ଜବରଦଖଲ ହାଟ ଜମି ମାପଚୁପ ଆରମ୍ଭ

ଫୁଲବାଣୀ ଅଫିସ, ୨୪ା୧-ଫୁଲବାଣୀ ହାଟପଦାସ୍ଥିତ ହାଟ ଜମି ଜବରଦଖଲରେ ଥିଲା। ଜବରଦଖଲ ଉଚ୍ଛେଦ ପାଇଁ ବହୁଦିନରୁ ଦାବି ହୋଇ ଆସୁଥିବା ବେଳେ ହାଟ ଜମିର ମାପଚୁପ କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି ା ତେବେ ପ୍ରାୟ ୩୩ ଜଣ ବ୍ୟକ୍ତି ଏହି ସ୍ଥାନକୁ ନିଜ ଅକ୍ତିଆରରେ ରଖିଥିବା ଜଣାପଡ଼ିଛି। କେବେ ଏହା ଉଚ୍ଛେଦ ହେବ ତାହା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ା ସେପଟେ ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ କୁଇ ସମାଜ ସମନ୍ବୟ ସମିତି ସାଧାରଣ ସମ୍ପାଦକ ଲମ୍ବୋଦର କହଁର ଦାବି କରିଛନ୍ତି।
ଫୁଲବାଣୀ ସହର ମଧ୍ୟରେ ରହିଛି ହାଟପଦା ଅଞ୍ଚଳ ା ଆଦିବାସୀ ତଥା ଚାଷୀଙ୍କ ଉପତ୍ାଦିତ ପନିପରିବା ବିକ୍ରି ପାଇଁ ଏହି ଅଞ୍ଚଳରେ ପ୍ରାୟ ୨ ଏକର ଜମିରେ ଏକ ହାଟ ହୋଇଥିଲା ା କ୍ରମେ ଏହାକୁ ଲୋକେ ଜବରଦଖଲ କରିବା ଆରମ୍ଭ କଲେ ା ଏହାକୁ ଉଚ୍ଛେଦ କରିବା ପାଇଁ ବହୁ ଦିନ ହେବ ଦାବି ହୋଇ ଆସୁଥିଲା ା ପୂର୍ବରୁ ହାଟପଦାର ଗୋଟିଏ ଅଂଶ ମାପଚୁପ ହୋଇଥିଲା ା ସେତବେଳେ ୦.୧୭୯ ଏକର ଜମିକୁ ୩୫ ଜଣ ଜବରଦଖଲ କରି ଘର ନିର୍ମାଣ କରିଥିଲେ। ଗୁରୁବାର ହାଟର ୧.୦୪ ଏକର ଜମି ମାପଚୁପ ହୋଇ ଚିହ୍ନଟ କରାଯାଇଛି ା ଅତିରିକ୍ତ ତହସିଲଦାର ବିରଞ୍ଚି କହଁର, ସୁପରଭାଇଜର ଆଶିଷ କୁମାର ନାୟକ, କୁଇ ସମାଜ ସମନ୍ବୟ ସମିତି ସାଧାରଣ ସମ୍ପାଦକ ଲମ୍ବୋଦର କହଁର, ପାଣ ସମାଜର ବକ ଦିଗାଲ ଏବଂ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଏହି ମାପଚୁପ କରାଯାଇଥିଲା ା ଫୁଲବାଣୀ ରାଜସ୍ବ ନିରୀକ୍ଷକ ସୁବାଶିଷ ପ୍ରଧାନ, ତୁଡିପାଜୁ ରାଜସ୍ବ ନିରୀକ୍ଷକ ବିମଲ ବେବର୍ତ୍ତା, ଫିରିଙ୍ଗିଆ ଅମିନ କମଳାକାନ୍ତ ପ୍ରଧାନ ପ୍ରମୁଖ ନକ୍ସା ଧରି ମାପଚୁପ କରିଥିଲେ ା ନିୟମ ଅନୁସାରେ ଜବରଦଖଲକାରୀଙ୍କୁ ନୋଟିସ୍‌ ଦିଆଯିବ ା ଏହାପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ତହସିଲଦାର ଦୀନମଣି ନାୟକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏହି ହାଟ ବହୁ ପୁରୁଣା ା ପ୍ରତିଦିନ ଏଠାରେ ହାଟ ବସିଥାଏ ା ବୁଧବାର ସପ୍ତାହିକ ହାଟ ପଡେ ା ଫୁଲବାଣୀ ସମେତ ଫିରିଙ୍ଗିଆ, ଖଜୁରିପଡା, ଟିକାବାଲି, ଚକାପାଦ ଏପରିକି ବୌଦ୍ଧ ଜିଲାରୁ ଚାଷୀ, ବ୍ୟବସାୟୀ ଏଠାକୁ ପନି ପରିବା ବିକ୍ରି କରିବାକୁ ଆସିଥାନ୍ତି। ପୂର୍ବରୁ ହାଟ ୨ ଏକର ପରିମିତ ସ୍ଥାନରେ ଥିଲା ା ବନ୍ଦୋବସ୍ତ ସମୟରେ ଏହାର ପରିସୀମା ୧.୨୫ ଏକର ହୋଇଥିଲା ା ଏବେ ମାତ୍ର ୦.୫ ଏକର ସ୍ଥାନ ହାଟର ରହିଛି ା ବହୁ ଜବରଦଖଲକାରୀ ହାଟ ଜମିରେ ବଡ ବିଲଡିଂ ନିର୍ମାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ଶିଶୁପୁତ୍ର ଉଦ୍ଧାର

ଖମାର,୨୦ା୧- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ପଞ୍ଚାୟତ କୋଚିଆବେଡା ସଂରକ୍ଷିତ ଜଙ୍ଗଲରୁ ବୁଧବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ମହିଳାମାନେ ଜାଳେଣି...

ପରୀ ହତ୍ୟା ମାମଲା: ରାଜ୍ୟ ସରକାରଙ୍କୁ ଏନ୍‌ପିସିଆରଙ୍କ ଜବାବ ତଲବ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ)-ନୟାଗଡ଼ ପରୀ ହତ୍ୟା ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (NCPCR) ରିପୋର୍ଟ ତଲବ କରିଛନ୍ତି। ନିଜ ଆଡୁ...

ତେଲେଙ୍ଗା ବଜାରରେ ଅଗ୍ନିକାଣ୍ଡ : ଜଳିଗଲା ୪୦ରୁ ୫୦ ଲକ୍ଷ ଟଙ୍କାର ସାମଗ୍ରୀ

କଟକ ଅଫିସ, ୫।୧: କଟକର ପୁରୀଘାଟ ଥାନା ଅନ୍ତର୍ଗତ ତେଲେଙ୍ଗା ବଜାରରେ ଥିବା ରଘୁନାଥଜୀଉ ସପ୍ଲାୟର୍ସରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଥିବା ପ୍ରାୟ...

ଇଣ୍ଟରନେଟ୍‌ ରେଡିଓ

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ୧୯୨୭ ଜୁଲାଇ ୨୩ରେ ଭାରତରେ ପ୍ରଥମଥର ପାଇଁ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଇଣ୍ଡିଆନ୍‌ ବ୍ରଡ୍‌କାଷ୍ଟିଂ କମ୍ପାନୀ ନାମକ ଏକ ବେସରକାରୀ ସଂସ୍ଥା ଦ୍ୱାରା...

୧୪ ବର୍ଷରେ କମିଶନରେଟ ପୋଲିସ

ଭୁବନେଶ୍ୱର,୧।୧(ବ୍ୟୁରୋ): ଆଜି ହେଉଛି କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସ। କମିଶନରେଟ ପୋଲିସ ୧୩ ପୂରି ୧୪ ବର୍ଷରେ ପାଦ ଥାପିଛି । ୨୦୦୮ ଜାନୁୟାରୀ ୧ରେ...

ବାରବାଟୀ ଲଢେଇ: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା

କଟକ ଅଫିସ୍‌,୧୨।୬: ଭାରତ ଏବଂ ଦକ୍ଷିଣ ଆଫିକା ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି।...

ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀଙ୍କୁ ରସିଦ ଦିଅ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଅଧୀନରେ ଆସୁଥିବା ହିତାଧିକାରୀମାନେ ମାଗଣା ଚାଉଳ ନେବାବେଳେ ସେମାନଙ୍କୁ ସ୍ବତନ୍ତ୍ର ରସିଦ ମିଳିବ। ଏସମ୍ପର୍କରେ କେନ୍ଦ୍ର ଖାଉଟି...

ବଢ଼ିଲା ଖରାଛୁଟି, ୨୬ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ବିଦ୍ୟାଳୟର ଖରାଛୁଟି ଅବଧିକୁ ବଢ଼ାଇଛନ୍ତି। ତଦନୁଯାୟୀ  ସ୍କୁଲଗୁଡ଼ିକ ଆସନ୍ତା ୨୫ ତାରିଖ ଯାଏଁ...

Advertisement
Archives

Model This Week