ଛୋଟାଙ୍କ କୋଟିଏ ଟଙ୍କାର ଘର ଉଚ୍ଛେଦ କଲା ପ୍ରଶାସନ: ମାଟିରେ ମିଶିଲା ଦ୍ୱାରିକାନଗର ଆଡ୍ଡାସ୍ଥଳ

ଖୋର୍ଦ୍ଧା ଅଫିସ,୧୬।୭: ବ୍ରାଉନ୍‌ସୁଗାର କାରବାରରୁ ପଥର ଚୋରା ଚାଲାଣ। ବନ୍ଧୁକ କାରବାରଠାରୁ ଆରମ୍ଭ କରି ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ସୁଧାଂଶୁ ପରିଡ଼ା ଓରଫ୍‌ ଛୋଟା ଓରଫ ଶୁଭ୍ରାଂଶୁ ଜେଲ୍‌ ଯିବା ପରେ କଳାସାମ୍ରାଜ୍ୟର ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଲେଡି ଡନ୍‌ଙ୍କ ହାତରେ ବନ୍ଧୁକ ଧରାଇ ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରେ ରାଜ୍‌ କରୁଥିବା ଛୋଟାଙ୍କ ବେଆଇନ ସମ୍ପତ୍ତି ମଧ୍ୟ ଧୀରେ ଧୀରେ ଜବତ ହେବାରେ ଲାଗିଛି। ତେବେ ସୋମବାର ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରରେ ସରକାରୀ ଜମିକୁ ଦଖଲ କରି କରିଥିବା ଘରକୁ ଭଙ୍ଗାଯିବାବେଳେ ପ୍ରଶାସନ ସ୍ତବ୍ଧ ହୋଇଯାଇଛି। ଉକ୍ତ ଘର ଛୋଟା ଗ୍ୟାଙ୍ଗ୍‌ର ଆଡ୍ଡାସ୍ଥଳ ଥିବା ସ୍ପଷ୍ଟ ହୋଇଛି। ୧୪ ବଖରା ଘର ଭିତରେ ଅଧିକାଂଶ ଥିଲା ଶୀତତାପ ନିୟନ୍ତ୍ରିତ କୋଠରି। ମିଟିଂ ହଲ୍‌, ସୁଇମିଂ ପୁଲ୍‌ ବି ରହିଥିଲା। କୁକୁର ଓ ଗ୍ୟାଙ୍ଗ୍‌ ସଦସ୍ୟ ରହିବା ପାଇଁ ଥିଲା ଭିନ୍ନ ଭିନ୍ନ ଘର। ହେଲିପ୍ୟାଡ୍‌ ପାଇଁ ମଧ୍ୟ ହୋଇଥିଲା ପ୍ରସ୍ତୁତି। କୋଠରିର କାନ୍ଥ ଓ ପରିସର ବି କହୁଥିଲା ସେଠାରେ କିପରି ଚାଲିଥିଲା ଛୋଟା ସାମ୍ରାଜ୍ୟର ମଉଜମସ୍ତି। ପୂରା ସିସିଟିଭି କ୍ୟାମେରା ନଜରରେ ରହିଥିଲା ଆଡ୍ଡାସ୍ଥଳ। ତେବେ ଜିଲା ପ୍ରଶାସନ ୮ ଘଣ୍ଟାର ଅପରେଶନରେ କୋଟିଏରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତିକୁ ମାଟିରେ ମିଶାଇ ଦେଇଛି।
ଏସ୍‌ଟିଏଫ୍‌ ପଚରାଉଚରାବେଳେ ଛୋଟା ନିଜ ସାମ୍ରାଜ୍ୟର କିଛି ଗୁମର ଖୋଲିଥିଲା। ବହୁ ସରକାରୀ ଜମି ଦଖଲ କରିଥିବାବେଳେ ଦ୍ୱାରିକାନଗରସ୍ଥିତ ତାଙ୍କ ଆଡ୍ଡାସ୍ଥଳ ସମ୍ପର୍କରେ ସୁରାକ ମିଳିଥିଲା। ପ୍ରଶାସନର ନଜର ପଡ଼ିବା ପରେ ଉକ୍ତ ଘରେ ଉଚ୍ଛେଦ ନୋଟିସ ଲଗାଯାଇଥିଲା। ଏହାପରେ ଉକ୍ତ ଘରେ ଥିବା ଆସବାବପତ୍ର ଓ ବିଭିନ୍ନ ସାମଗ୍ରୀକୁ ବୋହି ନେଇଥିଲେ ସମ୍ପର୍କୀୟ ଲୋକ। ଏପରିକି ବିଦେଶୀ କୁକୁର ଓ ବହୁ ମୂଲ୍ୟବାନ ଜିନିଷପତ୍ର ମଧ୍ୟ ଗାଏବ୍‌ ହୋଇଯାଇଥିଲା। ତେବେ ଉଚ୍ଛେଦ ପାଇଁ ନିର୍ଦ୍ଧାରିତ ସମୟ ଅନୁସାରେ ଖୋର୍ଦ୍ଧା ଉପଜିଲାପାଳଙ୍କ ଦାୟିତ୍ୱରେ ଥିବା ତହସିଲ୍‌ଦାର ଶୁଭ୍ରାଂଶୁ ସାମଲ ଓ ଡିଏସ୍‌ପି ସତୀଶ ପାଢ଼ୀଙ୍କ ଉପସ୍ଥିତିରେ ସୋମବାର ପୂର୍ବାହ୍ନ ସାଢ଼େ ୧୦ଟାରୁ ଆରମ୍ଭ ହୋଇଥିଲା ଉଚ୍ଛେଦ। ୨ ପ୍ଲାଟୁନ ଫୋର୍ସ ଓ ୩ଟି ଜେସିବି ସହାୟତାରେ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀମାନେ ୮ ଘଣ୍ଟା ଧରି ବିଭିନ୍ନ ନିର୍ମାଣକୁ ଭାଙ୍ଗି ଦେଇଥିଲେ। ମଝିରେ ମଝିରେ ଜେସିବି ମେଶିନ ବାରମ୍ବାର ଖରାପ ହେବା ଯୋଗୁ ବିଳମ୍ବରେ ଅର୍ଥାତ୍‌ ସନ୍ଧ୍ୟା ସାଢେ ୬ଟାରେ ଉଚ୍ଛେଦ ଶେଷ ହୋଇଥିଲା।
ମିଳିଥିବା ସୂଚନାନୁସାରେ, ଛାତ ପକାଇବା ଉଦ୍ଦେଶ୍ୟରେ ଘରଗୁଡିକୁ ନିର୍ମାଣ କରାଯାଇଥିବାବେଳେ ସେଥିରେ ଆଜ୍‌ବେଷ୍ଟସ୍‌ ପକାଯାଇଥିଲା। ଘରଟି ୟୁ ଆକାରରେ ରହିଥିଲା। ସମ୍ମୁଖ ଓ ପଛ ପାଖଟି କମ୍‌ ଚଉଡା ଦିଶୁଥିବାବେଳେ ପରିସର ପୂରା ରାଜକୀୟ ଭଳି ଲାଗୁଥିଲା। ଭିତରେ ବହୁତ ଜମି ରହିଥିଲା। ଛୋଟାଙ୍କ ଘରର ଆଗ ଓ ପଛ ପାର୍ଶ୍ୱରେ ଅନ୍ୟ ଲୋକଙ୍କ ଘର ରହିଥିଲା। ଘରଗୁଡିକ ଏପରି ତିଆରି ହୋଇଥିଲା ଯେ, କେହି ଅତି ସହଜରେ ଗାଏବ୍‌ ହୋଇପାରିବ। ନିର୍ମାଣକୁ ଏତେ ଦୃଢ଼ କରାଯାଇଥିଲା ଯେ, ଭାଙ୍ଗିବାକୁ ବହୁ ସମୟ ଲାଗିଥିଲା। ତେବେ ଘରେ ଥିବା ବଡ଼ ବଡ଼ ଏଲଇଡି ଟିଭି, ୧୧ ବିଦେଶୀ କୁକୁର, ସୋଫା ସେଟ୍‌ ଆଦି ମୂଲ୍ୟବାନ ଉପକରଣକୁ କିଏ ଗାଏବ୍‌ କଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ଧରିଛି।
ଚୋରା କାଠ ବ୍ୟବସାୟ କରୁଥିବା ସନ୍ଦେହ
ଛୋଟା ଓ ତାଙ୍କର ଜଣେ ସହଯୋଗୀଙ୍କ ଘରୁ ୬୦ ଶିଫ୍ଟରୁ ଊର୍ଦ୍ଧ୍ୱ ଶାଳ, ଶାଗୁଆନ, ଆମ୍ବ କାଠ ଜବତ ହୋଇଛି। ଏହାର ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ସାମଗ୍ରୀ ଜବତ ଜାରି ରହିଥିଲା। ଛୋଟାଙ୍କ ସମ୍ପର୍କୀୟମାନେ ଅନ୍ୟ ସାମଗ୍ରୀ ନେଇଯାଇଥିଲେ ମଧ୍ୟ କାଠଗଣ୍ଡିଗୁଡିକୁ ଗାଏବ କରି ପାରି ନ ଥିଲେ। କାଠ ଜବତ ପରେ ଛୋଟା ବ୍ରାଉନସୁଗାର, ପଥର ଖଣି ସହ ଚୋରା କାଠ ବ୍ୟବସାୟ କରୁଥିଲେ ବୋଲି ଜଣାପଡିଛି।
ରହସ୍ୟରେ ୩୨ ବଖରା
ଅର୍ଦ୍ଧନିର୍ମିତ ଘର, ଅଣ୍ଡରଗ୍ରାଉଣ୍ଡ୍‌
ଛୋଟାଙ୍କ ଘର ପଛରେ ରହିଛି ଅର୍ଦ୍ଧ ନିର୍ମିତ ୨୪ ବଖରା ଘର। ଏହି ଘରଗୁଡିକ ଛୋଟାଙ୍କ ସହଯୋଗୀଙ୍କ ପାଇଁ ନିର୍ମାଣ କରାଯାଉଥିଲା ବୋଲି ସନ୍ଦେହ କରାଯାଉଛି। ସେହିପରି ଭଙ୍ଗାଯାଇଥିବା ଘର ପାଖରେ କିଛି ଘର ମଧ୍ୟ ରହିଥିବା ଜଣାପଡିଛି। ତେବେ ପ୍ରଶାସନ ସେହିଘରକୁ ନ ଭାଙ୍ଗି ସରକାରୀ କାର୍ଯ୍ୟାଳୟ ବା କ୍ବାର୍ଟର କରିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଅଣ୍ଡରଗ୍ରାଉଣ୍ଡ୍‌ ଘର ସମ୍ପର୍କରେ କିଛି ସୁରାକ ମିଳିନାହିଁ। ଖୋର୍ଦ୍ଧା ତହସିଲଦାର ସାମଲ କୁହନ୍ତି, ଅର୍ଦ୍ଧନିର୍ମିତ ଘର ସମ୍ପର୍କରେ ଜିଲାପାଳଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri