Posted inଖେଳ

ଜନ୍ମଦିନ ପାଳିଲେ: ନିଜକୁ ଦେଇଥିବା ପୁରୁଣା ଚିଠି ଶେୟାର କଲେ କୋହଲି

ନୂଆଦିଲ୍ଲୀ,୬।୧୧(ପି.ଟି.)- କ୍ରିକେଟ ସୁପରଷ୍ଟାର ବିରାଟ କୋହଲି ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନିଜର ପ୍ରଶଂସକମାନଙ୍କୁ ଏକ ସ୍ବତନ୍ତ୍ର ଉପହାର ପ୍ରଦାନ କରିଛନ୍ତି। କୋହଲି ତାଙ୍କର ଏକ ପୁରୁଣା ଚିଠି ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହି ଚିଠି ସେ ୧୬ ବର୍ଷ ତଳେ ଖାସ ନିଜ ପାଇଁ ଲେଖିଥିଲେ। ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। କୋହଲି ମଧ୍ୟ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କାଙ୍କ ସହ ସେ ଭୁଟାନରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ଟୁଇଟରରେ କୋହଲି ଏହି ଚିଠି ଶେୟାର କରିଛନ୍ତି। ୧୫ ବର୍ଷ ତଳେ ମୁଁ ନିଜେ ନିଜକୁ ବୁଝାଇବାକୁ ଚେଷ୍ଟା କରି ଏହି ଚିଠି ଲେଖିଥିଲି। ଆପଣମାନେ ବି ଏହାକୁ ପଢ଼ନ୍ତୁ ବୋଲି ସେ କ୍ୟାପ୍‌ଶନରେ ଉଲ୍ଲେଖ କରିଛନ୍ତି।
ଏହି ଚିଠିରେ ସେ ସେତେବେଳର ଭାବପ୍ରବଣତାକୁ ଉଲ୍ଲେଖ କରିଛନ୍ତି। ଏଥିରେ ପିତା ପ୍ରେମ କୋହଲିଙ୍କ ସହିତ ଥିବା ତାଙ୍କର ଭଲ ପାଇବା ବିଷୟରେ ସେ ଉଲ୍ଲେଖ କରିଛନ୍ତି।
ଚିଠିରେ ହାଏ ଚିକୁ କହି ସେ ଲେଖା ଆରମ୍ଭ କରିଛନ୍ତି। ସେ ନିଜକୁ ନିରାଶ ନ ହେବା ପାଇଁ ଓ ଉତ୍ସାହିତ କରିବା ପାଇଁ ଲେଖିଛନ୍ତି। ଜୀବନରେ ସବୁ ଚ୍ୟାଲେଞ୍ଜ ରୋମାଞ୍ଚ ସୃଷ୍ଟି କରିଥାଏ। ନିରାଶ ବହୁତ କିଛି ଶିଖାଇଥାଏ। ଲକ୍ଷ୍ୟଠାରୁ ସଂଘର୍ଷ ଅଧିକ ରୋମାଞ୍ଚକ ହୋଇଥାଏ। ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିବାକୁ ସେ ନିଜେ ନିଜକୁ ଚିଠି ମାଧ୍ୟମରେ ପରାମର୍ଶ ଦେଇଛନ୍ତି। ଜନ୍ମଦିନରେ ବାପା ଜୋତା ଦେବେ ବୋଲି ଭାବୁଥିଲୁ। କିନ୍ତୁ ବାପା ତାକୁ ଦେଇପାରିଲେ ନାହିଁ। ଯେତେବେଳେ ସେ ସକାଳେ ତୋତେ ଆଲିଙ୍ଗନ କରି ଯେତେବେଳେ ତୋର ଉଚ୍ଚତାକୁ ନେଇ ଜୋକ କରିବେ ସେତେବେଳେ ଜନ୍ମଦିନର ଉପହାରର କିଛି ମାନେ ନାହିଁ।
ସହଜରେ ମିଳୁଥିବା ଜିନିଷକୁ ଗ୍ରହଣ କରିବୁ ନାହିଁ। ଜୀବନରେ କେବେ ହାର ମାନିବୁ ନାହିଁ। ତୋତେ କିଛି ଲୋକ ଭଲ ପାଇବେ ଓ ଆଉ କେତେକେ ଭଲ ପାଇବେ ନାହିଁ। ପୁଣି କେତେ ତେତୋ ଜାଣି ନ ଥିଲେ। ତେଣୁ ଲୋକ ବିଷୟରେ ଚିନ୍ତା କରିବୁ ନାହିଁ। ନିଜ ଉପରେ ଭରସା ରଖିବୁ। ଚିଠିରେ ସେ ବାପା ପ୍ରେମ କୋହଲିଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ବାପା ବେଳେବୋଳ କଠୋର ହୋଇଥାନ୍ତି। ତୋର ଭଲ ପାଇଁ ସେ ଏଭଳି ହୋଇଥାନ୍ତି। ତେଣୁ ଏଥିରେ ବ୍ୟସ୍ତ ହେବୁ ନାହିଁ। ମାତାପିତା ଆମକୁ ବୁଝିପାରନ୍ତି ନାହିଁ ବୋଲି ଭାବିବୁ ନାହିଁ। କାରଣ ବିନା କୌଣସି ସର୍ତ୍ତରେ ଆମ ପରିବାର ଆମକୁ ଭଲ ପାଇଥାନ୍ତି। ତୁ ମଧ୍ୟ ପରିବାର ଲୋକଙ୍କୁ ଭଲ ପାଇବୁ। ସବୁବେଳେ ନିଜ ହୃଦୟ କଥା ଶୁଣିବୁ। ନିଜ ସ୍ବପ୍ନକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖିଥିବୁ। ସବୁବେଳେ ଦୟା ଭାବ ରଖିଥିବୁ ଓ ଆଗକୁ ଚାଲିବାର ଉତ୍ସାହକୁ ବଜାୟ ରଖିଥିବୁ। ଯେମିତି ଅଛୁ ସେମିତି ରହିବୁ। ପୁଣି ସେ ପରାଟାର ମଧ୍ୟ ସ୍ବାଦ ନେବୁ। କାରଣ ଏହା ଦିନେ ଭବିଷ୍ୟତରେ ଲକଜୁରି ବନିଯିବ ବୋଲି କୋହଲି ଏହି ଚିଠିରେ ନିଜ ପାଇଁ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri