ଜରିମାନା ଆଦାୟ ବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡ

ବାହାନଗା, ୧୨ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ସୋମବାର ନିୟମ ଊଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ ବେଳେ ଜଣେ ଅମାନିଆ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ତହସିଲଦାରଙ୍କ ଡ୍ରାଇଭରଙ୍କୁ ଟେକି ନେଇ ଯୁବକଜଣକ ହଡରଘଣାରେ ପଡିଥିଲେ। ଜରିମାନା ଓ ଭୁଲ ମାଗିବା ପରେ ସନ୍ଧ୍ୟାରେ ତହସିଲଦାରଙ୍କ ମାନବିକତା ପାଇଁ ଥାନାରୁ ଛାଡ ପାଇଥିଲେ ା
ସାରା ଦେଶରେ କୋଭିଡି-୧୯ ନିମନ୍ତେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ସରକାରଙ୍କ ନିଷ୍ପତ୍ତି ଯୋଗୁ ନିର୍ଦ୍ଦିଷ୍ଟ କିଛି ଦୋକାନ ନିର୍ଦ୍ଧାରିତ ସମୟ ମଧ୍ୟରେ ଖୋଲାଯାଉଛି। କାମ ନ ଥିଲେ ବଜାରକୁ ଆସିବା ମନା, ମୋଟରସାଇକେଲ ଯୋଗେ ଦୁଇଜଣ ବସି ବଜାରକୁ ଆସିପାରିବେ ନାହିଁ, ମୁହଁରେ ମାକ୍ସ ନ ଲଗାଇ ବାହାରକୁ ଆସିଲେ ଜରିମାନା ଦେବାକୁ ପଡିବ ବୋଲି ପ୍ରଶାସନ କଟକଣା ଜାରି କରିଛି ା ତେବେ ବାହାନଗା ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ଲୋକମାନେ ନିୟମ ଊଲ୍ଲଘଂନ କରି ବଜାରରେ ବୁଲାବୁଲି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାହାନଗା ତହସିଲ ପକ୍ଷରୁ ରବିବାରଠାରୁ ଅମାନିଆଙ୍କ ପାଇଁ ଯାଞ୍ଚ କଡାକଡି କରାଯାଇ ଜରିମାନା ଆଦାୟ ହେଉଛି ା ସୋମବାର ଷଠୀସ୍ଥିତ ପୁରାଣ ଗ୍ରାମର ୨ଜଣ ଯୁବକ ଗୋଟିଏ ମୋଟରସାଇକେଲ ଯୋଗେ ଗୋପାଳପୁର ବଜାରକୁ ଆସୁଥିଲେ। ସେମାନଙ୍କୁ ବାହାନଗା ତହସିଲଦାର ଓ ପୋଲିସ୍‌ କର୍ମଚାରୀମାନେ ଅଟକାଇବା ସହିତ କଥାବାର୍ତ୍ତା କରୁଥିବା ବେଳେ ଯୁବକଜଣକ ଗାଡି ଷ୍ଟାଟ କରି ପଳାଉଥିଲେ। ତହସିଲଦାରଙ୍କ ଡ୍ରାଇଭର ମୋଟରସାଇକେଲରୁ ଚାବି କାଢି ଆଣି ଜଣେ ପୋଲିସ୍‌ କର୍ମଚାରୀଙ୍କୁ ଦେଇଥିଲେ। ଏଥିରେ ଯୁବକଜଣକ ଉତ୍ତ୍ୟକ୍ତ ହୋଇ ଗଣ୍ଡଗୋଳ କରିବା ସହିତ ଘଟଣାସ୍ଥଳରୁ ତହସିଲଦାରଙ୍କ ଗାଡି ଡ୍ରାଇଭରଙ୍କୁ ଟେକିନେଇ ବହୁ ଦୂରକୁ ପଳାଉଥିଲେ। ଅନ୍ୟ ପୋଲିସ୍‌ ଖବରପାଇ ଯୁବକଙ୍କଠାରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ଯୁବକଙ୍କୁ ଗୋପାଳପୁର ଫାଣ୍ଡିରେ ଅଟକ ରଖାଯାଇଥିଲା। ପରେ ତହସିଲଦାର ରାଜେନ୍ଦ୍ର ନାରାୟଣ କର ଖନ୍ତାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପରେ ଯୁବକଙ୍କୁ ବୁଝାଇବାରୁ ସେ ନିଜର ଭୁଲ ବୁଝିପାରି କ୍ଷମା ମାଗିଥିଲେ। ଫଳରେ ତହସିଲଦାର ମାନବିକତା ଦେଖାଇ ଯୁବକଙ୍କୁ କ୍ଷମା କରିଦେଇଥିଲେ ା ରବିବାର ଓ ସୋମବାର ଦୁଇଦିନ ବାହାନଗା ବ୍ଲକ ଗୋପାଳପୁର ଓ ଖନ୍ତାପଡା ବଜାରରୁ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନଜୀବନ, ଜୈବ ବିବିଧତାକୁ ଅଣଦେଖା

ଯାଜପୁର ଅଫିସ,୩୦।୧୨: କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସ୍ବାର୍ଥ ପାଇଁ ଜୈବ ବିବିଧତା ଓ ଲୋକଙ୍କ ଧନଜୀବନକୁ ଅଣଦେଖା କରାଯାଉଛି। ବାଲି ଖାଦାନ ଲିଜ୍‌ ଦେବା ପୂର୍ବରୁ...

ପଞ୍ଚାୟତରେ ଲୋକଙ୍କୁ କାମ ଦେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ଗାଁ ଗହଳିରେ ଯେପରି ଲୋକଙ୍କୁ କାମ ମିଳିବ ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱଦେବା ଆରମ୍ଭ କରିଛନ୍ତି। କରୋନା ପରବର୍ତ୍ତୀ ସମୟରେ ଗ୍ରାମପଞ୍ଚାୟତ ସ୍ତରରେ...

ଟିଏମ୍‌ସି କେନ୍ଦ୍ରରୁ ବିଏସ୍‌ଏଫ୍‌ ଯବାନ ଫେରାର

ନବରଙ୍ଗପୁର,୧୨।୭(ବି.ପ୍ର.)- ନବରଙ୍ଗପୁର ସଦର ବ୍ଲକ ଟିରଲୀ ଛକ ନିକଟରେ ଥିବା ପଲିଟେକ୍ନିକ ଟିଏମ୍‌ସି କେନ୍ଦ୍ରରୁ ଜଣେ ବିଏସ୍‌ଏଫ୍‌ ଯବାନ ଫେରାର ହୋଇଥିବା ବିଏସ୍‌ଏଫ୍‌ ୧୫ ବାଟାଲିଆନ...

ଦମ୍ପତିଙ୍କୁ ଆକ୍ରମଣ ମାମଲା: ଝିଅଙ୍କୁ ୫ବର୍ଷ ଜେଲ୍‌

ସଜନାଗଡ଼, ୩୦।୯(ଡି.ଏନ.ଏ.)-ଏକ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ନୀଳଗିରି ସହକାରୀ ଦୌରାଜଜ୍‌ ସତ୍ୟବ୍ରତ ମିଶ୍ର ସୋମବାର ଅଭିଯୁକ୍ତ ମା’ ଓ ଝିଅଙ୍କୁ ୫ବଷର୍ର୍...

ଗ୍ୟାସରୁ ନିଆଁ ଲାଗି ଜଳିଗଲା ଆଇରନ ବୋଝେଇ ଟ୍ରକ

ବଇଣ୍ଡା,୭।୬(ଡି.ଏନ.ଏ.)-କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର କିଶୋରନଗର ଥାନା ଶୁଶବଠାରେ ରବିବାର ସକାଳେ ଏକ ଆଇରନ ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଛି। ଏଥିରେ ଟ୍ରକରେ ବସିଥିବା...

ଗାଁକୁ ମାଡ଼ୁଛି ସୁବର୍ଣ୍ଣରେଖା

ବାରିପଦା ଅଫିସ,୨୦ା୧୦- ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ ଦେଇ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ। ଏହି ନଦୀ ମୟୂରଭଞ୍ଜ ଜିଲାର ଦୁଇଟି ବ୍ଲକ ମଧ୍ୟଦେଇ...

ଟ୍ରେନ୍‌ରେ କଟି ରେଳ କର୍ମଚାରୀଙ୍କ ଜୀବନ ଗଲା

ବାଲେଶ୍ୱର ଅଫିସ,୨୮ା୮: ବାଲେଶ୍ୱର ଜିଲାର ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ଜଳେଶ୍ୱର ରେଳ ଷ୍ଟେଶନରେ କାର୍ଯ୍ୟ କରୁଥିବା ରେଳ କର୍ମଚାରୀ ବାବୁଲାଲ୍‌ ହେମ୍ରମଙ୍କର ଟ୍ରେନରେ...

ଖୋଲା ଆକାଶ ତଳେ ଶୋଇପାରିବେନି ପିଲା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ରାଜ୍ୟର ଅଧିକାଂଶ ସହରାଞ୍ଚଳରେ ପିଲାମାନେ ନିଜ ବାସହୀନ ପରିବାରଙ୍କ ସହ ଖୋଲା ଆକାଶ ତଳେ ରହୁଛନ୍ତି। ଶୀତ ଦିନରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସିବା...

Advertisement
Archives

Model This Week