Posted inଖେଳ

ଜନ୍ମଦିନକୁ ସ୍ମରଣୀୟ ଲକ୍ଷ୍ୟରେ ହର୍‌ମନପ୍ରୀତ୍‌

ମେଲବୋର୍ନ, ୮।୩- ଆୟୋଜକ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ରବିବାର ସ୍ଥାନୀୟ ମେଲବୋର୍ନ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଭାରତୀୟ ଦଳର ଅଧିନାୟିକା ହର୍‌ମନପ୍ରୀତ୍‌ କୌରଙ୍କ ୩୧ତମ ଜନ୍ମଦିନ ରବିବାର ପଡ଼ୁଥିବାରୁ ତାଙ୍କ ପାଇଁ ଏହି ମ୍ୟାଚ୍‌ ବେଶ୍‌ ସ୍ବତନ୍ତ୍ର ରହୁଛି। ଅଷ୍ଟ୍ରେଲିଆକୁ ହରାଇ ଭାରତକୁ ପ୍ରଥମଥର ଟି୨୦ ବିଶ୍ୱକପ୍‌ ଚାମ୍ପିୟନ କରାଇବା ସହ ଜନ୍ମଦିନକୁ ଅଧିକ ସ୍ମରଣୀୟ କରିବା ଲକ୍ଷ୍ୟରେ ସେ ରହିଛନ୍ତି। ଭାରତୀୟ ମହିଳା କ୍ରିକେଟ୍‌ ଦଳର ଏହି ପ୍ରମୁଖ ବ୍ୟାଟ୍ସଓମ୍ୟାନ ପଞ୍ଜାବର ମୋଗା ସହରରେ ୮ ମାର୍ଚ୍ଚ ୧୯୮୯ରେ ଜନ୍ମ ଗ୍ରହଣ କରିଥିଲେ। ପ୍ରଥମ ଭାରତୀୟ ଅଧିନାୟିକା ଭାବେ ହର୍‌ମନପ୍ରୀତ୍‌ ଭାରତୀୟ ଦଳକୁ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌କୁ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି। ହର୍‌ମନପ୍ରୀତ୍‌ଙ୍କ ପରିବାର ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହି ତାଙ୍କ ଖେଳକୁ ଉପଭୋଗ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫେବୃୟାରୀ ୧୮ରେ ଆଇପିଏଲ୍‌ ନିଲାମ

ନୂଆଦିଲ୍ଲୀ,୨୮।୧(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ସଂସ୍କରଣ ପାଇଁ ଆସନ୍ତା ଫେବୃୟାରୀ ୧୮ ତାରିଖରେ ଖେଳାଳି ନିଲାମ ଆୟୋଜନ ହେବ। ଏହି ହାଇପ୍ରୋଫାଇଲ ଖେଳାଳି...

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ମେଲବୋର୍ନ,୨୯।୧୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ୮ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫଳରେ ସିରିଜ୍‌ ୧-୧ ବରାବର ରହିଛି। ଭାରତୀୟ ଦଳ...

ବୀରେନ୍ଦ୍ର ସେହ୍ବାଗଙ୍କ ଟୁଇଟ ଦେଖି ହସି ହସି ଗଡିଲେ ୟୁଜର୍ସ

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ସେ ଏମିତି ମଜାଳିଆ ଟୁଇଟ୍‌ କରନ୍ତି ଯାହା ଭାଇରାଲ...

ଆଇପିଏଲ୍‌ର ସବୁଠୁ ମହଙ୍ଗା ଖେଳାଳି କିଏ ଜାଣନ୍ତି କି

କ୍ରିକେଟ ଦୁନିଆର ସବୁଠୁ ବଡ ଟି -୨୦ କ୍ରିକେଟ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ତାରିଖ ଯେତିକି ପାଖେଇ ଆସୁଛି, ଏହାର ଉତ୍ସାହ କ୍ରମାଗତ ଭାବେ...

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ : ଏଫ୍‌ସି ଗୋଆର ପ୍ରଶଂସନୀୟ ପ୍ରଦର୍ଶନ

ମାର୍ଗାଓ, ୧୬।୪(ପି.ଟି.)-ଭାରତର ପ୍ରଥମ ଦଳ ଭାବେ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ର ଗ୍ରୁପ୍‌ ଷ୍ଟେଜ୍‌ ଖେଳିଥିବା ଏଫ୍‌ସି ଗୋଆ ନିଜ ଓପନିଂ ମ୍ୟାଚରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି।...

ତୀରମାଡ଼ରେ ତୀରନ୍ଦାଜ ଗୁରୁତର

ନୂଆଦିଲ୍ଲୀ,୧୦।୧- ଆସାମର ୧୨ ବର୍ଷୀୟା ତୀରନ୍ଦାଜ ଶିଭାଙ୍ଗିନୀ ଗୋହେନ ତୀର ମାଡ଼ରେ ଆହତ ହୋଇଛନ୍ତି। ଦିବ୍ରୁଗଡ଼ସ୍ଥିତ ସାଇ କେନ୍ଦ୍ରରେ ଟ୍ରେନିଂବେଳେ ଦୁର୍ଘଟଣା ଘଟିଛି। ଏହି ସମୟରେ...

ଋଷଭ ପନ୍ତଙ୍କ ସଫଳ ବ୍ୟାଟିଂ ଦେଖି ଗର୍ଲଫ୍ରେଣ୍ଡ୍‌ କହିଲେ ଏମିତି…

ଚେନ୍ନାଇ, ୧୭।୧୨: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟ ଚାଲିଥିବା ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଯଦିଓ ଭାରତ ଭ୍ରମଣକାରୀ ଦଳଠାରୁ ପରାସ୍ତ ହୋଇଥିଲା, କିନ୍ତୁ ଉଇକେଟକିପର...

ପ୍ରଥମ ମ୍ୟାଚ୍‌ ଖେଳୁଥିବାବେଳେ ଏହି କ୍ରିକେଟରଙ୍କ ଭାଙ୍ଗିଯାଇଥିଲା ୪ ଦାନ୍ତ

ଭାରତୀୟ ମହିଳା କ୍ରିକେଟରେ ଡାଏନା ଏଡୁଲଜୀ ଏକ ବଡ ନାମ। ଜଣେ ଖେଳାଳି ଭାବରେ,ଡାଏନା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ଡାଏନା ୨୬ ଜାନୁଆରୀ ୧୯୫୬ରେ ଜନ୍ମଗ୍ରହଣ...

Advertisement


Archives

Model This Week