ଜଳପଥରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ହାଇଆଲର୍ଟରେ ୭ ଜିଲାର ମେରାଇନ ଥାନା, ପାଟ୍ରୋଲିଂ କଡ଼ାକଡ଼ି ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଇଛି। ଭାରତ ସହ କୂଟନୈତିକ, ବାଣିଜି୍ୟକ ଆଦି ସମ୍ପର୍କ ଛିନ୍ନ କରିବା ସହ ବିମାନ, ଟ୍ରେନ, ବସ୍‌ ଚଳାଚଳ ବନ୍ଦ କରିଛି। ପ୍ରତିଶୋଧ ନେବା ପାଇଁ ଭାରତରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ଗୋଇନ୍ଦା ସୂଚନା ମିଳିବା ପରେ ସ୍ଥଳପଥ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଏଥିଯୋଗୁ ଆତଙ୍କବାଦୀମାନେ ଜଳପଥରେ ଆସି ଭାରତ ଉପରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ନେଇ ଗୋଇନ୍ଦା ରିପୋର୍ଟ ମିଳିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଏହି ଆଧାରରେ ଓଡ଼ିଶାର ୭ ଉପକୂଳ ଜିଲାକୁ ହାଇଆଲର୍ଟରେ ରଖାଯାଇଥିବାବେଳେ ୧୮ ମେରାଇନ ଥାନାକୁ ସଜାଗ ରହିବାକୁ ରେଲ୍‌ଓ୍ବେ ଏବଂ କୋଷ୍ଟାଲ ସିକ୍ୟୁରିଟି ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଏଡିିଜି ଆଚାର୍ଯ୍ୟ ସୁରକ୍ଷା ସଂକ୍ରାନ୍ତରେ ମେରାଇନ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ଆଗକୁ ସ୍ବାଧୀନତା ଦିବସ ଥିବାରୁ ସମୁଦ୍ର ପଥଦେଇ ଆତଙ୍କବାଦୀମାନେ ଓଡ଼ିଶାକୁ ଟାର୍ଗେଟ କରିପାରନ୍ତି। ତେଣୁ କିଭଳି ଓଡ଼ିଶା ଉପକୂଳକୁ ପୂରା ନଜରରେ ରଖାଯାଇପାରିବ ସେନେଇ ବିଚାରବିମର୍ଶ ଚଳାଇଛନ୍ତି। ଏଥସହ ତଟବର୍ତ୍ତୀ ଅଞ୍ଚଳ ସମେତ ସମୁଦ୍ରରେ ପାଟ୍ରୋଲିଂକୁ କଡ଼ାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଅଜଣା ବ୍ୟକ୍ତି କିମ୍ବା ସନ୍ଦିଗ୍ଧ ନଜରକୁ ଆସିଲେ ତୁରନ୍ତ ତାଙ୍କୁ ଯାଞ୍ଚ କରିବାକୁ କୁହାଯାଇଛି। ପ୍ରତିମୁହୂର୍ତ୍ତରେ ଉପକୂଳ ଓ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବାକୁ ମେରାଇନ ଏସ୍‌ପି ଓ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏଡିଜି ଆଚାର୍ଯ୍ୟ କହିଛନ୍ତି, ଓଡିଶାର ୪୮୭ କିଲୋମିଟର ଉପକୂଳ ରହିଛି। ସୁରକ୍ଷା ଦାୟିତ୍ୱରେ ୧୮ ମେରାଇନ ଥାନାର ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ ତଟରକ୍ଷୀ ବାହିନୀ ମଧ୍ୟ ମୁତୟନ ରହିଛନ୍ତି। ସମୁଦ୍ର ଭିତରେ ପୋଲିସ ପକ୍ଷରୁ ଇଣ୍ଟରସେପ୍ଟର ବୋଟ୍‌ ଓ ସମୁଦ୍ର କୂଳରେ ସ୍ବତନ୍ତ୍ର ଗାଡ଼ିରେ ୨୪ଘଣ୍ଟିଆ ପାଟ୍ରୋଲିଂ କରାଯିବ। ଗୋଇନ୍ଦା କିମ୍ବା ଅନ୍ୟ କୌଣସି ସୂତ୍ରରୁ ଖବର ପାଇବା ମାତ୍ରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ। ବିଶେଷକରି ଆଗୁଆ ସୂଚନା ପାଇବା ପାଇଁ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ସହଯୋଗ ନେବାକୁ କୁହାଯାଇଛି। କୌଣସି ବୋଟରେ କେହି ଅଜଣା ବ୍ୟକ୍ତି ସମୁଦ୍ର ଭିତରେ ବେଆଇନ୍‌ ଭାବେ ସ୍ଥଳପଥକୁ ଆସିଲେ, ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀମାନେ ପ୍ରଥମେ ଜାଣିପାରିବେ। ତେଣୁ ମେରାଇନ ଥାନା ପୋଲିସ ମତ୍ସ୍ୟଜୀବୀ ରହୁଥିବା ସ୍ଥାନୀୟ ବସ୍ତିକୁ ଯାଇ ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ଏ ସମ୍ପର୍କରେ ସଚେତନ କରୁଛି। ଜଳପଥ ଦେଇ କୌଣସି ଅଜଣା ବୋଟ କିମ୍ବା ଅଚିହ୍ନା ବ୍ୟକ୍ତି ଆସୁଥିବା ଦେଖନ୍ତି ତୁରନ୍ତ ମେରାଇନ ଥାନାକୁ ଖବର ଦେବାକୁ କୁହାଯାଇଛି। ପ୍ରତିମାସରେ ଥରେ ପାରାଦୀପସ୍ଥିତ ମୁଖ୍ୟାଳୟରେ ମେରାଇନ୍‌ ଥାନା ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥାଏ। ତେଣୁ ଏଣିକି ବାରମ୍ବାର ବୈଠକ ବସି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ। ଏହାସହ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଉଥିବା ବ୍ୟକ୍ତିଙ୍କ ପରିଚୟପତ୍ର ଓ ବୋଟ୍‌ ଯାଞ୍ଚ ଆରମ୍ଭ ହୋଇଥିବାବେଳେ ପାଟ୍ରୋଲିଂ କରୁଥିବା ଇଣ୍ଟରସେପ୍ଟର ଭ୍ୟାନ୍‌ଗୁଡିକରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପୋଲିସ ରହୁଛନ୍ତି। ଆକ୍ରମଣକୁ ପ୍ରତିହତ କରିବା ଓ ସବୁ ପରିସ୍ଥିତିର ମୁକାବିଲା ପାଇଁ ସାମୁଦ୍ରିକ ଥାନା ପ୍ରସ୍ତୁତ ଥିବା ଏଡିଜି ଆଚାର୍ଯ୍ୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri