ଜଗତ୍‌ସିଂହପୁର ଜିଲା ପ୍ରାଥମିକ ବିଦ୍ୟାଳୟ କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି

ଜଗତ୍‌ସିଂହପୁର ଅଫିସ, ୭ା୧: କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟାଳୟସ୍ତରରେ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହି ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ପାଇଁ କ୍ରୀଡ଼ା ଅନୁଦାନ ଯୋଗାଯାଇଛି। ଏହି ଅନୁଦାନରେ ବିଦ୍ୟାଳୟଗୁଡିକ ବିଭିନ୍ନ ପ୍ରକାର କ୍ରୀଡା ସାମଗ୍ରୀ କ୍ରୟ କରିବାକୁ ନିର୍ଦ୍ଦେଶ ରହିଛି। କେନ୍ଦ୍ର ସରକାର ଅନୁଦାନ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି (ଓସେପା) ପ୍ରତି ଜିଲାକୁ ଅନୁଦାନ ଯୋଗାଇ ଦେଇଛି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲାର ୧,୨୫୩ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୭୫,୭୫,୦୦୦ ଟଙ୍କା ଅନୁଦାନ ଆସିଛି। କିନ୍ତୁ ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ନିର୍ଦ୍ଦେଶ ମୁତାବକ ପ୍ରାଥମିକ ବିଦ୍ୟାଳୟ ପିଛା ୫ ହଜାର ଓ ଉଚ୍ଚ ପ୍ରାଥମିକ ପିଛା ୧୦ ହଜାର ଟଙ୍କା ଦିଆଯାଇଛି।
ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତି ବିଦ୍ୟାଳୟ ଆକାଉଣ୍ଟକୁ ଅନୁଦାନ ରାଶି ଯୋଗାଇ ଦିଆଯାଇଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ଖେଳ ସାମଗ୍ରୀ କିଣିବା ପାଇଁ ଚିଠି କରାଯାଇଛି। ବିଦ୍ୟାଳୟଗୁଡିକ ହ୍ୟାଣ୍ଡବଲ୍‌, ଲୁଡୁ ପାଲି, ଚେସ୍‌, ସଟ୍‌ଫୁଟ୍‌, ବ୍ୟାଡମଣ୍ଟନ, ଭଲି ବଲ, ଜାଭଲିନ୍‌, ହାଣ୍ଡବଲ୍‌, କ୍ରିକେଟ୍‌ ସେଟ୍‌, କ୍ୟାରମ୍‌ ବୋର୍ଡ ଆଦି ମଧ୍ୟରୁ ସେମାନଙ୍କ ପସନ୍ଦର ସାମଗ୍ରୀ କ୍ରୟ କରିପାରିବେ। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦିଷ୍ଟ ସପ୍ଲାୟରଙ୍କଠାରୁ ଏସବୁ ସାମଗ୍ରୀ କିଣିବା ପାଇଁ ପ୍ରବର୍ତ୍ତାଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ କେତେଜଣ ଶିକ୍ଷକ ସେମାନଙ୍କ ନାମ ଗୋପନ ରଖି କହିଛନ୍ତି, ସିଆର୍‌ସିସିମାନଙ୍କ ଜରିଆରେ ନିର୍ଦ୍ଦିଷ୍ଟ ଦୋକାନରୁ ସାମଗ୍ରୀ କିଣିବା ପାଇଁ କୁହାଯାଇଥିଲା। ଯଦି କେହି ନିଜ ପସନ୍ଦର ଦୋକାନରୁ କିଣନ୍ତି ତେବେ ଆଗକୁ ଅଡିଟ୍‌ କିମ୍ବା ଅନ୍ୟ କିଛି ଅସୁବିଧା ହେଲେ ସେତେବେଳେ ସହଯୋଗ ମିଳିବ ନାହିଁ ବୋଲି ପରୋକ୍ଷ ଚେତାବନୀ ଦିଆଯାଇଥିଲା। ଏହି ଭୟରେ ଅଧିକାଂଶ ବିଦ୍ୟାଳୟ ସିଆର୍‌ସିସିମାନଙ୍କ କଥାରେ ରାଜି ହୋଇ ଯାଇଥିଲେ। ବିଦ୍ୟାଳୟଗୁଡିକ କିଣିଥିବା ବିଲ୍‌ ଅନୁଧ୍ୟାନ କରାଗଲେ ବାସ୍ତବ ଚିତ୍ର ପଦାକୁ ଆସିବ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଜିଲାରେ ଥିବା ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକ ମଧ୍ୟରୁ ପାଖାପାଖି ୭୦ ଭାଗରେ ଖେଳ ପଡିଆ ନାହିଁ। ଏପରି କି କାଗଜପତ୍ରରେ କେତେକ ବିଦ୍ୟାଳୟର ଖେଳ ପଡିଆ ଦର୍ଶାଯାଉଥିଲେ ସୁଦ୍ଧା ବାସ୍ତବ କ୍ଷେତ୍ରରେ ତାହା ନାହିଁ। ଏପରି କି ଜିଲା ମୁଖ୍ୟାଳୟରେ ଥିବା ଏକାଧିକ ବିଦ୍ୟାଳୟରେ ଖେଳ ପଡିଆ ନ ଥିବାରୁ ଛାତ୍ରୀଛାତ୍ର ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସୁଯୋଗରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଗୁଣାବତ୍ତା ନ ପରଖି ଯେନତେନ ପ୍ରକାରେଣ ଅର୍ଥାତ୍‌ ଶସ୍ତାରେ ଖେଳ ସାମଗ୍ରୀ କିଣୁଥିବା କୁହାଯାଉଛି। କାରଣ ଏହି ସାମଗ୍ରୀ ବ୍ୟବହାର ହେବାର ସମ୍ଭାବନା କମ ଥିବାରୁ ବିଦ୍ୟାଳୟ, ସିଆର୍‌ସିସି ଓ ଡିପିସି ସପ୍ଲାୟର୍ସଙ୍କ ସହ ସଲାସୁତୁରାରେ ଅଧିକ ଟଙ୍କାର ବିଲ୍‌ କରି ବେସ୍‌ କିଛି ଅର୍ଥ ହାତେଇବାକୁ ସକ୍ଷମ ହୋଇଥିବା ଅଭିଯୋଗ ହୋଇଛି। ତବେ ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି। ଏସମ୍ପର୍କରେ ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ବିଦ୍ୟାଳୟଗୁଡିକ ସେମାନଙ୍କ ପସନ୍ଦର ଦୋକାନରୁ ସାମଗ୍ରୀ କିଣିବାକୁ ଚିଠି କରାଯାଇଥିଲା। ଏଥିରେ କୌଣସି ଦୁର୍ନୀତି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ତଣ୍ଟିି କାଟି ହତ୍ୟା: ୩ ଦିନ ପରେ ମୃତଦେହ ଉଦ୍ଧାର

ବଡବିଲ, ୧୯।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଶୁକୁରମୁନି ମୁଣ୍ଡା (୫୦) ନାମ୍ନୀ ଜଣେ ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ୩ ଦିନ ପରେ ଏହି...

କ୍ରିଟିକାଲ ଏରିଆ’ ଘୋଷିତ ହେବାକୁ ଯାଉଛି ପାରାଦୀପ: ବନ୍ଦ ହେବ ନୂତନ ଶିଳ୍ପାୟନ ବାଟ

ପାରାଦୀପ,୨୩ା୯(ସ୍ବ.ପ୍ର.): ବେଳ ଥାଉ ଥାଉ କେହି ଦୃଷ୍ଟି ଦେଲେନି। ଏବେ ନେଡିଗୁଡ କହୁଣୀକୁ ବହିଗଲାଣି। ବନ୍ଦର ଭିତ୍ତିକ ଶିଳ୍ପ ନଗରୀ ପାରାଦୀପରେ ସୃଷ୍ଟି ହୋଇଛି ଏଭଳି...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ହଜାର ପ୍ରଦାନ

କେସିଙ୍ଗା,୩୦ା୪(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବୋରିଙ୍ଗପଦରଠାରେ ଥିବା ନିୟୁ ଲାଇଫ୍‌ ପାଓ୍ବାର ଗସ୍ପେଲ ଫେଲୋସିପ୍‌ ଅନୁଷ୍ଠାନ ପକ୍ଷରୁ କଳାହାଣ୍ଡି ଅତିରିକ୍ତ ଜିଲାପାଳଙ୍କୁ ଅନୁଷ୍ଠାନର...

ମୋରଡ଼ା-ବାଘଡ଼ା ରାସ୍ତାରୁ ମିଳିଲା ହାତୀ ଦାନ୍ତ

ଚିତ୍ରଡ଼ା,୨୯ା୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ମୋରଡ଼ା-ବାଘଡ଼ା ରାସ୍ତାରୁ ରବିବାର ବନବିଭାଗ ଦୁଇଟି ଭଙ୍ଗା ହାତୀ ଦାନ୍ତ ଉଦ୍ଧାର କରିଛି। ଶୁକ୍ରବାର ରାତିରେ ୪୩...

ଅଣ୍ଡର ବ୍ରିଜ୍‌ ନିର୍ମାଣକୁ ନେଇ ଡିଆର୍‌ଏମ୍‌ଙ୍କୁ ଦାବିପତ୍ର ପ୍ରଦାନ, ବୁଧବାର କେସିଙ୍ଗା ସହର ବନ୍ଦ ଡାକରା

କେସିଙ୍ଗା,୨୧ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ରେଲଓ୍ବେ ଫାଟକ ନିକଟରେ ଅଣ୍ଡର ବ୍ରିଜ ନିର୍ମାଣକୁ ନେଇ କେସିଙ୍ଗା ସହର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ସମ୍ବଲପୁର...

ମୁନିଗୁଡ଼ାରେ ପୁଣି ହାତୀ ଆତଙ୍କ: ଭାଙ୍ଗିଲେ ଘର, ଉଜାଡିଲେ ଫସଲ; ସହାୟତା ଦାବି

ମୁନିଗୁଡ଼ା,୧।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ରେଞ୍ଜ ଅଧୀନରେ ଦୀର୍ଘ ଏକ ମାସ ଧରି ହାତୀପଲ ବହୁ ଫସଲ ଓ ଘର ନଷ୍ଟ କରୁଥିବା ବେଳେ ଶନିବାର...

ଦୋକାନ ଘର ପାଇଁ ଆରମ୍ଭ ହେବ ଟେଣ୍ଡର

ବ୍ରହ୍ମପୁର ଅଫିସ,୧୭ା୨: ବ୍ରହ୍ମପୁରରେ ଅନେକ ବିଲ୍ଡିଂ ଅନୁମତି ଆବେଦନ ପତ୍ର ଉପଯୁକ୍ତ ତଥ୍ୟ ପ୍ରଦାନ ଅଭାବ ଯୋଗୁ ପେଣ୍ଡିଂ ହୋଇ ରହିଛି ା ଏନେଇ ଦୁଇଦୁଇ ଥର...

ଆକର୍ଷିତ କରିପାରୁନି ପୂଜା ଅଫର

ଅନୁଗୋଳ ଅଫିସ, ୧୧ା୧୦: କୋଭିଡ୍‌ ସମୟ ହୋଇ ନ ଥିଲେ ଅନୁଗୋଳ ବଜାରରେ ଜମିଥାନ୍ତା ଗହଳି। ଦୈନିକ ହୋଇଥାନ୍ତା ବହୁ ଲକ୍ଷ ଟଙ୍କାର ବ୍ୟବସାୟ। ଭଳି କି...

Advertisement
Archives

Model This Week