ଜଙ୍ଗଲରେ ନିଆଁ

ମାଲକାନଗିରି, ୨୧ା୪ (ସ୍ବ.ପ୍ର.)-  ମାଲକାନଗିରି ଜିଲା ବନବିଭାଗର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ  ନିଆଁ ଲାଗିଛି। ବିଭାଗର ୬ଟି ରେଞ୍ଜ୍‌ର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ନିଆଁ ଯୋଗୁ ଜଙ୍ଗଲର ନାହିଁ ନ ଥିବା କ୍ଷତି ଘଟିଛି। ଏ ନେଇ ମାଲକାନଗିରି ଡିଏଫ୍‌ଓଙ୍କୁ  ପ୍ରଦୀପ ମିରିସାଙ୍କୁ  ପଚାରିବାରୁ ସେ କହିଲେ ଯେତେ ସଚେତନ କଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି। ସାଧାରଣତଃ ବଣ୍ଡାଘାଟି ଅଞ୍ଚଳରେ ପୋଡୁଚାଷ ପାଇଁ ନିଆଁ ଲଗାଇବା ଦ୍ୱାରା ଏହି ନିଆଁ ଜଙ୍ଗଲକୁ ମାଡୁଛି। ମହୁଲ ଫୁଲ ସଂଗ୍ରହ ପାଇଁ ଯାଇ ଲୋକେ ନିଆଁ  ଲଗାଇ ଦେଉଛନ୍ତି। ଏବେ ଜିଲାରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ୱ ତାପମାତ୍ରା ରହିଛି। ନିଆଁ ଲିଭାଇବା କାର୍ଯ୍ୟରେ କର୍ମଚାରୀମାନେ ଲାଗିଛନ୍ତି।  ଆମର ଡେରାଡୁନ୍‌ଠାରେ ଥିବା ବିଭାଗୀୟ ଜିପିଏସ୍‌ ମାଧ୍ୟମରେ କେଉଁଠି ନିଆଁ ଲାଗିଲେ ସଙ୍ଗେସଙ୍ଗେ ଜଣାପଡିଯାଉଛି। ସେହି ଅନୁସାରେ ଆମେ ଘଟଣାସ୍ଥଳକୁ ଟିମ୍‌ ପଠାଉଛୁ।  ଚିତ୍ରକୋଣ୍ଡା ରେଞ୍ଜ୍‌ର କିଛି ଅଞ୍ଚଳ ରହିଛି ଯେଉଁଠିକି ଯିବା ସମ୍ଭବ ହୋଇପାରି ନାହିଁ। ଶନିବାର ଡେରାଡୁନ୍‌ରୁ ଖବର ଆସିଲା ଗୋବିନ୍ଦପାଲି ରେଞ୍ଜର ୫ଟି ଜାଗାରେ ନିଅଁା ଲାଗିଛି । ସେହି ଅନୁସାରେ ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ ଯେ, ଜିଲାରେ ଜିଲାରେ ବନବିଭାଗର ମୋଟୁ, କାଲିମେଳା, ମାଲକାନଗିରି, ଚିତ୍ରକୋଣ୍ଡା, ବାଲିମେଳା,ଗୋବିନ୍ଦପାଲି ଆଦି ୬ଟି ରେଞ୍ଜ ରହିଛି। ପ୍ରତି ରେଞ୍ଜ୍‌ରେ ୧୦ ଜଣ ରହିବା ସହ ନିଆଁ  ଲିଭାଇବା ପାଇଁ ମେଶିନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ବରକାଣ୍ଡ: କାଠଫାଳିଆରେ ମହିଳାଙ୍କୁ ପିଟିପିଟି ମାରିଦେଲେ

ଗୁଣପୁର,୧୬।୫: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା କରଡ଼ା ଗାଁରେ ଏକ ବର୍ବରକାଣ୍ଡ ସାମ୍‌ନାକୁ ଆସିଛି। ଜଣେ ମହିଳାଙ୍କୁ କାଠଫାଳିଆରେ ପିଟି ଅତି ନିର୍ମମ ଭାବେ ହତ୍ୟା...

ଆଧାର ସଂଲଗ୍ନ ମୋବାଇଲ ବିନା ମିଳୁନି ଅଣ୍ଡା, ଛତୁଆ

ରାୟଗଡ଼ା,୧୩।୫(ଆଶିଷ ରଞ୍ଜନ ପଣ୍ଡା):ପୁଷ୍ଟିହୀନତା ଦୂର ଏବଂ ମାତୃ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଗର୍ଭବତୀ...

ଘରେ ପଶି ଦମ୍ପତିଙ୍କୁ ହାଣିଲେ, ଲୁଟିନେଲେ ସୁନା ଗହଣା

ରାୟଗଡ଼ା,୧୩୫(ଆଶିଷ ରଞ୍ଜନ ପଣ୍ଡା): ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା ରୂପା। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁରେ। ସୂଚନା...

ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ଟେକାପଥର ମାଡ଼, ଭାଙ୍ଗିଲା ଝରକା କାଚ

ରାୟଗଡ଼ା,୭ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନ ନିକଟବର୍ତ୍ତୀ ଲାଡ଼ା ଷ୍ଟେଶନଠାରେ ବିଶାଖାପାଟଣାଠାରୁ ରାୟପୁର ଯାଉଥିବା ବନ୍ଦେ ଭାରତ ଟ୍ରେନକୁ କେହି ଟେକାପଥର ମାଡ଼ କରିଥିଲେ।...

ଫ୍ଲାଏ ଓଭରରୁ ତଳକୁ ଖସିଲା ଟ୍ୟାଙ୍କର, ବିଚ୍‌ ରାସ୍ତାରେ ହେଲା…

ରାୟଗଡ଼ା,୪ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ମଧ୍ୟ ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ପୁରୁଣା ତଥା ଏକମାତ୍ର ଫ୍ଲାଏ ଓଭର ଉପରେ...

ଘରେ ପଶି ପଡ଼ୋଶୀଙ୍କୁ ଟାଙ୍ଗିଆରେ ହାଣିଲେ, ପଦ୍ମପୁର ଥାନାରେ ଆତ୍ମସମର୍ପଣ କଲେ…

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ ସଉରା ବିକ୍ରମପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ସେହି ଗ୍ରାମର...

ବାଇକ୍‌ ଚୋରି କରି ନେଇଥିଲେ, ନାଗାବଳୀ ପୋଲ ଉପରେ ଚଲାଉଥିବା ବେଳେ ମାଡ଼ି ବସିଲା ପୋଲିସ

ରାୟଗଡ଼ା, ୩।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଏପ୍ରିଲ ୨୮ ତାରିଖରେ ହୋଇଥିବା ଏକ ବାଇକ ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ଠାବ କରିଛି ଟାଉନ ଥାନା...

ସରପଞ୍ଚଙ୍କ ସ୍ବାମୀ-ଶ୍ୱଶୁରଙ୍କୁ ମାରିଦେଲେ ଦୁର୍ବୃତ୍ତ, ଗାଁ ଦାଣ୍ଡରେ ପଡ଼ିଛି ୨ ମୃତଦେହ

ରାୟଗଡ଼ା/ପଦ୍ମପୁର,୩ା୫(ଆଶିଷ ରଞ୍ଜନ ପଣ୍ଡା/ପ୍ରଶାନ୍ତ କର): ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସାରେଗଡ଼ା ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri