ଜଟଣୀ ମ୍ୟୁନିସିପାଲିଟି: ୫ ଲକ୍ଷ ଫନୀ ଟଙ୍କା ହଡ଼ପ

ଜଟଣୀ,୩।୮(ଡି.ଏନ.ଏ.): ବିଗତ ଦିନରେ ଲାଞ୍ଚ ନେବା, ଭତ୍ତା ଟଙ୍କା ହଡ଼ପ କରିବା ଆଦି ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟ କରି ଜଟଣୀ ମ୍ୟୁନିସିପାଲିଟିର କେତେଜଣ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିବା ନଜିର ରହିଛି। ଲାଞ୍ଚ ନେବା ସମୟରେ ଲଳିତ କପୁର ନାମ୍ନୀ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ପୂର୍ବରୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଏବେ ବାତ୍ୟା ଫନୀ ପାଇଁ ଆସିଥିବା ଟଙ୍କା ମଧ୍ୟ ଦାୟିତ୍ୱରେ ଥିବା ମ୍ୟୁନିସିପାଲିଟିର କେତେଜଣ କର୍ମଚାରୀ ଚଳୁ କରି ଦେଇଛନ୍ତି। ଯାଞ୍ଚ ସମୟରେ ସନ୍ଦେହ ହେବାରୁ ନିର୍ବାହୀ ଅଧିକାରୀ ଏହା ଜାଣି ପାରିଥିଲେ। ପରେ ଏପରି ଘଟଣା ପଦାକୁ ଆସିଛି। ବେନିୟମ ପନ୍ଥା ଅବଲମ୍ବନ କରି କେତେଜଣ କର୍ମଚାରୀ ପାଖାପାଖି ୫ ଲକ୍ଷ ବାତ୍ୟା ଫନୀ ଟଙ୍କା ହଡ଼ପ କରି ନେଇଛନ୍ତି। ତଦନ୍ତ ଚାଲିଥିବାରୁ ହଡ଼ପ ଟଙ୍କାର ପରିମାଣର ଆହୁରି ବଢ଼ିବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ବାତ୍ୟା ପରେ ରାଶନକାର୍ଡ଼ଧାରୀଙ୍କୁ ସହାୟତା ସ୍ବରୂପ ୨ ହଜାର ଓ ପଲିଥିନ ବାବଦରେ ୫ ଶହ କରି ଅଢ଼େଇ ହଜାର ଟଙ୍କା ପ୍ରଦାନ କରାଯାଉଥିଲା। ହେଲେ ଅନେକ ରାଶନକାର୍ଡ଼ଧାରୀ ଅଢ଼େଇ ହଜାର କରି ଦୁଇଥର ତଥା ୫ ହଜାର ଟଙ୍କା ନେଇଥିବା ଯାଞ୍ଚ ସମୟରେ ଧରାପଡ଼ିଥିଲା। ଗୋଟିଏ ତାଲିକାରେ ରାଶନକାର୍ଡ଼ଧାରୀଙ୍କ ଦସ୍ତଖତ ଥିବା ବେଳେ ଅନ୍ୟ ଏକ ଖାତାରେ ସମାନ ନାମରେ ଟିପ ଚିହ୍ନଥିବା ଦେଖିବାକୁ ମିଳିଥିଲା। ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଆସିଥିବା ସହାୟତା ଅର୍ଥ ରାଶିର ଖର୍ଚ୍ଚ ରିପୋର୍ଟ ସରକାରଙ୍କୁ ପ୍ରଦାନ ପାଇଁ ରେକର୍ଡ ପ୍ରସ୍ତୁତ ହେଉଥିବା ସମୟରେ ନିର୍ବାହୀ ଅଧିକାରୀଙ୍କ ନଜରକୁ ପ୍ରଥମେ ଏହା ଆସିଥିଲା। ଜଣେ ରାଶନକାର୍ଡଧାରୀଙ୍କ ଗୋଟିଏ ସ୍ଥାନରେ ଦସ୍ତଖତ ଓ ଅନ୍ୟଟିରେ ଟିପ ଚିହ୍ନ ଥିବା ଯାଞ୍ଚ ବେଳେ ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରିଥିଲା। ଫଳରେ ଏହାର ତଦନ୍ତ ପାଇଁ କମ୍ୟୁନିଟି ଅର୍ଗାନାଇଜରଙ୍କୁ ନିର୍ବାହୀ ଅଧିକାରୀ ଦାୟିତ୍ୱ ଦେଇଥିଲେ। ସେମାନେ ଘରକୁ ଘର ବୁଲି ଏହାର ଅନୁଧ୍ୟାନ କରିଥିଲେ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ପ୍ରକୃତ ଘଟଣା ପଦାକୁ ଆସିଥିଲା। ପ୍ରଥମ ପର୍ଯ୍ୟାୟ ତଦନ୍ତ ସମୟରେ ୨୪୩ ଜଣଙ୍କ ନାମରେ ୨ ଥର ଲେଖାଏ ଟଙ୍କା ଉଠିଥିବା ନେଇ ଦେଖାଯାଇଥିବା ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର କହିଛନ୍ତି। ଟଙ୍କା ବାଣ୍ଟିବା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ଏ ନେଇ ପଚରାଉଚୁରା କଲା ପରେ ହଡ଼ପ କରିଥିବା କର୍ମଚାରୀ ୪ ଲକ୍ଷ ୨୬ ହଜାର ଟଙ୍କା ଫେରସ୍ତ କରି ସାରିଲେଣି। ଆହୁରି ୩୦ ଜଣ ନାମରେ ହଡ଼ପ ହୋଇଥିବା ଟଙ୍କାକୁ ସମ୍ପୃକ୍ତ କର୍ମଚାରୀମାନେ ଶୀଘ୍ର ଫରାଇବେ ବୋଲି ନିର୍ବାହୀ ଅଧିକାରୀ ମହାପାତ୍ର କହିଛନ୍ତି। ହଡପ କରି ଧରା ପଡ଼ିବା ପରେ ଟଙ୍କା ଫେରସ୍ତ କରିଥିବା କର୍ମଚାରୀଙ୍କ ବିରୋଧରେ ଏଯାବତ୍‌ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି କେତେଜଣ କଣ୍ଟ୍ରୋଲ ଡିଲର ଓ ମ୍ୟୁନିସିପାଲିଟି କର୍ମଚାରୀଙ୍କ ଅସାଧୁ ମେଣ୍ଟରେ ଲକ୍ଷାଧିକ ବାତ୍ୟା ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହେଉଛି। ଡିଲରମାନେ ରଖିଥିବା ଭୂତ ରାଶନକାର୍ଡ ମାଧ୍ୟମରେ ଟଙ୍କା ହଡ଼ପ କରାଯାଇଛି। ଏଥିରେ ମ୍ୟୁନିସିପାଲିଟିର କେତେଜଣ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗରୁ ଜଣାପଡିଛି। ଏହାର ତଦନ୍ତ କରାଗଲେ ଆଉ ଏକ ବଡ଼ ଦୁର୍ନୀତିର ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri