ଜନ୍ମବେଦିରେ ପହଞ୍ଚିଲେ ଶ୍ରୀଜୀଉ

ଖୋର୍ଦ୍ଧା ଅଫିସ,୫।୭: ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ, ମକୁନ୍ଦପ୍ରସାଦ, ଉଇଲକିଶନନଗର ଓ ଦଧିମାଛଗାଡିଆଠାରେ ରଥଯାତ୍ରା ଅନୁରୂପ ଭାବେ ଅନୁଷ୍ଠିତ ହୋଇଯାଇଛି। ଗୁରୁଜଙ୍ଗର ବିଶ୍ୱନାଥ ମନ୍ଦିରରୁ ଏକକ ଜଗନ୍ନାଥ ରଥାରୂଢ ହୋଇ ଟାଙ୍ଗିସାହିସ୍ଥିତ ମାଉସୀ ମା’ ମନ୍ଦିରକୁ ଯାଇଥିଲେ। ଧର୍ମ ପ୍ରକାଶ ମହାନ୍ତି ଛେରା ପହଁରା କରିଥିଲେ। ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ରୋଭର ରେଞ୍ଜର ଓ ମକୁନ୍ଦପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ଦଧିବାମନ ମନ୍ଦିରରୁ ଏକକ ଜଗନ୍ନାଥ ରଥାରୂଢ ହୋଇ ମେଳଣ ପଡିଆ ନିକଟସ୍ଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ଛନ୍ତି। ହୁଲାସ ସାମନ୍ତରାୟ ଏଠାରେ ଛେରାପହଁରା କରିଥିଲେ। ରଥଯାତ୍ରା କମିଟିର ଆବାହକ ଅଧ୍ୟାପକ ଗୋପାଳକୃଷ୍ଣ ଦାସ ଏହାର ପରିଚାଳନା କରିଥିଲେ। ଦଧିମାଛଗାଡିଆରେ ଏକକ ଜଗନ୍ନାଥଙ୍କୁ ଭକ୍ତମାନେ ସନ୍ଧ୍ୟା ସୁନ୍ଧା ମହାବୀର ମନ୍ଦିର ନିକଟସ୍ଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ। ଏଠାରେ ମାନସ ପଟ୍ଟନାୟକ ଛେରା ପହଁରା କରିଥିଲେ। ଉଲକିଶନନଗରର ମଠାଧୀଶ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଠାକୁର ରଥାରୂଢ ହୋଇ ଅଁଳେଇ ମନ୍ଦିରସ୍ଥିତ ମାଉସୀ ମା’ ମନ୍ଦିରରେ ସନ୍ଧ୍ୟା ସୁଦ୍ଧା ପହଞ୍ଚତ୍ ଯାଇଛନ୍ତି। ସୁଦର୍ଶନ ବଳିଆଳସିଂ ଛେରାପହଁରା କରିଥିଲେ। ଓଳସିଂହରେ ପତିତପାବନ ଦେବଙ୍କ ପୀଠରେ ବ୍ରହ୍ମାନନ୍ଦ ମହାନ୍ତ, ଛଣଗିରିରେ ପତିତପାବନଦେବଙ୍କ ପୀଠରେ ଅଜୟ କୁମାର ମହାନ୍ତି ଓ କୁମାରବସ୍ତ ବରାଳସାହି ପତିତପାବନ ଦେବଙ୍କ ପୀଠରେ ଦିବ୍ୟସିଂହ ବରାଡ ଛେରା ପହଁରା କରିଥିଲେ। ବାଣପୁର ସହରାଞ୍ଚଳର ପଲଟନ ପଡିଆସ୍ଥିତ ବଡହନ୍ତୁଆଡର ଚରଣ ଚକାଦେବଙ୍କ ରଥଯାତ୍ରା ସହ ସାନ ହନ୍ତୁଆଡ ରଙ୍କନାଥ ଦେବଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଜଟଣୀ,(ଡି.ଏନ.ଏ.): ଜଟଣୀର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ କୁଦିଆରୀ ଗ୍ରାମରେ ଶତାଧିକ ଭକ୍ତ ଶ୍ରୀଜୀଉଙ୍କ ରଥ ଟାଣିଥିଲେ। ସେହିପରି ବାଛରାପାଟଣା, କୁଶମାଟି ଆଦି ସ୍ଥାନରେ ଆନନ୍ଦଉଲ୍ଲାସ ସହିତ ରଥଟଣା ଅନୁଷ୍ଠିତ ହୋଇଥିଲା।
ବୋଲଗଡ,(ଡି.ଏନ.ଏ.) : ବୋଲଗଡ ତୃତୀୟାଦେବଙ୍କ ପୀଠରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଣପୁର ମଠ ମହନ୍ତ ପର୍ଶୁରାମ ଦାସ ଛେରାପହଁରା କରିଥିଲେ। ଗୋଟିଏ ରଥରେ ତିନିଠାକୁର ମାଉସୀ ମା’ ମନ୍ଦିର ନନ୍ଦିଘୋଷ ଭବନରେ ପହଞ୍ଚତ୍ବା ପରେ ନୀଳାଦ୍ରିବିଜେ ହୋଇଛନ୍ତି। ସେହିଭଳି ରାଜସୁନାଖଳା, ସାଗର ଗାଁ , ବେଣାଗାଡିଆ, ଚମ୍ପାଇଲୋ ଓ ସାନକୁମାରୀରେ ଅନୁରୂପ ଭାବେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।
କୃଷ୍ଣପ୍ରସାଦ,(ଡି.ଏନ୍‌.ଏ.): ରଥଯାତ୍ରା ଅବସରରେ ଗୁରୁବାର ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଶିଆଳଗାଁରେ ଏକ ନିଆରା ଢଙ୍ଗରେ ପିଲା ରଥଯାତ୍ରା ଆୟୋଜିତ ହେଉଛି। ଉଲ୍ଲେଖଯୋଗ୍ୟ, ୨୨ ବର୍ଷ ପୂର୍ବେ ଅନିରୁଦ୍ଧ ପଣ୍ଡା ନାମକ ଶ୍ରଦ୍ଧାଳୁ ପିଲାଟିଏ ନଡିଆ ଖଡ଼ିିକାରେ ରଥ ଓ ନଡ଼ିଆରେ ଅଙ୍କିତ ୩ ମୂର୍ତ୍ତି ସ୍ଥାପନ କରି ଗାଁ ଦାଣ୍ଡରେ ଟାଣିଥିଲେ। ପିଲା, ମହିଳାମାନେ ଏହା ଟାଣିଥିଲେ। ନଗେନ୍ଦ୍ର ଜଗଦେବ ନାୟକ ଛେରାପହଁରା କରିଥିଲେ। ସେହିଭଳି ପାରିକୁଦଗଡ଼ରେ ପାରିକୁଦ ରାଜ ପୁରୋହିତ, ତିତିପ ଗାଁରେ ଭଗବାନ ପଣ୍ଡା ଛେରାପହଁରା କରିଥିଲେ। ଗୁରୁବାଈ, ଗୋରାପୁର, ମାଲୁଦର ଦଧିବାମନ ଦେବ, ବଜ୍ରକୋଟସ୍ଥିତ ଜଗନ୍ନାଥ ମନ୍ଦିରରେ ମଧ୍ୟ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା।
ଟାଙ୍ଗୀ(ଖୋର୍ଦ୍ଧା),(ଡି.ଏନ୍‌.ଏ.)-ଚିଲିକା ଉପକୂଳସ୍ଥିତ ଭୁଷଣ୍ଡପୁର ଓ କୁହୁଡ଼ିଠାରେ ଅନୁଷ୍ଠିତ ରଥଯାତ୍ରାରେ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ ପାରିକୁଦ ରାଜା ସନ୍ତୋଷ ସିଂହ ମର୍ଦ୍ଦରାଜ ଭ୍ରମରବର ରାୟବାହାଦୁର। ରଥଯାତ୍ରା କମିଟି ତରଫରୁ ରାଜାଙ୍କୁ ବାଲିପାଟପୁର ପଞ୍ଚାୟତ କାର୍ଯ୍ୟାଳୟଠାରୁ ରାଜାଙ୍କୁ ପାଛୋଟି ନିଆଯାଇଥିଲା  ଡିଏସ୍‌ପି ସତୀଶ ପାଢ଼ୀ, ଟାଙ୍ଗୀ ଥାନାଧିକାରୀ ସରୋଜ କୁମାର ଉପାଧ୍ୟାୟ ଓ ଭୁଷଣ୍ଡପୁର ଫାଣ୍ଡି ଅଧିକାରୀ ହରିବନ୍ଧୁ ଦାସଙ୍କ ନେତୃତ୍ୱରେ ୧ ପ୍ଲାଟୁନ ଫୋର୍ସ ପୋଲିସ ନିୟୋଜିତ ହୋଇଥିଲେ। ଶ୍ରୀଗୁଣ୍ଡିଚାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ଦୋଳପଡିଆଠାରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବାଘେଇ ମନ୍ଦିରଠାରୁ ହାଟନୂଆସାହି ମନ୍ଦିର ପର୍ଯ୍ୟନ୍ତ ରଥଟଣା କାର୍ଯ୍ୟକ୍ରମରେ ବାଘନାଚ, ଘୋଡାନାଚ, ଡିଜେ, କରତାଳ, ଘଣ୍ଟଘଣ୍ଟି, କାହାଳି ଓ ମୁଦଙ୍ଗ ବାଜି ଉଠିଥିଲା। ଚଣ୍ଡେଶ୍ୱର, ସୋରଣ, ରତନପୁର, ହାଟବରଡିହ ଆଦି ଅଞ୍ଚଳର ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ଜେନା, କୁହୁଡ଼ି ସରପଞ୍ଚ ବିପିନ ଉଦୟସିଂହ, ଡାକ୍ତର ଟୁନି ମହାରଣା ଓ ପ୍ରାକ୍ତନ ସରପଞ୍ଚ ପବିତ୍ର ହରିଚନ୍ଦନ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଟାଙ୍ଗୀଠାରେ ଅନୁଷ୍ଠିତ ରଥଯାତ୍ରାରେ ପ୍ରଶାସନିକ ଅଧିକାରୀ ଭାରତ ଭୂଷଣ ଜଗଦେବ ଛେରାପହଁରା କରିଥିଲେ। ଭକ୍ତମାନେ ଦୋଳପଡିଆଠାରୁ ପ୍ରାୟ ଦେଢ କିମି ଦୂର ବଳରାମଦେବ ମନ୍ଦିର ପର୍ଯ୍ୟନ୍ତ ରଥକୁ ଟାଣି ଟାଣି ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri