ଜନ ଆନ୍ଦୋଳନଙ୍କ ରାଷ୍ଟ୍ରୀୟ ସମନ୍ବୟ ସମ୍ମିଳନୀ; ହକ୍‌ ମାଗିବା ଭିକ୍ଷା ନୁହେଁ: ମେଧା

ପୁରୀ ଅଫିସ, ୨୪।୧୧: ବର୍ତ୍ତମାନ ସରକାରଙ୍କ ବିଦେଶୀକରଣ ଓ କମ୍ପାନୀକରଣ ପ୍ରୀତି ଚାଲିଛି, ଯାହାକି ଏକ ସୁସ୍ଥ ସମାଜ ପାଇଁ ଠିକ୍‌ ନୁହେଁ। ଏହାକୁ ପରିତ୍ୟାଗ କରି ଗ୍ରାମୀଣ ବିକାଶ ପ୍ରତି ଗୁରୁତ୍ୱ ଦେବାକୁ ହେବ। ଏଥିଲାଗି ଆମ ଶକ୍ତିକୁ ୨୫ଗୁଣା ବୃଦ୍ଧି କରିବାକୁ ପଡ଼ିବ ବୋଲି କହିଛନ୍ତି ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟେକର। ସ୍ଥାନୀୟ ଡୁଡୁୱାଲା ଧର୍ମଶାଳା ପରିସରରେ ଶନିବାରଠାରୁ ଆରମ୍ଭ ହୋଇଥିବା ଜନଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ବୟ ସମ୍ମିଳନୀ ଉଦ୍‌ଘାଟନୀ ସଭାରେ ଯୋଗଦେଇ ପାଟେକର କହିଥିଲେ, ସରକାର ତାଙ୍କ ନିଷ୍ପତ୍ତିକୁ ଜନସାଧାରଣଙ୍କ ଉପରେ ଲଦି ଦେବା ଠିକ୍‌ ନୁହେଁ। ଲୋକଙ୍କ ଇଚ୍ଛାକୁ ଦେଖି ସରକାରଙ୍କୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ହେବ। ଆଦିବାସୀ, ଦଳିତ, ମଜ୍‌ଦୁରଙ୍କ ବିକାଶ ନେଇ ଚିନ୍ତା କରାଯିବା ଦରକାର। ସେହିପରି ପୁରୀ ବଡ଼ଦାଣ୍ଡର ଉଠାଦୋକାନୀଙ୍କ ସମସ୍ୟା କଥା ଉଠାଇ ସେ କହିଥିଲେ, ଆମେ ଆମର ହକ୍‌ ମାଗିବା, ଭିକ୍ଷା ନୁହେଁ। ସଙ୍ଗଠନାତ୍ମକ ସଂହିତା ଆଚାର ଭିତରେ ରହି ଅଧିକାର ପାଇଁ ଲଢେଇ କରିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ସେ ଦେଶର କେତେକ ପ୍ରମୁଖ ଆନ୍ଦୋଳନ ସହ ଓଡ଼ିଶାର ନିୟମଗିରି, କାଶୀପୁର କଥା ଉଠାଇଥିଲେ। କମ୍ପାନୀ ପ୍ରୀତି ଯୋଗୁ ଲୋକଙ୍କୁ କିପରି ସେମାନଙ୍କ ହକ୍‌ରୁ ବଞ୍ଚତ୍ତ କରାଯାଉଛି ତାହା କହିଥିଲେ। ଜମି, ଜଳ ଓ ଜଙ୍ଗଲ ଉପରେ ଲୋକଙ୍କ ଅଧିକାର ପ୍ରସଙ୍ଗରେ କହିବାବେଳେ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ଉଦାହରଣ ଦେଇଥିଲେ। ପ୍ରତ୍ୟେକ ରାଜ୍ୟର ଜମି, ଜଙ୍ଗଲ ଓ ଜଳ ଉପରେ ସେହି ରାଜ୍ୟବାସୀଙ୍କ ହକ୍‌ ରହିଛି। ଏହା ଉପରେ ଅନ୍ୟ କେହି ଅଧିକାର ଜାହିର କଲେ କଡ଼ା ଜବାବ ଦିଆଯିବ ବୋଲି ସେ କହିଥିଲେ। ଅଯୋଧ୍ୟା ପ୍ରସଙ୍ଗ ଏକତାର ବଡ଼ ଉଦାହରଣ ବୋଲି ମତ ରଖିଥିଲେ। ସରକାରଙ୍କ ନଦୀ ସଂଯୋଗୀକରଣ ନିଷ୍ପତ୍ତିକୁ ସେ ବିରୋଧ କରିଥିଲେ। ଅନ୍ୟତମ ଅତିଥି ଭାବେ ବେଜୱାଡ ଓଲସନ୍‌ ଯୋଗଦେଇଥିଲେ। ପ୍ରଫୁଲ୍ଲ ସାମନ୍ତରା କହିଥିଲେ, ଜଳ, ଜଙ୍ଗଲ, ଜମି ଧ୍ୱଂସ ଯୋଗୁ ପରିବେଶ ନଷ୍ଟ ହେଉଛି। ଲୋକଙ୍କ ଅଧିକାର, ବେକାରୀ ସମସ୍ୟା, ଆର୍ଥିକ ବିକାଶ ପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଆଶିଷ ରଞ୍ଜନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅରୁଣା ରାୟ, ତିସ୍ତା ଶୀତଲଭଦ୍‌ ଉପସ୍ଥିତ ଥିଲେ। ପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri