ଜମି ଚିହ୍ନଟ ଦାବିରେ ଆର୍‌ଆଇ ଅଫିସ୍‌ ଘେରିଲେ ଭୂମିହୀନ

ବାଲେଶ୍ୱର ଅଫିସ, ୧୫।୨-ବାଲେଶ୍ୱର ଜିଲା ସଦର ତହସିଲ ଅଧୀନ ହିଡ଼ିଗାଁ ପଞ୍ଚାୟତରେ ଥିବା ଭୂମିହୀନମାନେ ୫ବର୍ଷ ପୂର୍ବରୁ ଚିହ୍ନଟ ହୋଇ ଚାନ୍ଦିପୁର ଆର୍‌ଆଇ ଅଫିସରୁ ପଟ୍ଟା ପାଇଥିଲେ। ପଟ୍ଟା ପାଇଥିବା ଭୂମିହୀନମାନେ ନିଜର ଜମି ଚିହ୍ନଟ ଦାବିରେ ଶୁକ୍ରବାର ଘେରାଉ କରିଥିଲେ। ସରକାରଙ୍କ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ପାଇଁ କରାଯାଇଥିବା ଉଚ୍ଛେଦ ନୋଟିସ୍‌କୁ ବିରୋଧ କରି ପ୍ରଥମେ ମିଳିଥିବା ଜମିର ଚିହ୍ନଟ ଓ ପରେ ଉଚ୍ଛେଦ ଦାବି କରିଛନ୍ତି।
ହିଡ଼ିଗାଁ ପଞ୍ଚାୟତର ୩୧ଜଣ ଗରିବ ଆଦିବାସୀ ଲୋକ ଭୂମିହୀନ ଭାବେ ଚିହ୍ନଟ ହୋଇ ଗତ ୫ବର୍ଷ ପୂର୍ବରୁ ସରକାରଙ୍କଠାରୁ ୪ ଡିସିମିଲ କରି ଜମିର ପଟ୍ଟା ପାଇ ଖଜଣା ମଧ୍ୟ ଦେଉଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସ୍ଥାନ ଚିହ୍ନଟ ନ କରିବାରୁ କେତେକ ଲୋକ ଉକ୍ତ ଜମି ଉପରେ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ଜ୍ୟୋତି ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ସହ ସ୍ବଚ୍ଛ ଭାରତ ମିଶନରେ ଶୌଚାଳୟ ପାଇ ସାରିଛନ୍ତି। ଗତ କିଛିଦିନ ପୂର୍ବରୁ ସେମାନଙ୍କୁ ଉଚ୍ଛେଦ ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ସଦର ତହସିଲଦାର ପଞ୍ଚାନନ ପାତ୍ର ଆର୍‌ଆଇଙ୍କ ମାଧ୍ୟମରେ ୧୫ ତାରିଖରେ ଉଚ୍ଛେଦ କରାଯିବା ପାଇଁ ନୋଟିସ୍‌ କରିଥିଲେ। ସ୍ଥାନୀୟ ଜିଲାପରିଷଦ କମଳା ସାହୁଙ୍କ ନେତୃତ୍ୱରେ ୩୧ପରିବାରର ଲୋକମାନେ ଶୁକ୍ରବାର ପୂର୍ବାହ୍ନରେ ଚାନ୍ଦିପୁର ଆର୍‌ଆଇ ଅଫିସ୍‌ ଘେରାଉ କରି ସରକାରଙ୍କ ଦ୍ୱାରା ପାଇଥିବା ଅନୁଦାନ ଜମିର ସ୍ଥିତି କେଉଁଠି ବୋଲି ପଚାରିଥିଲେ। ଜିଲାପରିଷଦ ସାହୁଙ୍କ କହିବାନୁସାରେ, ୫ବର୍ଷ ପୂର୍ବରୁ ଉକ୍ତ ଆଦିବାସୀ ଲୋକମାନେ ପାଇଥିବା ପଟ୍ଟାର ପ୍ରଶାସନ ଚିହ୍ନଟ ନ କରିବା ଫଳରେ ଲୋକେ ଉକ୍ତ ସ୍ଥାନରେ ରହି ଘରଦ୍ୱାର କରିସାରିଛନ୍ତି। ପ୍ରଶାସନ ଥଇଥାନ ବ୍ୟବସ୍ଥା ନ କରି ଏପରି ଭାବେ ସେମାନଙ୍କୁ ଉଚ୍ଛେଦ କଲେ ସେମାନେ କେଉଁଠି ରହିବେ ଏବଂ ହଠାତ୍‌ କେଉଁ ଜାଗାରେ ଘର କରିବେ ତାହା ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ ପାଇଁ ଦାବି କରିଛନ୍ତି।
ସଦର ତହସିଲଦାର ପଞ୍ଚାନନ ପାତ୍ରଙ୍କ କହିବାନୁସାରେ, ଲୋକମାନେ ରହୁଥିବା ଜମିରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୪କୋଟି ଟଙ୍କାର ରାଡ଼ାର୍‌ ସେଣ୍ଟର ନିର୍ମାଣ କରାଯାଉଛି। ରାସ୍ତା ପାଇଁ ଉକ୍ତ ସ୍ଥାନରେ ରହୁଥିବା ୪/୫ଟି ଘରର ଉଚ୍ଛେଦ ପାଇଁ ନୋଟିସ୍‌ ହୋଇଛି। ଏଥିପାଇଁ ସେମାନଙ୍କ ସହ ଆଲୋଚନା କରାଯାଇଛି। ସ୍ଥାନୀୟ ସରପଞ୍ଚ ଓ ଜିଲାପରିଷଦ ସଦସ୍ୟଙ୍କ ଉପସ୍ଥିତିରେ ସେମାନଙ୍କୁ କିଛିଦିନ ସମୟ ମଧ୍ୟ ପ୍ରଦାନ କରାଯାଇଛି। ସେମାନେ ଉକ୍ତ ସମୟ ମଧ୍ୟରେ ନିଜସ୍ବ ଉଠି ପଳାଇଯିବାର ପ୍ରତିଶ୍ରୁତି ଦେଇଥିବାରୁ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri