ଛତ୍ରଛାୟା ତଳେ ଚୋରା ମଦ ବେପାର

ଖୋର୍ଦ୍ଧା ଅଫିସ,୭ା୫: ମହାମାରୀ କରୋନା (କୋଭିଡ-୧୯)କୁ ପ୍ରତିହତ କରିବା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଥିବା ବେଳେ ମଦ ଦୋକାନ ବନ୍ଦ ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି। ଅନ୍ୟପକ୍ଷରେ ଖୋର୍ଦ୍ଧାରେ ଚୋରା ମଦ ଓ ଗଞ୍ଜେଇ ବେପାର ବଢ଼ି ଚାଲିଛି। ଅବକାରୀ ଓ ପୋଲିସର ଛତ୍ରଛାୟା ତଳେ ଏହି ବେପାର ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ସୂଚନାଥାଉ କି, ଲକ୍‌ଡାଉନ ଜାରି ରହିଥିବା ବେଳେ ଗତ ଏପ୍ରିଲ ୨୪ ତାରିଖରେ କୌଣସି ସୁତ୍ରରୁ ଖବରପାଇ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ଟିମ୍‌ ସହ ଟାଉନ(ଆଦର୍ଶ) ଥାନା ଅନ୍ତର୍ଗତ ପଲ୍ଲା ତୋଟାପଡା ସ୍ଥିତ ଏକ ବନ୍ଦ କୋଠରୀର ତାଲା ଭାଙ୍ଗି ୭୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ୩୧ଶହ ପେଟି ବିଦେଶୀ ମଦ ଜବତ କରିଥିଲେ। ସେହିପରି ଗତ ଫେବୃୟାରୀ ୬ ତାରିଖରେ ଅବକାରୀ ପୋଲିସ ଖୋର୍ଦ୍ଧା ଉପକଣ୍ଠ ମୁକୁନ୍ଦପ୍ରସାଦ ଅଞ୍ଚଳରୁ ୮ଲକ୍ଷ ଟଙ୍କା ମୂଲ୍ୟର ୧୬୦କେଜି ଗଞ୍ଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଥିଲେ। ମାର୍ଚ୍ଚ ୧୯ରେ ତୋଟାପଡା ଛକ ନିକଟରୁ ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ ଚଢ଼ାଉ କରି ଜଣକୁ ଗିରଫ କରିବା ସହ ତାଙ୍କ ଠାରୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ୨୩କେଜି ଗଞ୍ଜେଇ ବସ୍ତା ଜବତ କରିଥିଲେ। ଖୋର୍ଦ୍ଧା ଅବକାରୀ ଏପ୍ରିଲ୨୪ ରେ ବେଗୁନିଆ ବ୍ଲକ ରାସୋଲ ଗ୍ରାମରେ ଚାଲିଥିବା ଏକ ନକଲି ମଦ ଦୋକାନକୁ ଠାବ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ଏକ କାର ଏବଂ ୧୭ଲକ୍ଷ ୬୦ହଜାର ଟଙ୍କା ଏବଂ କାର ଜବତ ହୋଇଥିଲା। ଗତ ମଙ୍ଗଳବାର ବୋଲଗଡ ଥାନା ଅସରଳା ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ୭୫କେଜି ଗଞ୍ଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। ତାଙ୍କ ନିକଟରୁୁ ୨ଲକ୍ଷ ୬୦ହଜାର ଟଙ୍କା ଓ ଏକ କାର ଜବତ କରାଯାଇଛି। ମାର୍ଚ୍ଚ ୨୩ରୁ ଏ ପର୍ଯ୍ୟନ୍ତ ଖୋର୍ଦ୍ଧା ପୋଲିସ ପକ୍ଷରୁ ଏ ନେଇ ୪୧ଟି ମାମଲା ରୁଜୁ ହୋଇଥିବା ବେଳେ ବିପୁଳ ପରିମାଣର ମଦ ଜବତ କରାଯାଇଛି। ଏ ସମ୍ପର୍କରେ ଏସ୍‌ପି ସ୍ବାଇଁ କହିଛନ୍ତି, ଲକ୍‌ଡାଉନ ସମୟରେ ଜିଲାର ସମସ୍ତ ଥାନା ଅଞ୍ଚଳରେ ଚଢ଼ାଉ ଜାରି ରହିଛି। ଚୋରା ମଦ କାରବାର ଘଟଣାରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ରାତ୍ରି ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ। ଚୋରା ମଦ କାରବାରକୁ ପ୍ରୋତ୍ସାହନ ଦିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri