ଜନପ୍ରତିନିଧିଙ୍କ ଆକ୍ରମଣରେ ଯୁବକ ଆହତ

ନୟାଗଡ଼ ଅଫିସ,୨୩-୧୦: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗାତେରୀ ପଞ୍ଚାୟତର ଜନପ୍ରତିନିଧିଙ୍କ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ପଞ୍ଚାୟତ ଆଡ଼ିପଡ଼ା ଗ୍ରାମର ବିରଞ୍ଚତ୍ ସାହୁ। ବିରଞ୍ଚତ୍ଙ୍କ ସ୍ତ୍ରୀ ଟିକିନା ସାହୁ ଏ ନେଇ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ରବିବାର ରାତି ୯ଟା ୩୦ରେ ବିରଞ୍ଚତ୍ ବାଇକ୍‌ରେ ଟ୍ରାକ୍ଟର ପାଇଁ ଡିଜେଲ ନେଇ ଘରକୁ ଫେରୁଥିବା ବେଳେ ଚଣ୍ଡିଝରୀ ଗ୍ରାମ ନିକଟରେ ଜନପ୍ରତିନିଧି ଓ ତାଙ୍କର ଦୁଇ ସହଯୋଗୀ ଅଟକାଇଥିଲେ। ଏହା ପରେ ସେମାନେ ତାଙ୍କ ସହ ଗଣ୍ଡଗୋଳ କରିବା ସହିତ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ବିରଞ୍ଚତ୍ଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲେ। ପରିବାର ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରି ପ୍ରଥମେ ମହିପୁର ମେଡ଼ିକାଲକୁ ଆଣିଥିଲେ। ସେଠାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଟିକିନାଙ୍କ ଅଭିଯୋଗ ଅନୁସାରେ ଉକ୍ତ ଜନପ୍ରତିନିଧି ଜଣକ ଗତ ସରପଞ୍ଚ ନିର୍ବାଚନ ସମୟରେ ତାଙ୍କ ସ୍ବାମୀଙ୍କଠାରୁ ଦେଢଲକ୍ଷ ଟଙ୍କା ଧାର ନେଇଥିଲେ। ବିରଞ୍ଚତ୍ ଉକ୍ତ ଟଙ୍କା ମାଗିଲେ ଜନ ପ୍ରତିନିଧି ଜଣକ ଟଙ୍କା ଦେବା ବଦଳରେ ଧମକ ଦେଉଥିଲେ। ରବିବାର ରାଗ ରଖି ଜନ ପ୍ରତିନିଧି ଓ ତାଙ୍କର ସହଯୋଗୀମାନେ ଏହି ଆକ୍ରମଣ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ଥାନାରେ ୮୪/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ନୂଆଗାଁ ଥାନା ଅଧିକାରୀ ମନୋରମା ମଲ୍ଲିକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ପ୍ରଧାନ ଶିକ୍ଷୟିତ୍ରୀ-ରାତ୍ର ଜଗୁଆଳିଙ୍କୁ ହାଣିଲେ ଦୁର୍ବୃତ୍ତ:କ୍ଲିନିକ୍‌ ଯାଉଥିବାବେଳେ…

ବାରିପଦା,୨୧।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ…

ଚଳନ୍ତା ବସରେ ଲାଗିଲା ନିଆଁ: ଯାତ୍ରା କରୁଥିଲେ ବିଧାୟକ, ଆଉ ତା’ପରେ…

ପଟ୍ଟାଙ୍ଗି,୨୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡିଶାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ ଜିଲା ଅଧିନସ୍ଥ ରାମ୍ପଦ୍ରପୁରମ ନିକଟସ୍ଥ ତାରାପୁରମ ଗ୍ରାମ ନିକଟରେ…

ଫ୍ଲାଏ ଓଭର ବ୍ରିଜ ତଳେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଲାଇଫ ଲାଇନ ବୋଲାଉଥିବା ତଥା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଏକ ମାତ୍ର ଫ୍ଲାଏ ଓଭର ବ୍ରିଜ ତଳେ…

ବସୁଧା ଯୋଜନା ଅପହଞ୍ଚ: ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡ଼ି ୨୧।୩ ( ଅରୁଣ ସାହୁ ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗାଁ ନାହୁଡ଼ିମାହା ସାହି ଏବଂ ପାଙ୍ଗାମାହାରେ ଜଳ…

ବ୍ଲକ୍‌ କାର୍ଯ୍ୟାଳୟ ପ୍ରବେଶ ପଥ ବିପଦସଙ୍କୁଳ: ଆଖି ବୁଜି ଦେଇଛି ପ୍ରଶାସନ

ଥୁଆମୂଳ ରାମପୁର, ୨୧।୩ (ଦୁର୍ଗା କୀର୍ତ୍ତୀ):ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ବିପଦସଙ୍କୁଳ ହୋଇପଡ଼ିଛି। କାର୍ଯ୍ୟାଳୟ ସମ୍ମୁଖ ଡ୍ରେନ୍‌ ଉପରେ ପଡ଼ିଥିବା…

ବାସନ୍ତୀକ ନବରାତ୍ର ପୂଜା : ଚନ୍ଦ୍ରଘଣ୍ଟା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୧।୩, (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି। ତୃତୀୟ ଦିବସ ଶନିବାରରେ ଦେବୀ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ…

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri