ଜନସଂଖ୍ୟା ବଢ଼ାଇବାକୁ ‘ବେବି ବୋନସ’

ଏଥେନ୍ସ: ୭୫୦କୋଟି ଟପିଲାଣି ପୃଥିବୀର ଜନସଂଖ୍ୟା। ଏହାକୁ ରୋକିବା ଲାଗି କ୍ରମାଗତ ଭାବେ ଉଦ୍ୟମ କରି ଆସୁଛନ୍ତି ବିକଶିତ ଏବଂ ବିକାଶଶୀଳ ଦେଶ। ହେଲେ ଗ୍ରୀସ୍‌ରେ ଏହାର ବିପରୀତ ଦୃଶ୍ୟ ସାମ୍ନାକୁ ଆସିଛି। ଐତିହ୍ୟ, ପରମ୍ପରାକୁ ନେଇ ସମୃଦ୍ଧ ଏହି ଦେଶ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ପଡ଼ିଛି। ଏଥିରୁ ମୁକୁଳିବାକୁ ସେଠାକାର ସରକାର ଆରମ୍ଭ କରିଛନ୍ତି ‘ବେବି ବୋନସ’ ଯୋଜନା। ଏଥିଲାଗି ଗ୍ରୀସ୍‌ ସରକାର ୧୪୦୦ କୋଟି ଟଙ୍କାର ବଜେଟ କରିଛନ୍ତି। ଜଣେ ପ୍ରସୂତିଙ୍କୁ ଥରେ ପ୍ରସବ ପାଇଁ ୧.୫୮ ଲକ୍ଷ ଟଙ୍କା ବୋନସ ଦିଆଯାଉଛି। ମାରିଆ ପରଦଲାକିସ୍‌ ପ୍ରଥମ ହିତାଧିକାରୀ ଭାବେ ଏହାର ଲାଭ ଉଠାଇଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ, ଗ୍ରୀସ୍‌ର ମୋଟ ଜନସଂଖ୍ୟା ୧.୦୭ କୋଟି। ଯଦି ଆଗାମୀ ଦିନରେ ଜନ୍ମ ହାର ଆଶାନୁରୂପକ ଭାବେ ନ ବଢ଼େ ତେବେ ୩୦ବର୍ଷରେ ଜନସଂଖ୍ୟା ଏକତୃତୀୟାଂଶ କମିଯିବ। ଏବେକାର ଜନସଂଖ୍ୟା ହାରକୁ ଅନୁଧ୍ୟାନ କଲେ ୨୦୫୦ ବେଳକୁ ଗ୍ରୀସ୍‌ର ୩୬% ନାଗରିକଙ୍କ ବୟସ ୬୫ ପାର୍‌ କରିସାରିଥିବ, ଯାହା ୧୯୭୦ରେ ମାତ୍ର ୭% ଥିଲା। ବିଶେଷ କରି ଗତ ଦଶନ୍ଧିରେ ଏହି ସମସ୍ୟା ଚରମ ସୀମାରେ ପହଞ୍ଚତ୍ଛି। ଏହାର ପ୍ରମୁଖ କାରଣ ଦେଶାନ୍ତରୀ। ୨୦୧୦-୧୫ରେ ଗ୍ରୀସ୍‌ରେ ୨୮% ବେରୋଜଗାରି ବଢ଼ିଛି। ପେଟପାଟଣା ଚିନ୍ତାରେ ପାଖାପାଖି ୫ ଲକ୍ଷ ଲୋକ ଦେଶ ଛାଡ଼ି ପଳାଇଛନ୍ତି। ସେମାନେ ୟୁରୋପୀୟ ରାଷ୍ଟ୍ର ସମେତ ଆମେରିକା, କାନାଡ଼ା, ଅଷ୍ଟ୍ରଲିଆରେ ବସତି ସ୍ଥାପନ କରିସାରିଲେଣି। କେବଳ ଗ୍ରୀସ୍‌ ନୁହେଁ; ସ୍ପେନ, ଇଟାଲୀ, ଫିନ୍‌ଲ୍ୟାଣ୍ଡ, ସାଇପ୍ରସ୍‌ ଭଳି କ୍ଷୁଦ୍ର ଦେଶ ମଧ୍ୟ ଜନସଂଖ୍ୟା ହ୍ରାସ ପାଇଁ ଚିନ୍ତାର ପଡ଼ିଛନ୍ତି।
ଗ୍ରୀସ୍‌ର ଅସ୍ତିତ୍ୱ ବଞ୍ଚାଇବାକୁ ଏପରି ଯୋଜନା କରାଯାଇଛି। ଆର୍ଥିକ ଅଭିବୃଦ୍ଧି ଲାଗି ଏହା ଅତ୍ୟନ୍ତ ଜରୁରୀ। ଜନସଂଖ୍ୟା ବଢ଼ାଇବା ପାଇଁ ଯୁବପିଢ଼ିଙ୍କୁ ଉଦ୍ୟମ କରିବାକୁ ପଡ଼ିବ। ଯଦି ଏପରି ଯୋଜନା ଫଳପ୍ରଦ ନ ହୁଏ, ତେବେ ଏହି ସମସ୍ୟା ଆହୁରି ଜଟିଳ ହୋଇପଡ଼ିବ ବୋଲି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପୂର୍ବତନ ଏକାଡେମିକ୍‌ ଡୋମନ ମାଇକେଲ୍‌ ହାଇଡୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ିରେ ରିଲ୍ସ ବନେଇ ଫାଇନ ଭରିଲେ

ଲକ୍ଷ୍ନୌ: ଲୋକେ ନିଜ ବିବାହକୁ ମେମୋରେବଲ କରିବା ପାଇଁ ବହୁତ ପ୍ଲାନ୍‌ କରୁଛନ୍ତି। ଏଥିସହ ବର କନ୍ୟା ବିବାହ ପୂର୍ବରୁ ବିଭିନ୍ନ ସ୍ଥାନକୁ ଯାଇ ପ୍ରିୱେଡିଂ...

ବିଲେଇ ଡେଇଁ ପଡ଼ିବାରୁ ଟିଭି ପଡ଼ି ୨ ବର୍ଷର ଶିଶୁ ମୃତ

ଚେନ୍ନାଇ, ୬।୯: ତାମିଲନାଡ଼ୁର ରାଜଧାନୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ବିଲେଇ ଲାଗି ୨ ବର୍ଷର ନୀରିହ ଶିଶୁର ଜୀବନ ଚାଲିଯାଇଛି। ଦୁଇ...

ଚାରିଗୋଡ଼ିଆ ଦୌଡ଼ରେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡ

ଉଷେନ୍‌ ବୋଲ୍ଟ ପୃଥିବୀର ସବୁଠାରୁ ଦ୍ରୁତଗାମୀ ବ୍ୟକ୍ତି । କିନ୍ତୁ ଜାପାନର କେନିଚି ଇତୋଙ୍କୁ ଏବେ ଚାରିଗୋଡରେ ଦୌଡୁଥିବା ସବୁଠାରୁ ଦ୍ରୁତତମ ବ୍ୟକ୍ତି ଭାବେ ଗଣନା...

ଛାତ ଉପରେ ଉଡୁଥିବା ଏରୋପ୍ଲେନ୍‌କୁ ଧରିନେଲେ ପିଲା, ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…

ପିଲାଦିନରେ ନିଶ୍ଚିତ ଭାବରେ ଘରର ଛାତ ଉପରେ ତଥା ଆକାଶରେ ଉଡ଼ୁଥିବା ଏରୋପ୍ଲେନ୍‌କୁ ଦେଖିଥିବେ। ଏଥିରେ ବୁଲିବାକୁ ମଧ୍ୟ ଯାଇଥିବେ। ଏହା ମଧ୍ୟ ଜାଣିଥିବେ ଯେ,...

ବିମାନ ଚଳାଚଳକୁ ୫ଜି ବିପଦ

ଓ୍ବାଶିଂଟନ,୧୯।୧: ଟେଲିକମ୍‌ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍‌ ପକ୍ଷରୁ ଖୁବ୍‌ଶୀଘ୍ର ନୂଆ ୫ଜି ସେବା ଆରମ୍ଭ ହେବାକୁ ଥିବାବେଳେ ବିମାନ ଚଳାଚଳ କ୍ଷେତ୍ରରେ ଏହା ବଡ଼...

ଗୁଗୁଲ ଗର୍ଲ କାଶଭି ତୃତୀୟ ଶ୍ରେଣୀରୁ ଯିବେ ଅଷ୍ଟମକୁ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ପାଲାମପୁର,୨୪।୩ : ଏକ ସ୍ବତନ୍ତ୍ର ମାମଲାରେ ହିମାଚଳ ପ୍ରଦେଶ ହାଇକୋର୍ଟ ପାଲାମପୁରର ତୃତୀୟ ଶ୍ରେଣୀ ଛାତ୍ରୀ ଗୁଗୁଲ ଗର୍ଲ କାଶଭିଙ୍କୁ ଅଷ୍ଟମ ଶ୍ରେଣୀରେ ପଢ଼ିବାକୁ ଅନୁମତି...

ରଥଯାତ୍ରାରେ ସାମିଲ ନ ହୋଇପାରିବାର ଦୁଃଖ, ଅବସୋସ

କିଏ କହେ ରଥରେ ଜଗନ୍ନାଥଙ୍କୁ ଦେଖିଲେ କୋଟିପୁଣ୍ୟର ଫଳ ମିଳେ ତ ପୁଣି ବିଶ୍ୱାସ ରହିଛି ରଥାରୂଢ଼ ଜଗନ୍ନାଥଙ୍କୁ ଦେଖିବା ପରେ ଆଉ ପୁନର୍ଜନ୍ମ ନ...

କାହିଁ ଗାନ୍ଧୀଙ୍କ କୁଟୀରଶିଳ୍ପ ନୀତି

ଭଦ୍ରକ ଜିଲା ଧାମନଗର ବ୍ଲକର ସ୍ବାଧୀନତା ସଂଗ୍ରାମୀ ରାମହରି ଗୋସ୍ବାମୀ। କୃଷ୍ଣ ଚନ୍ଦ୍ର ଗୋସ୍ବାମୀ ଏବଂ ମାତା ସଚୀ ଦେଈଙ୍କଠାରୁ ୧୯୨୬ରେ ଧୂଷୁରୀ ପଞ୍ଚାୟତର ସଂଗ୍ରାମୀ...

Advertisement
Archives

Model This Week