‘ଛପାକ’ ଫିଲ୍ମ ସହ ଶିରୋଜ କ୍ୟାଫେର କ’ଣ ରହିଛି ସମ୍ପର୍କ

ଲକ୍ଷ୍ନୌ: ଦୀପିକା ପାଦୁକୋନଙ୍କ ଅଭିନୀତ ଓ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛପାକ’ ବହୁ ବାଦ ବିବାଦ ପରେ ରିଲିଜ୍‌ ହୋଇସାରିଛି। ଏହା ଏସିଡ୍‌ ଆଟାକ୍‌ ସର୍ଭାଇଭର ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ କାହାଣୀ ଉପରେ ଆଧାରିତ ବୋଲି ସମସ୍ତେ ଜାଣନ୍ତି। ହେଲେ ଲକ୍ଷ୍ନୌରେ ଥିବା ‘ଶିରୋଜ କ୍ୟାଫେ’ ସହ ଏହାର ଯେଉଁ ସମ୍ପର୍କ ରହିଛି ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ତେବେ ଶିରୋଜ କ୍ୟାଫେରେ କାର୍ଯ୍ୟରତ ଏସିଡ୍‌ ଆଟାକ୍‌ ସର୍ଭାଇଭର ମଧ୍ୟ ଫିଲ୍ମ ଦେଖିବାକୁ ବେଶ୍‌ ଉତ୍ସାହିତ ଥିଲେ। ଏହି କ୍ୟାଫେରେ କାମ କରୁଥିବା ଜିତୁ ଓ କୁନ୍ତି ଏଥିରେ ଅଭିନୟ କରିଛନ୍ତି। ଆଉ ସାଥିଙ୍କୁ ବଡ ପରଦାରେ ଦେଖି ଅନ୍ୟମାନଙ୍କର ଖୁସି କହିଲେ ନ ସରେ। ମହିଳା କଲ୍ୟାଣ ନିଗମ ଦ୍ୱାରା ପରିଚାଳିତ ଶିରୋଜ ହ୍ୟାଙ୍ଗଆଉଟରେ ଏବେ ପ୍ରାୟ ୧୪ ଜଣ ଏସିଡ୍‌ ଆଟାକ ସର୍ଭାଇଭର କାମ କରୁଛନ୍ତି। କେତେଜଣ ମହିଳା ଏହିଠାରେ କାମ କରିବା ଫଳରେ ଜୀବନ ଜିଇଁବାର ରାସ୍ତା ପାଇ ଯାଇଛନ୍ତି ବୋଲି କୁହନ୍ତି। ଆଉ ଏମାନେ ‘ଛପାକ’ ଫିଲ୍ମ ଦେଖିବା ପରେ ଏହା ହିଟ୍‌ ହେଉ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିନ୍ନି-କପିଲଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ

ବମ୍ବେ: ଦେଶର ଲୋକପ୍ରିୟ କମେଡିଆନଙ୍କ ମଧ୍ୟରୁ କପିଲ ଶର୍ମା ଜଣେ। ଦିନକୁ ଦିନ ତାଙ୍କ ଖ୍ୟାତି ବଢ଼ୁଥିବା ବେଳେ କର୍ମ ସହ ବ୍ୟକ୍ତିଗତ ଜୀବନକୁ ନେଇ...

ଆଜି ‘ପଠାନ୍‌’ ରିଲିଜ୍‌

ମୁମ୍ବାଇ: ବହୁ ବାଦବିବାଦ ପରେ ବୁଧବାର ରିଲିଜ୍‌ ହେଉଛି ବଲିଉଡ୍‌ର ଚର୍ଚ୍ଚିତ ଫିଲ୍ମ ‘ପଠାନ୍‌’। ଲୋକପ୍ରିୟ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ହାଇବଜେଟ୍‌ ସିନେମା ପାଇଁ ମଙ୍ଗଳବାର...

ରୁଟି ବେଲିବା ଶିଖୁଛନ୍ତି ନୁସରତ

ମୁମ୍ବାଇ: ବଲିଉଡ୍‌ ମୁଭି ‘ପ୍ୟାର କା ପଞ୍ଚନାମା’ର ଅଭିନେତ୍ରୀ ନୁସରତ ଭରୁଚା ଏବେ ଘରେ ସମୟ କାଟୁଛନ୍ତି। ଲକ୍‌ଡାଉନ ଯୋଗୁ ଶୁଟିଂ ବନ୍ଦ ଥିବାରୁ ଏହି...

ନିମିଶା-ମେରିନ-ସୋନିଆଙ୍କ କାହାଣୀ: ଦି କେରଲା ଷ୍ଟୋରି…

ମୁମ୍ବାଇ,୪।୫ : ଜିହାଦର ଚକିରେ ପେଷି ହୋଇଥିବା ଅଣ-ମୁସଲମାନ ଝିଅଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ଦି କେରଲା ଷ୍ଟୋରି କେରଳର ପ୍ରେମ,ଧର୍ମାନ୍ତରୀକରଣ ଏବଂ ଆତଙ୍କବାଦ ସହ...

ପୁଣି ଅଲଗା ହେଲେ କାଇଲି ଜେନର-ଟ୍ରୋଭିସ ସ୍କଟ

ଲସ ଆଞ୍ଜେଲସ: ପୁଅର ପ୍ରଥମ ଜନ୍ମଦିନ ପୂର୍ବରୁ ପୁଣିଥରେ ଅଲଗା ହୋଇଯାଇଛନ୍ତି କାଇଲି ଜେନର ଓ ଟ୍ରୋଭିସ ସ୍କଟ । ଦ ମିରରର ରିପୋର୍ଟ ଅନୁଯାୟୀ,...

ମହିଳା ଦିବସରେ ରିଲଜ୍ ହେଲା ପରିଣିତଙ୍କ ଅଭିନୀତ ଫିଲ୍ମ ‘ସାଇନା’ର ଟ୍ରେଲର

ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରାଙ୍କର ମୋଷ୍ଟ ଆୱେଟେଡ ଫିଲ୍ମ ‘ସାଇନା’ର ଟ୍ରେଲର ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ରିଲିଜ୍ ହୋଇଛି । ଏହା ରିଲିଜ୍ ହେବା...

ୟେଲୋ ଶାଢୀରେ ନଜର ଆସିଲେ ସୋନାଲି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ତାଙ୍କ ସମୟର ଜଣେ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଥିଲେ ଜଣେ । ତାଙ୍କର ଅନସ୍କ୍ରିନ ଆକ୍ଟିଂ ଲକ୍ଷ ଲକ୍ଷ...

ପୁଣି ଭୋଭୋ ହୋଇ କାନ୍ଦିଲେ ଏହି ଅଭିନେତ୍ରୀ

ବିଗ ବସ୍‌ ସିଜନ୍‌ -୧୪ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି। ଫାଇନାଲ ଯେତିକି ପାଖେଇ ଆସୁଛି, ପ୍ରତିଯୋଗୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ପ୍ରତିଯୋଗୀମାନେ...

Advertisement
Archives

Model This Week