Posted inଖେଳ

ଜର୍ମାନୀରେ ବୁଣ୍ଡେସ୍‌ଲିଗା ଆରମ୍ଭ

ବର୍ଲିନ, ୧୭ା୫ (ଏଏଫ୍‌ପି)-ୟୁରୋପର ଅନ୍ୟତମ ଟପ୍‌ ଫୁଟ୍‌ବଲ ଲିଗ୍‌ ବୁଣ୍ଡେସ୍‌ଲିଗା ଶନିବାରଠାରୁ ପୁଣି ଏହାର ମ୍ୟାଚଗୁଡ଼ିକ ଆରମ୍ଭ କରିଛି। କରୋନାଭାଇରସ୍‌ ଲକ୍‌ଡାଉନ୍‌ ଯୋଗୁ ବିନା ଦର୍ଶକରେ ମ୍ୟାଚ ଖେଳାଯିବ। ଖେଳାଳି ଓ କୋଚ୍‌ମାନେ ଏକ ସପ୍ତାହ ହେଲା କ୍ୱାରାଣ୍ଟାଇନ୍‌ରେ ଥିଲେ। ସେମାନଙ୍କୁ ସ୍ବାସ୍ଥ୍ୟାରକ୍ଷା ସମ୍ବନ୍ଧୀୟ ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ମାନିବାକୁ ପଡ଼ିବ। ବୋରୁସିଆ ଡର୍ଟମୁଣ୍ଡ୍‌ ବନାମ ସ୍କାଲେକ୍‌-୦୪ ମ୍ୟାଚ ରୁର୍‌ ଡର୍ବିଠାରେ ଆୟୋଜିତ ହୋଇଛି। ସିଗ୍‌ନାଲ ଇଡୁନା ପାର୍କଠାରେ ସାଧାରଣତଃ ଏହି ମ୍ୟାଚ ୮୨,୦୦୦ ଦର୍ଶକଙ୍କୁ ଆକର୍ଷିତ କରିଥାଏ। ମାତ୍ର ଦର୍ଶକମାନେ ଏଥର ଷ୍ଟାଡିୟମରେ ଖେଳ ଦେଖିବାରୁ ବଞ୍ଚତ୍ତ ହୋଇଛନ୍ତି। ୟୁରୋପର ଅନ୍ୟ ଦେଶ ତୁଳନାରେ ଜର୍ମାନୀରେ କରୋନାଭାଇରସ୍‌ର ପ୍ରଭାବ କମ୍‌ ରହିଛି। ହେଲେ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଜମିଲେ ଭାଇରସ୍‌ ସଂକ୍ରମଣର ଆଶଙ୍କା ରହିଛି। ରବିବାର ବେୟର୍ନ ମ୍ୟୁନିକ୍‌ କ୍ରମାଗତ ୮ମ ଥର ବୁଣ୍ଡେସ୍‌ଲିଗା ଟାଇଟଲ ଅଭିଯାନ ପୁଣି ଆରମ୍ଭ କରିବ। ରାଜଧାନୀରେ ଏହି ଦଳ ୟୁନିୟନ ବର୍ଲିନକୁ ଭେଟିବ। କରୋନାଭାଇରସ୍‌ ଯୋଗୁ ବୁଣ୍ଡେସ୍‌ଲିଗାକୁ ଗତ ମାର୍ଚ୍ଚ ମାସରେ ସସ୍‌ପେଣ୍ଡ ରଖାଯାଇଥିଲା। ସେତେବେଳେ ବେୟର୍ନ ୪ ପଏଣ୍ଟ ବ୍ୟବଧାନରେ ପଏଣ୍ଟ ଟେବୁଲ୍‌ର ଶୀର୍ଷ ସ୍ଥାନରେ ରହିଥିଲା। ଡର୍ଟମୁଣ୍ଡ ଟିମ୍‌ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦଳରେ ନରଓ୍ବେ ଷ୍ଟ୍ରାଇକର ଏର୍ଲିଙ୍ଗ୍‌ ବ୍ରାଉଟ୍‌ ହଲାଣ୍ଡ ଏବଂ ଇଂଲଣ୍ଡର ବିଚକ୍ଷଣ ଖେଳାଳି ଜାଡନ ସାଞ୍ଚୋ ରହିଛନ୍ତି। ବୁଣ୍ଡେସ୍‌ଲିଗା ଅନ୍ୟ ପ୍ରତିଯୋଗିତାଗୁଡ଼ିକ ପାଇଁ ବ୍ଲପ୍ରିଣ୍ଟ୍‌ ସାବ୍ୟସ୍ତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri