ଜଟଣୀ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଲୋକଙ୍କ କବ୍‌ଜାରେ ସରକାରୀ ଜମି

ଜଟଣୀ,୧୦ା୮(ଡି.ଏନ.ଏ.): ଜଟଣୀ ତହସିଲ ପକ୍ଷରୁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ତହସିଲ ଅନ୍ତର୍ଗତ ଷଣ୍ଢପୁର ମୌଜାର ପ୍ଲଟ ନଂ. ୫୮୫ ଓ ୬୧୬ରେ ଥିବା ୩୦ ଏକର ଜମି ଉପରେ ଜବରଦଖଲ କରି ଅନେକେ ଘର ଓ ପାଚେରି ନିର୍ମାଣ କରିଛନ୍ତି। ବାରମ୍ବାର ଅଭିଯୋଗ ପରେ ତହସିଲ ପକ୍ଷରୁ ଜେସିବି ଦ୍ୱାରା କେତେକ ଅର୍ଦ୍ଧନିର୍ମିତ ଘର ଓ ପାଚେରି ଉଚ୍ଛେଦ କରାଯାଇଥିଲା। ତହସିଲଦାର ପ୍ରିୟାଂଶୁ ଚାନ୍ଦ, ଅତିରିକ୍ତ ତହସିଲଦାର ଦିଲୀପ କୁମାର ଷଡ଼ଙ୍ଗୀ, କର୍ମଚାରୀ ଓ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ଉଚ୍ଛେଦ ହୋଇଥିଲା। ଜଟଣୀ ତହସିଲ ଅନ୍ତର୍ଗତ ଅନେକ ମୌଜାରେ ଶହ ଶହ ଏକର ସରକାରୀ ଜମି ଜବରଦଖଲ ହୋଇଛି। ଏହା ଉପରେ ବଡ଼ ବଡ଼ ଅଟ୍ଟାଳିକା ଠିଆ ହୋଇଛି। ଭୂମିହୀନ ଗରିବ ଲୋକଙ୍କ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନ ଥିବା ବେଳେ ଅନେକ ପ୍ରଭାବଶାଳୀ, ଆର୍ଥତ୍କ ସ୍ବଚ୍ଛଳ ବ୍ୟକ୍ତି ବିଶେଷ ଓ କେତେକ ନେତାଙ୍କ କବ୍‌ଜାରେ ଏହି ସରକାରୀ ଜମି ରହିଛି। ଏହି ସବୁ ଜମି ଉପରେ ୨ରୁ ୩ ମହଲା ଅଟ୍ଟାଳିକାମାନ ଛିଡା ହୋଇଛି। ଅନେକ ସମ୍ପତ୍ତିର ମାଲିକ ଉପରୋକ୍ତ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଏହି ସରକାରୀ ଜମି ଜବରଦଖଲ ହେବା ସହ ଏହାକୁ ବିକ୍ରୟ କରି ଲକ୍ଷାଧିକ ଟଙ୍କା ଲାଭବାନ୍‌ ହେଉଛନ୍ତି। ୧୦ ଟଙ୍କିଆ ଷ୍ଟାମ୍ପ ପେପରରେ ଏହି ସରକାରୀ ଜମିକୁ ଡିସିମିଲ ପିଛା ୧ ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରୟ ଚାଲିଛି। ବିଶେଷକରି ଏହି ତହସିଲର କୁସୁମାଟି ଛଣଘର, ଗୋପୀନାଥପୁର ଓ ଷଣ୍ଢପୁର ମୌଜାରେ ଥିବା ଶହ ଶହ ଏକର ସରକାରୀ ଜମି ଜବରଦଖଲ କରାଯାଇଛି। ଅନେକ ପ୍ରଭାବଶାଳୀ ଲୋକ ଏହି ସରକାରୀ ଜମି ଜବରଦଖଲ କରିବା ସହ ଘର ନିର୍ମାଣ କରି ସରକାରଙ୍କ ଜମି ମିଶନ ଯୋଜନାରେ ପଟ୍ଟା ହାସଲ ପାଇଁ ଉଦ୍ୟମ କରୁଛନ୍ତି। କେତେକ ଏଥିରେ ସଫଳ ହୋଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଜମି ମିଶନ ଯୋଜନାରେ ପ୍ରକୃତ ହିତାଧିକାରୀ ଚିହ୍ନଟ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ଏହାକୁ ଠିକ୍‌ ଅନୁଧ୍ୟାନ କରୁ ନ ଥିବା ଅଭିଯୋଗ ହୋଇଛି। ଏଣୁ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ଜବରଦଖଲ ଉଚ୍ଛେଦକୁ ଜୋରଦାର କରିବାକୁ ଦାବି ହେଉଛି। ଷଣ୍ଢପୁର ଗ୍ରାମର ମା’ କାଳିକା ୟୁଥ୍‌ କ୍ଲବର ସଦସ୍ୟ ରୋଶନ କୁମାର ଦାସ, ସୁଶାନ୍ତ କୁମାର ଦାସ, ଲକ୍ଷ୍ମୀକାନ୍ତ ରାଉତ କୁହନ୍ତି ତାଙ୍କ ଗ୍ରାମ ମୌଜାରେ ବହୁ ପରିମାଣରେ ଜବରଦଖଲ ହୋଇଛି। ତହସିଲ ପକ୍ଷରୁ ଶୁକ୍ରବାର ଅଳ୍ପ ଅର୍ଦ୍ଧନିର୍ମିତ ଘର ଓ ପାଚେରି ଉଚ୍ଛେଦ କରାଯାଇଛି। ଏହିପରି ଅନେକ ଜବରଦଖଲ ରହିଛି। ଏଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri