ବ୍ରହ୍ମପୁର ଅଫିସ,୧୪ା୧୧-ବ୍ରହ୍ମପୁର ସହରର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଏଣିକି ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ା ବ୍ରହ୍ମପୁର ମହାନଗର ନିଗମ(ବିଏମସି) ପକ୍ଷରୁ ସହରର ପ୍ରମୁଖ ୫ ଛକରେ ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଟିଏମଏସ) କାର୍ଯ୍ୟକାରୀ ହୋଇଛି। ଭୁଲରାସ୍ତା(ରଙ୍ଗସାଇଡ)ରେ ଗଲେ, ବାଇକ୍ରେ ୩ ଜଣ ବସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରାଫିକ ଡିଏସପି ସାର୍ଥକ ରାଏ କହିଛନ୍ତି ା ବୁଧବାର ଟ୍ରାଫିକ ଡିଏସପି ରାଏ ଓ ବିଏମସି ଏନଫୋର୍ସମେଣ୍ଟ ଅଫିସର ତରୁଣକାନ୍ତ ସହରର ଜନଗହଳିପୂର୍ଣ୍ଣ ବିଭିନ୍ନ ଛକ ପରିଦର୍ଶନ କରି ଟ୍ରାଫିକ ସମସ୍ୟା ଅନୁଧ୍ୟାନ କରିଥିଲେ ା ବ୍ରହ୍ମପୁର ଗେଟବଜାର, ସାନବଜାର, ଆସ୍କାରୋଡ, ବାଲୁଙ୍କେଶ୍ୱର ମନ୍ଦିର, ସିଟି ହସପିଟାଲ ରୋଡ, ପୁରୁଣା ବ୍ରହ୍ମପୁର, ହନୁମାନ ବଜାର ଆଦି ଛକ ଉଭାୟ ପରିଦର୍ଶନ କରିଥିଲେ ା ଏଣିକି ଚିହ୍ନଟ ଲାଇନ ବାହାରେ ଗାଡି ପାର୍କିଂ କଲେ ଜରିମାନା ଆଦାୟ କରାଯିବା। ଗେଟବଜାର, ଗିରିମାର୍କେଟ ଛକ, ସାନବଜାର ଆଦିରେ ରାସ୍ତା ପାର୍ଶ୍ୱରେ ବସୁଥିବା ଉଠାଦୋକାନୀଙ୍କୁ ବିଏମସି ପକ୍ଷରୁ ନିର୍ମିତ ଓପନ ଭେଣ୍ଡିଂ ଜୋନଗୁଡିକୁ ସ୍ଥାନାନ୍ତର କରିବା ଉପରେ ମଧ୍ୟ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଡିଏସପି ସୂଚନା ଦେଇଛନ୍ତି ା ରୁକ୍ମିଣୀଛକରୁ ମୟୁରୀଟାୱାର ରାସ୍ତାରେ ଓଡିଆରପି ଡ୍ରେନେଜ, ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାରୁ ଗୁରୁବାରଠାରୁ ଏହି ରାସ୍ତାକୁ ୱାନ ୱେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ା ଏଥିସହ ଛକ ଅନୁସାରେ ଆଇଟିଏମଏସ ଟ୍ରାଫିକ ସିଗନାଲ ଟାଇମରେ ପରିବର୍ତ୍ତନ କରିବା ନେଇ ମଧ୍ୟ ନିଗମ କମିଶନର ଚକ୍ରୱର୍ତୀ ସିଂ ରାଠୋରଙ୍କ ସହ ଡିଏସପି ଆଲୋଚନା କରିଥିବା କହିଛନ୍ତି ା ତେବେ ଚଳିତମାସଠାରୁ କେବଳ ଇନ୍ସୁରାନ୍ସ, ପଲ୍ୟୁସନ ସାର୍ଟିିିଫିକେଟ ଯାଞ୍ଚକୁ ବାଦ ଦେଇ ହେଲମେଟ ପିନ୍ଧୁ ନ ଥିବା, ଟ୍ରିପଲ ରାଇଡିଂ ଓ ରଙ୍ଗସାଇଡ ରାଇଡିଂ କରୁଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସପି କହିଛନ୍ତି ା
ଜନଗହଳିପୂର୍ଣ୍ଣ ଛକ ପରିଦର୍ଶନ କଲେ ଟ୍ରାଫିକ ଡିଏସ୍ପି : ଭୁଲ ରାସ୍ତାରେ ଗଲେ, ବାଇକ୍ରେ ୩ ଜଣ ବସିଲେ କାର୍ଯ୍ୟାନୁଷ୍ଠାନ
ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି
ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...
ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...
ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…
ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...
ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ
ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...
୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...
ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି
ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...
ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍: ଆଉ ତା’ପରେ ଘଟିଗଲା…
ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...
ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...
Archives


