Posted inଭଦ୍ରକ

ଜମି ଅନୁଯାୟୀ ମିଳୁନି ଧାନବିକ୍ରି ଅନୁମତି

ଭଦ୍ରକ ଅଫିସ,୩।୧- ସରକାରୀ ସ୍ତରରେ ତଳସ୍ତରର କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଚାଷୀମାନେ ଉପଯୁକ୍ତ ପରିମାଣର ଧାନ ସମବାୟ ସମିତି ମାଧ୍ୟମରେ ବିକ୍ରି କରି ନ ପାରି ଦଲାଲଙ୍କ ଶୋଷଣର ଶିକାର ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଭଦ୍ରକ ଉପକଣ୍ଠ ପରସିଙ୍ଗା ପଞ୍ଚାୟତ ଅଧୀନ ତେନ୍ତୁଳିଗଡ଼ିଆ ଗଁାର ବ୍ରଜନାଥ ପଲାର ଗୁରୁବାର ଏ ସମ୍ପର୍କରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଏଆର୍‌ସିଏସ୍‌ ସ୍ବାତୀବାଳା ମହାପାତ୍ରଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ସମବାୟ ସମିତିସ୍ତରରେ ଚାଷୀଙ୍କ ଜମି କାଗଜପତ୍ର ନିଆଯାଇ ପଞ୍ଜୀକରଣ କରାଯାଇଥିଲା। ସେହି ସମୟରେ ସମବାୟ ସମିତିର କେତେଜଣ କର୍ମଚାରୀଙ୍କ ଡାଟାଏଣ୍ଟ୍ରି ବେଳେ ଖାମଖିଆଲି ମନୋଭାବ କାରଣରୁ ଉପଯୁକ୍ତ ପରିମାଣର ଧାନବିକ୍ରିରୁ ଚାଷୀମାନେ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି।
ବ୍ରଜନାଥ ଅଭିଯୋଗ କରିଛନ୍ତି ଯେ, ତାଙ୍କର ୩.୫ ଏକର ଚାଷଜମି ରହିଛି। ଏକର ପିଛା ଜଳସେଚିତ ଜମି ହାରରେ ୧୮ କୁଇଣ୍ଟାଲ ଧାନ ବିକ୍ରି କରିପାରିବାର ସରକାରୀ ନିୟମ ରହିଛି। ନିୟମ ମୁତାବକ ୩.୫ ଏକର ଅନୁଯାୟୀ ୬୨ କୁଇଣ୍ଟାଲ ଧାନ ବିକିପାରିବେ। ହେଲେ ସରକାରୀ ଭାବେ ତାଙ୍କୁ ୧.୯୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଅଗ୍ରିମ ଟୋକନ୍‌ ପ୍ରଦାନ କରାଯାଇଛି। ଏହି ଟୋକନ ଦେଖି ସେ ଚିନ୍ତାରେ ପଡ଼ିଯାଇଛନ୍ତି। ଆଉ ବଳକା ଧାନ ଦଲାଲଙ୍କୁ ବିକିଲେ ପ୍ରାୟ ୪୦ ହଜାର ଟଙ୍କା କ୍ଷତି ସହିବାକୁ ପଡ଼ିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏହିଭଳି ଅନେକ ଚାଷୀଙ୍କ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫଳରେ ଚାଷୀମାନେ ନିଜ ଜମି ମୁତାବକ ଧାନ ମଣ୍ଡିରେ ବିକ୍ରି କରି ନ ପାରି ହତାଶ ହେଉଛନ୍ତି। ଏ ସମ୍ପର୍କରେ ଏଆର୍‌ସିଏସ୍‌ ମହାପାତ୍ରଙ୍କୁ ପଚାରିବାରୁ ସମସ୍ୟା କାହିଁକି ଓ କେଉଁ ସ୍ତରରେ ହୋଇଛି ଏହାର ତଦନ୍ତ କରାଯିବ ଓ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ଅନୁମତି ଦିଆଯାଇ ଧାନକ୍ରୟ କରାଯିବ ବୋଲି କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ଜିଲାରେ ୫୧ ହଜାର ୨୩୪ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ସରକାରୀ ସ୍ତରରେ ସେମାନଙ୍କଠାରୁ ମୋଟ ୨୦ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ସକାଶେ ଟାର୍ଗେଟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୩ ଓ ଦ୍ୱିତୀୟ ପର୍ଯ୍ୟାୟରେ ୭ ଲକ୍ଷ କୁଇଣ୍ଟାଲ ଧାନକ୍ରୟ କରାଯିବ ବୋଲି ଧାର୍ଯ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri