ଜନ୍ମ ନେଲେଣି କମ୍‌ ଓଜନର ୪,୧୧୫ ଶିଶୁ

ଛତ୍ରପୁର,୪ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା କମ୍‌ ଓଜନର ୪,୧୧୫ ଶିଶୁ ଜନ୍ମ ହେଲେଣି। ଯେଉଁମାନଙ୍କ ଓଜନ ୨.୫ କି.ଗ୍ରାଠାରୁ କମ୍‌ ରହିଛି। ଜିଲାରେ ମୋଟ ନବଜାତ ଶିଶୁ ତୁଳନାରେ ଏହା ୧୭ ପ୍ରତିଶତ ରହିଛି। ଛତ୍ରପୁରଠାରେ ଅନୁଷ୍ଠିତ ସ୍ବାସ୍ଥ୍ୟ ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ସୁଦ୍ଧା ଜିଲାରେ ଜନ୍ମ ହୋଇଥିବା ୨୪,୭୯୫ ଶିଶୁଙ୍କ ମଧ୍ୟରୁ ୨୪,୭୦୧ ଶିଶୁଙ୍କର ଓଜନ କରାଯାଇଥିଲା। ସେଥିରୁ ଉକ୍ତ ତଥ୍ୟ ସ୍ବାସ୍ଥ୍ୟ ବିଭାଗକୁ ମିଳିଛି। ଜଗନ୍ନାଥପ୍ରସାଦ ବ୍ଲକରେ ୮୮ ନବଜାତ ଶିଶୁଙ୍କ ଓଜନ ୨.୫ କି.ଗ୍ରାରୁ କମ୍‌ ରହିଥିବାବେଳେ ଧରାକୋଟ ବ୍ଲକରେ ୧୪, ଭଞ୍ଜନଗର ବ୍ଲକରେ ୩୭୬, ଚିକିଟି ବ୍ଲକରେ ୬୯ କମ ଓଜନର ଶିଶୁ ଜନ୍ମ ନେଇଛନ୍ତି। ସେହିପରି ବେଗୁନିଆପଡ଼ା ବ୍ଲକରେ ୧୦୫, ସାନଖେମୁଣ୍ଡି ବ୍ଲକରେ ୨୪୧, ବେଲଗୁଣ୍ଠା ବ୍ଲକରେ ୭୧, ଆସିକା ବ୍ଲକରେ ୨୮୪, ପାତ୍ରପୁର ବ୍ଲକରେ ୮୫, ସୋରଡା ବ୍ଲକରେ ୧୮୭, ହିଞ୍ଜିିଳି ବ୍ଲକରେ ୧୧୯, ପୋଲସରା ବ୍ଲକରେ ୧୩୧ ଜଣ କମ୍‌ ଓଜନର ଶିଶୁ ଜନ୍ମ ନେଇଛନ୍ତି। ଗଞ୍ଜାମ ବ୍ଲକରେ ୫୮, ଖଲ୍ଲିକୋଟ ବ୍ଳକରେ ୧୨୩, ଦିଗପହଣ୍ଡି ବ୍ଲକରେ ୭୦, ପୁରୁଷୋତ୍ତମପୁର ବ୍ଲକରେ ୭୦, ଶେରଗଡ ବ୍ଲକରେ ୩୪, ଛତ୍ରପୁର ବ୍ଲକରେ ୩୮, କବିସୂର୍ଯ୍ୟନଗର ବ୍ଲକରେ ୨୫, କୁକୁଡାଖଣ୍ଡି ବ୍ଲକରେ ୧୭, ବୁଗୁଡା ବ୍ଲକରେ ୩୩ ଓ ରଙ୍ଗେଇଲୁଣ୍ଡା ବ୍ଲକରେ ୨ ନବଜାତ ଶିଶୁଙ୍କ ଆବଶ୍ୟକରୁ କମ୍‌ ଓଜନ । ସେହିପରି ଜିଲାର ୧୮ ସହରାଞ୍ଚଳରେ ୧,୮୭୫ ଜଣ କମ ଓଜନର ଶିଶୁ ଜନ୍ମ ନେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri