ଛାତ୍ରୀଛାତ୍ରଙ୍କ ସ୍ବପ୍ନ ପୂରଣ କରୁଛି ଗ୍ଲୋବାଲ୍‌ ଫୋକସ୍‌

ବ୍ରହ୍ମପୁର ଅଫିସ,୧୮ା୬-ଡାକ୍ତର ହେବା ନେଇ ଅନେକେ ଛୋଟ ବେଳୁ ସ୍ବପ୍ନ ଦେଖିଥାନ୍ତି ା ରାଜ୍ୟର ସରକାରୀ କଲେଜରେ କମ୍‌ ସଂଖ୍ୟକ ସିଟ ଏବଂ ରାଜ୍ୟ ତଥା ଅନ୍ୟରାଜ୍ୟରେ ବ୍ୟୟ ବହୁଳ ହେତୁ ଅନେକଙ୍କ ଡାକ୍ତର ହେବା ସ୍ବପ୍ନ ହୋଇ ରହିଯାଏ ା ଏଭଳି ସ୍ଥିତିରେ ରାଜ୍ୟ ତଥା ଦେଶର ଛାତ୍ରୀଛାତ୍ରଙ୍କୁ ଡାକ୍ତରୀ ସ୍ବପ୍ନ ସାକାର କରିବାକୁ ଆଗେଇ ଆସିଛି ଗ୍ଲୋବାଲ ଫୋକସ୍‌ ଏଜୁକେଶନ ଅନୁଷ୍ଠାନ ା ଦୀର୍ଘ ୭ ବର୍ଷ ଧରି ଏହି ଅନୁଷ୍ଠାନ ମଧ୍ୟବିତ୍ତ ତଥା ଡାକ୍ତର ଭାବେ ନିଜର ଭବିଷ୍ୟତ ଗଠନ କରିବାକୁ ଚାହୁଁଥିବା ମେଧାବୀ ଛାତ୍ରୀଛାତ୍ରଙ୍କ ସ୍ବପ୍ନ ପୂରଣ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି। ଦେଶରେ ନୁହେଁ ବରଂ ୟୁରୋପିଆନ ଦେଶ ୟୁକ୍ରେନ୍‌ରେ ଛାତ୍ରୀଛାତ୍ରଙ୍କୁ ଏମ୍‌ବିବିଏସ୍‌ ଡ଼ିଗ୍ରୀ ତଥା ମେଡିକାଲ୍‌ ଶିକ୍ଷା ହାସଲ କରିବାର ସୁଯୋଗ ସୃଷ୍ଟି କରିଆସୁଛି ା ଯାହା ରାଜ୍ୟ ତଥା ଦେଶର ରହିଥିବା ସରକାରୀ ମେଡ଼ିକାଲ କଲେଜ ଗୁଡ଼ିକରେ କମ ସିଟ୍‌ ଏବଂ ବ୍ୟୟବହୁଳ ମେଡ଼ିକାଲ୍‌ ଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କ ଚିନ୍ତାକୁ ଦୂରେଇ ପାରିଛି ା ରବିବାର ଗୋଇଲୁଣ୍ଡି ନିକଟସ୍ଥ ଅନୁଷ୍ଠାନର ବ୍ରହ୍ମପୁର ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିିତ ଖବରଦାତା ସମ୍ମିଳନୀରେ ଏମ୍‌ଡି ଅବଦୁଲ ଜାହିର ଏହା କହିଛନ୍ତି ା ଏହି ଅନୁଷ୍ଠାନ ପକ୍ଷରୁ ପ୍ରତି ବର୍ଷ ଦୁଇଟି ପର୍ଯ୍ୟାୟରେ ୟୁକ୍ରେନରେ ଡାକ୍ତରୀ ଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ନାମଲେଖା ପ୍ରକ୍ରିୟା କରାଯାଇଥାଏ। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ୟୁକ୍ରେନର ନ୍ୟାଶନାଲ ମେଡ଼ିକାଲ ୟୁନିଭର୍‌ସିଟି ସମେତ ଅନ୍ୟାନ୍ୟ ଜାତୀୟସ୍ତରର ମେଡ଼ିକାଲ ପ୍ରତିଷ୍ଠାନ ଗୁଡିକରେ ଡ଼ାକ୍ତରୀ ଶିକ୍ଷା ଗ୍ରହଣ ସୁଯୋଗ ପାଇପାରୁଛନ୍ତି । ଏଥିପାଇଁ ୟୁକ୍ରେନର ସରକାରୀ ୟୁନିଭରସିଟି ଏବଂ ଖାରକିବ ୟୁନିଭରସିଟି ଭଳି ଅନ୍ୟ ପ୍ରତିଷ୍ଠାନ ସହ ଗ୍ଲୋବାଲ ଫୋକସ୍‌ ସହ ଭାଗିତାରେ ସାମିଲ ହୋଇଛି। ଛାତ୍ରୀଛାତ୍ର ସେଠାରେ କିଭଳି ଭଲଭାବେ ରହି ପାଠ ପଢ଼ିପାରିବେ, ସେଥିପାଇଁ ଅନୁଷ୍ଠାନ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି ା ସେଠାରେ ଶିକ୍ଷା ଗ୍ରହଣ ସହ ରହିବା, ଭାରତୀୟ ଖାଦ୍ୟ ପେୟର ବ୍ୟବସ୍ଥା ପ୍ରତି ମଧ୍ୟ ଅନୁଷ୍ଠାନ ଧ୍ୟାନ ଦେଉଛି ା ଏପରିକି ଓଡିଶା ଓ ଭାରତୀୟ ସଂସ୍କୃତିକୁ ବଜାୟ ରଖିବା ସହ ସମସ୍ତ ଭାରତୀୟ ଏବଂ ଓଡିଆ ପରମ୍ପରା, ପର୍ବପର୍ବାଣି ସମ୍ପର୍କରେ ମଧ୍ୟ ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଯାଉଛି ା ୟୁକ୍ରେନ୍‌ର ଏହି ମେଡ଼ିକାଲ ପ୍ରତିଷ୍ଠାନଗୁଡ଼ିକ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡ଼ବ୍ଲ୍ୟୁଏଚ୍‌ଓ) ଏବଂ ମେଡ଼ିକାଲ୍‌ କାଉନ୍‌ସିଲ ଅଫ ଇଣ୍ଡିଆ (ଏମ୍‌ସିଆଇ) ଦ୍ୱାରା ସ୍ବୀକୃତି ପ୍ରାପ୍ତ ବୋଲି ଜାହିର କହିଥିଲେ। ତେବେ ଏଥିପାଇଁ ଛାତ୍ରୀଛାତ୍ର ନିଟ୍‌ରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ ା ଏଥିରେ ଅଧ୍ୟୟନ ସୁଯୋଗ ପାଇଁ ଜେନେରାଲରେ ୧୩୪ ଏବଂ ଅନୁସୂଚିତଜାତି ଛାତ୍ରୀଛାତ୍ରମାନେ ଅନୂ୍ୟନ ୧୦୭ ର଼୍ୟାଙ୍କ ହାସଲ କରିବାର ଆବଶ୍ୟକତା ରହିଛି ା ବର୍ତ୍ତମାନ ସାରା ଦେଶରେ ୬୦୦୦ରୁ ଊର୍ଦ୍ଧ୍ୱ ଏବଂ କେବଳ ଓଡ଼ିଶାରୁ ୧୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ୟୁକ୍ରେନର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଚଳିତ ବର୍ଷ ଏଥିପାଇଁ ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ଶେଷ ହେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଲାଗି ଏବେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ସୂଚାଇଛନ୍ତି ା ସେ ଆହୁରି କହିଛନ୍ତି, ରାଜ୍ୟରେ ମାତ୍ର ୧୧୦୦ ମେଡ଼ିକାଲ ସିଟ୍‌ ରହିଥିବା ବେଳେ ୫୦୦୦୦ ଛାତ୍ରଛାତ୍ରୀ ମେଡ଼ିକାଲ ପଢ଼ିବାଲାଗି ପ୍ରବେଶିକା ପରୀକ୍ଷା ଦେଉଛନ୍ତି। ଘରୋଇ ମେଡ଼ିକାଲ କଲେଜଗୁଡ଼ିକ ତୁଳନାରେ ୟୁକ୍ରେନ୍‌ରେ ଡ଼ାକ୍ତରୀ ପଢ଼ିବା ପାଇଁ ଏକ ବିକଳ୍ପ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri