ଛୋଟ ବେଳୁ ମଡେଲିଂ ପ୍ରୀତି: ଇଚ୍ଛା ଦେଇଛି ସଫଳତା

ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳିଥାଏ। ଛୋଟ ବେଳୁ ମଡେଲ ଓ ଗ୍ଲାମର ଦୁନିଆରେ ନିଜ ପରିଚୟ ସୃଷ୍ଟି କରିବାର ଇଚ୍ଛା ଆଜି ତାଙ୍କୁ ଆଣି ଦେଇଛି ସଫଳତା। ମାତ୍ର ୧୫ ବର୍ଷ ବୟସରେ ଇଷ୍ଟଜୋନ୍‌ସ୍ତରରେ ଅନୁଷ୍ଠିତ ହୋଇଥିବା ‘ମିସ୍‌ ଏଣ୍ଡ ମିଷ୍ଟର ଟିନ୍‌ ଇଣ୍ଡିଆ ର଼୍ୟାମ୍ପ ଶୋ’ରେ ଭାଗ ନେଇ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ହେଉଛନ୍ତି ଅରବିନ୍ଦ ନଗରର ପ୍ରଦୀପ କୁମାର ମିଶ୍ର ଓ ସୌଦାମିନୀ ମିଶ୍ରଙ୍କ କନିଷ୍ଠା କନ୍ୟା ତନୁଶା ମିଶ୍ର। ରାମହରି ନଗର ଶିଶୁ ମନ୍ଦିରରେ ଅଧ୍ୟୟନ କରି ଚଳିତ ବର୍ଷ ୧୦ମ ଶ୍ରେଣୀ ପରୀକ୍ଷାରେ ୯୧.୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ମେ ୧୯ରେ ଭୁବନେଶ୍ୱରରେ ଅନୁଷ୍ଠିତ ‘ମିଷ୍ଟର ଏଣ୍ଡ ମିସ ଟିନ୍‌ ଇଣ୍ଡିଆ ର଼୍ୟାାମ୍ପ ସୋ’ରେ ତନୁଶା ଭାଗ ନେଇଥିଲେ। ଗତ ୭ରେ ବାହାରିଥିବା ଫଳାଫଳରେ ସେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆସନ୍ତା ୨୨ତାରିଖରେ ଦିଲ୍ଲୀରେ ସେମିଫାଇନାଲ ପ୍ରତିଯୋଗିତାରେ ଭାଗ ନେବେ। କମ ବୟସରୁ ମଡେଲିଂରେ ସଫଳତାର ପ୍ରଥମ ପାହାଚ ଚଢିଥିବା ତନୁଶାଙ୍କ ସହ ଧରିତ୍ରୀର ଆଳାପ…..

ମଡେଲିଂ କରିବାକୁ ଆଗ୍ରହ କାହିଁକି ?

ଛୋଟବେଳୁ ଅଭିନୟ ପ୍ରତି ଦୁର୍ବଳତା ରହିଛି। ଏପରିକି ହିନ୍ଦୀ ଚଳଚ୍ଚିତ୍ର ଦେଖିବା ପରେ ଅଭିନେତ୍ରୀଙ୍କ ଅଭିନୟକୁ ନକଲ କରି ଆସୁଥିଲି। ମୋର ନକଲି ଓ ଅଭିନୟକୁ ଦେଖି ଅଭିନୟ କରିବାକୁ ପରିବାରରେ ପ୍ରେରଣା ମିଳୁଥିଲା।
ଗ୍ଲାମର ତଥା ଅଭିନୟ କ୍ଷେତ୍ରରେ ପ୍ରବେଶ ପାଇଁ ମେଡେଲିଂ ଏକମାତ୍ର ରାସ୍ତା। ତେଣୁ ମଡେଲିଂ ପ୍ରତି ଆଗ୍ରହ ପ୍ରକାଶ କରିଛି।
ଫାଇନାଲ ପାଇଁ ନିଜକୁ କିପରି ପ୍ରସ୍ତୁତ କରୁଛନ୍ତି ?
ମଡେଲିଂ ତଥା ର଼୍ୟାମ୍ପ ଶୋ ସମ୍ପର୍କରେ ତାଲିମ ଦେବାକୁ କେହି ନାହାନ୍ତି। କେବଳ ସୋସିଆଲ ମିଡିଆ, ୟୁଟ୍ୟୁବରୁ ମଡେଲିଂ ଓ ର଼୍ୟାମ୍ପ ଶୋର ଟେକି୍ନକ୍‌କୁ ଅନୁକରଣ କରି ଅଭ୍ୟାସ କରୁଛି। ଏଥିସହ ଡ୍ୟାନ୍ସ ଓ ଅନ୍ୟାନ୍ୟ ଏକ୍ସଷ୍ଟ୍ରା କରିକୁଲାର ଆକ୍ଟିଭିଟି ସମ୍ପର୍କରେ ସୋସିଆଲ ମିଡିଆରୁ ହିଁ ଶିକ୍ଷା ଗ୍ରହଣ କରି ତାକୁ ଅନୁକରଣ କରୁଛି। ତଥାପି ଫାଇନାଲରେ ବିଜେତା ହେବା ନେଇ ଆଶା ରଖିଛି।
ଅଭିନୟ ଓ ମଡେଲିଂ କ୍ଷେତ୍ରରେ କାହାକୁ ନିଜର ଆଦର୍ଶ ମାନନ୍ତି ?
ଅଭିନୟ କ୍ଷେତ୍ରରେ ଶ୍ରୀଦେବୀଙ୍କୁ ନିଜର ଆଦର୍ଶ ମନେକରେ। ତାଙ୍କର ଅଭିନୟ ଶୈଳୀ ମୋତେ ଜଣେ ଅଭିନେତ୍ରୀ ହେବାକୁ ପ୍ରେରଣା ଦେଇଥାଏ। ମଡେଲିଂ କ୍ଷେତ୍ରରେ ୨୦୧୭ରେ ମିସ୍‌ ୱାଲର୍‌ଡ ଟାଇଟଲ ହାସଲ କରିଥିବା ମାନୁସୀ ଛିଲ୍ଲରଙ୍କୁ ଅନୁକରଣ କରେ।
ତାଙ୍କର ଆଟିଚ୍ୟୁଡ ମୋତେ ଅଧିକ ଅନୁପ୍ରାଣିତ କରିଥାଏ।
ଆଗକୁ କ’ଣ ଲକ୍ଷ୍ୟ ରହିଛି ?
ଗ୍ଲାମର ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଛି। ଡାକ୍ତର ହେବାକୁ ଇଚ୍ଛା ରହିଛି। ସେହିପରି ଜଣେ ସଫଳ ଅଭିନେତ୍ରୀ ଭାବେ ମଧ୍ୟ ପରିଚୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି।
ମଡେଲିଂ ତଥା ଅଭିନୟ କ୍ଷେତ୍ରରେ ସଫଳ ହେବାକୁ କ’ଣ ଆବଶ୍ୟକ ମନେ କରୁଛନ୍ତି ?
ପ୍ରତିଯୋଗିତା ଛୋଟ ହେଉ ଅବା ବଡ, ସେଥିପାଇଁ ସର୍ବଦା ନିଜକୁ ପ୍ରସ୍ତୁତ କରି ଭାଗ ନେବାକୁ ହେବ। ମଡେଲିଂର ଟେକ୍ନିକ୍‌ ତଥା ସଫଳ ବ୍ୟକ୍ତିତ୍ୱଙ୍କ ଜୀବନ ଆଦର୍ଶକୁ ଅନୁକରଣ କରି ଶିକ୍ଷା ଗ୍ରହଣ କରିବାକୁ ହେବ। ଆମତ୍ବିଶ୍ୱାସକୁ ବଜାୟ ରଖି ସଫଳତା ହାସଲ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri