ଜଟଣୀ ଆଇଓସିଏଲ୍‌ ଟର୍ମିନାଲରେ ମକ୍‌ଡ୍ରିଲ୍‌ : ଖୋର୍ଦ୍ଧା, ବ୍ରହ୍ମପୁର, ପାରାଦୀପରେ ହେବ ପ୍ରକଳ୍ପ

ଜଟଣୀ, ୩୧ା୭ (ଡି.ଏନ.ଏ.): ପାରାଦୀପରେ ଏଲ୍‌ପିଜି ଇମ୍‌ପୋର୍ଟ ଟର୍ମିନାଲ,ଖୋର୍ଦ୍ଧାରେ ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ, ବ୍ରହ୍ମପୁରରେ ଅନ୍ୟ ତୈଳ କମ୍ପାନୀ ସହ ମିଶି ଡିପୋ ଟର୍ମିନାଲ ସ୍ଥାପନ ହେବାକୁ ଯାଉଥିବା ଓଡ଼ିଶାସ୍ଥିତ ଆଇଓସିଏଲ୍‌ର ଚିଫ ଜେନେରାଲ ମ୍ୟାନେଜର(ସିଜିଏମ୍‌) ଶୁଭୋଜିତ ଘୋଷ କହିଛନ୍ତି। ଜଟଣୀସ୍ଥିତ ଆଇଓସିଏଲ ସ୍ମାର୍ଟ ଟର୍ମିନାଲ ପରିସରରେ ସୁରକ୍ଷା ଓ ନିରାପତ୍ତା ଉପରେ ମଙ୍ଗଳବାର ଅନୁଷ୍ଠିତ ମକ୍‌ଡ୍ରିଲ ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ସିଜିଏମ୍‌ ଘୋଷ ଏହା କହିଥିଲେ। ୧୧ ଶହ କୋଟି ଟଙ୍କା ନିବେଶରେ ଉପରୋକ୍ତ ୩ଟି ପ୍ରକଳ୍ପ ସ୍ଥାପନ ହେବ। ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅନେକ ନିଯୁକ୍ତି ସୃଷ୍ଟି ହେବ। ସେହିପରି ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ପେଟ୍ରୋଲ ପମ୍ପଗୁଡ଼ିକୁ କିପରି ସବ୍‌ସିଡି ସୁବିଧା ଦିଆଯାଇ ସୋଲାର ବ୍ୟବସ୍ଥା କରାଯାଉଛି ସେ ନେଇ ସୂଚନା ଦେଇଥିଲେ। ଏଥିସହ ବିଭିନ୍ନ ସମୟରେ ତେଲ ଚୋରି ଭଳି ଘଟଣାକୁ ରୋକିବା ପାଇଁ ଇ-ଲକିଂ ବ୍ୟବସ୍ଥା ପ୍ରଚଳନ ସହ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଉପରେ ଆଇଓସିଏଲ୍‌ କିପରି ଗୁରୁତ୍ୱ ପ୍ରଦାନ କରୁଛି ସେନେଇ କହିଥିଲେ। ସାମାଜିକ ଦାୟିତ୍ୱବୋଧରେ ପରିବେଶ, ସ୍ବାସ୍ଥ୍ୟସେବା, ପରିମଳ, ପାନୀୟ ଜଳ ସୁବିଧା, ଶିକ୍ଷା, ଦକ୍ଷତା ବିକାଶ, ମହିଳା ସଶକ୍ତୀକରଣ ଆଦି ବିଭିନ୍ନ କ୍ଷେତ୍ରରେ କମ୍ପାନୀ କାର୍ଯ୍ୟ କରୁଛି। ସେହିପରି ରାଜସ୍ବ ଆଦାୟ କ୍ଷେତ୍ରରେ ଦେଶର ଏହି ବୃହତ କମ୍ପାନୀ ‘ଫର୍ଚୁନ୍‌-୫୦୦ ଇଣ୍ଡିଆ’ ତାଲିକାରେ ଶୀର୍ଷସ୍ଥାନ ଓ ୨୦୧୯ ‘ଫର୍ଚୁନ୍‌ ଗ୍ଲୋବାଲ୍‌-୫୦୦’ରେ ୧୧୭ ସ୍ଥାନ ଅଧିକାର କରିଛି। ୩୩ ହଜାରରୁ ଅଧିକ ଶ୍ରମଶକ୍ତି, ବ୍ୟାପକ ଶୋଧନ, ବିତରଣ, ବଜାରୀକରଣ ଭିତ୍ତିଭୂମି, ଉନ୍ନତ ଅନୁସନ୍ଧାନ ଓ ବିକାଶ ସୁବିଧା ସହ ସାମାଜିକ-ଅର୍ଥନୈତିକ ବିକାଶଧାରାକୁ ତ୍ୱରାନ୍ବିତ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା କମ୍ପାନୀ ଗ୍ରହଣ କରିପାରିଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ କମ୍ପାନୀ ୬,୦୫,୯୨୪ କୋଟି ଟଙ୍କା ବ୍ୟବସାୟ ସହ ୧୬,୮୯୫ କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ କରିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଏମ୍‌ (ଅପରେଶନ୍‌) ରବି କୁମାର, ଜଟଣୀ ଟର୍ମିନାଲର ଜିଏମ୍‌ ଏନ୍‌.ସି. ସେଠୀ, କଲିକତା କର୍ପୋରେଟ କମ୍ୟୁନିକେଶନର ଜିଏମ୍‌ ଅରୂପ ଦାସ, ଚିଫ୍‌ ମ୍ୟାନେଜର ଶ୍ରୀନିବାସ ପାତ୍ର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ଜଟଣୀ ସ୍ମାର୍ଟ ଟର୍ମିନାଲ ପରିସରରେ ସୁରକ୍ଷା ଓ ନିରାପତ୍ତା ଉପରେ ଆଇଓସିଏଲ୍‌ କିପରି ସବୁବେଳେ ପ୍ରସ୍ତୁତ ରହିଛି ସେ ନେଇ ମକ୍‌ଡ୍ରିଲ୍‌ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ହଠାତ୍‌ ଯଦି ତେଲ ଲିକ୍‌ ହୋଇ ନିଅଁା ଲାଗି ଯାଏ ବା କୌଣସି ଦୁର୍ଘଟଣା ଘଟେ ଦାୟିତ୍ୱରେ ଥିବା କର୍ମଚାରୀ କିପରି ପ୍ରଥମେ ଜୋର ପାଟି କରିବା, ୱାକିଟକି ମାଧ୍ୟମରେ କଣ୍ଟ୍ରୋଲ ରୁମ୍‌କୁ ଖବର ଦେବା, ସାଇରନ୍‌ ବାଜିବା ଆଦି ରହିଥିବା ବିଭିନ୍ନ ପର୍ଯ୍ୟାୟର ସୁରକ୍ଷା ବ୍ୟବସ୍ଥା ଏହି ମକ୍‌ଡ୍ରିଲରେ ସ୍ଥାନ ପାଇଥିଲା। ରହିଥିବା କୋମ୍‌ବାଟ ଟିମ୍‌, ଅକ୍ସିଲାରି ଟିମ୍‌ ଓ ରେସ୍‌କ୍ୟୁ ଟିମ୍‌ର ତାଲିମପ୍ରାପ୍ତ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚତ୍ ନିଅଁାକୁ ଆୟତ କରିବା, ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ସୁବିଧା ଆଦି ନାନା ସୁରକ୍ଷା ସମ୍ବନ୍ଧିତ ମକ୍‌ଡ୍ରିଲ ମାଧ୍ୟମରେ ସମ୍ପାଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri