱରେ ୧୮ ମେରାଇନ ଥାନାର ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ ତଟରକ୍ଷୀ ବାହିନୀ ମଧ୍ୟ ମୁତୟନ ରହିଛନ୍ତି। ସମୁଦ୍ର ଭିତରେ ପୋଲିସ ପକ୍ଷରୁ ଇଣ୍ଟରସେପ୍ଟର ବୋଟ୍‌ ଓ ସମୁଦ୍ର କୂଳରେ ସ୍ବତନ୍ତ୍ର ଗାଡ଼ିରେ ୨୪ଘଣ୍ଟିଆ ପାଟ୍ରୋଲିଂ କରାଯିବ। ଗୋଇନ୍ଦା କିମ୍ବା ଅନ୍ୟ କୌଣସି ସୂତ୍ରରୁ ଖବର ପାଇବା ମାତ୍ରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ। ବିଶେଷକରି ଆଗୁଆ ସୂଚନା ପାଇବା ପାଇଁ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ସହଯୋଗ ନେବାକୁ କୁହାଯାଇଛି। କୌଣସି ବୋଟରେ କେହି ଅଜଣା ବ୍ୟକ୍ତି ସମୁଦ୍ର ଭିତରେ ବେଆଇନ୍‌ ଭାବେ ସ୍ଥଳପଥକୁ ଆସିଲେ, ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀମାନେ ପ୍ରଥମେ ଜାଣିପାରିବେ। ତେଣୁ ମେରାଇନ ଥାନା ପୋଲିସ ମତ୍ସ୍ୟଜୀବୀ ରହୁଥିବା ସ୍ଥାନୀୟ ବସ୍ତିକୁ ଯାଇ ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ଏ ସମ୍ପର୍କରେ ସଚେତନ କରୁଛି। ଜଳପଥ ଦେଇ କୌଣସି ଅଜଣା ବୋଟ କିମ୍ବା ଅଚିହ୍ନା ବ୍ୟକ୍ତି ଆସୁଥିବା ଦେଖନ୍ତି ତୁରନ୍ତ ମେରାଇନ ଥାନାକୁ ଖବର ଦେବାକୁ କୁହାଯାଇଛି। ପ୍ରତିମାସରେ ଥରେ ପାରାଦୀପସ୍ଥିତ ମୁଖ୍ୟାଳୟରେ ମେରାଇନ୍‌ ଥାନା ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥାଏ। ତେଣୁ ଏଣିକି ବାରମ୍ବାର ବୈଠକ ବସି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ। ଏହାସହ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଉଥିବା ବ୍ୟକ୍ତିଙ୍କ ପରିଚୟପତ୍ର ଓ ବୋଟ୍‌ ଯାଞ୍ଚ ଆରମ୍ଭ ହୋଇଥିବାବେଳେ ପାଟ୍ରୋଲିଂ କରୁଥିବା ଇଣ୍ଟରସେପ୍ଟର ଭ୍ୟାନ୍‌ଗୁଡିକରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପୋଲିସ ରହୁଛନ୍ତି। ଆକ୍ରମଣକୁ ପ୍ରତିହତ କରିବା ଓ ସବୁ ପରିସ୍ଥିତିର ମୁକାବିଲା ପାଇଁ ସାମୁଦ୍ରିକ ଥାନା ପ୍ରସ୍ତୁତ ଥିବା ଏଡିଜି ଆଚାର୍ଯ୍ୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ହେଉଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri