ଛତୁଆର ମାନ ବୃଦ୍ଧି ସହ ପୁଷ୍ଟିସାଧନ ଲକ୍ଷ୍ୟ: ‘ମୋ ଛତୁଆ’ ୱେବ୍‌ସାଇଟ୍‌, ଆପ୍‌ ଉନ୍ମୋଚିତ

ଭୁବନେଶ୍ୱର,୧୮।୮(ବ୍ୟୁରୋ):ସମନ୍ବିତ ଶିଶୁ ବିକାଶ ଯୋଜନାରେ ପରିପୂରକ ଖାଦ୍ୟ କାର୍ଯ୍ୟକ୍ରମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ଛତୁଆ ଯୋଗାଣ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଏବଂ କ୍ରିୟାଶୀଳତା ଆଣିବା ଲକ୍ଷ୍ୟ ରଖାଯାଇଛି। ଏହିକ୍ରମରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ‘ମୋ ଛତୁଆ’ ୱେବ୍‌ସାଇଟ୍‌, ଆପ୍‌ ଏବଂ ସୂଚନା ପରିଚାଳନା ବ୍ୟବସ୍ଥାର ବିକାଶ କରାଯାଇଛି। ଶନିବାର ପୂର୍ବାହ୍ନରେ ପୋଖରୀପୁଟସ୍ଥିତ ମିଶନ ଶକ୍ତି ଭବନରେ ଆୟୋଜିତ ଜିଲା ସମାଜ ମଙ୍ଗଳ ଅଧିକାରୀ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଏହାର ଶୁଭାରମ୍ଭ କରିଛନ୍ତି। ଏଥିସହ ଘରକୁ ନେବା ଖାଦ୍ୟର (ଟେକ୍‌ ହୋମ୍‌ ରାଶନ୍‌) ସଂଶୋଧିତ ନିୟମାବଳୀକୁ ମଧ୍ୟ ମନ୍ତ୍ରୀ ସାହୁ ଉନ୍ମୋଚନ କରିଛନ୍ତି। ‘ମୋ ଛତୁଆ’ ଆପ୍‌ଟି ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ‘ଅଜିମ୍‌ ପ୍ରେମ୍‌ଜୀ ଫିଲାନ୍‌ଥ୍ରୋପିକ୍‌ ଇନିସିଏଟିଭସ୍‌’ର ଏକ ଯୁଗ୍ମ ପରିକଳ୍ପନା। କେନ୍ଦ୍ରୀୟ ଖାଦ୍ୟ ପ୍ରଯୁକ୍ତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ମୁଖ୍ୟ ବୈଜ୍ଞାନିକ ଡ. ଶ୍ରୀଦେବୀ ଅନ୍ନପୂର୍ଣ୍ଣା ସିଂହ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଏହି ୱେବ୍‌ସାଇଟ୍‌ ଲୋକାର୍ପଣ କରି ମନ୍ତ୍ରୀ ସାହୁ କହିଥିଲେ, ଅପପୁଷ୍ଟି ରୋକିବା ଦିଗରେ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ରାଜ୍ୟର ମହିଳା, ଗର୍ଭବତୀ, କିଶୋରୀ ଏବଂ ଶିଶୁମାନଙ୍କୁ ଆବଶ୍ୟକ ପୁଷ୍ଟିସାଧନ ନିମନ୍ତେ ପରିପୂରକ ଖାଦ୍ୟ ଯୋଜନା ଦ୍ୱାରା ଆବଶ୍ୟକ ଶୁଖିଲା ଖାଦ୍ୟ ଏବଂ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହାସତ୍ତ୍ବେ ମଧ୍ୟ ଏହି ଖାଦ୍ୟ ଯୋଗାଣରେ ଅଧିକ ସ୍ବଚ୍ଛତା ଆଣିବା ଏବଂ ଏହାର ପରିଚାଳନା ବ୍ୟବସ୍ଥାକୁ ନିୟମିତ ଭାବେ ନିରୀକ୍ଷଣ ଏବଂ ତଦାରଖ କରିବା ଦିଗରେ ଏହି ୱେବ୍‌ସାଇଟ୍‌ ଅତ୍ୟନ୍ତ ଉପଯୋଗୀ ହୋଇପାରିବ ବୋଲି ମନ୍ତ୍ରୀ ସାହୁ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଥିଲେ, ଏହି ୱେବ୍‌ସାଇଟ୍‌ ଜରିଆରେ ଛତୁଆ ଯୋଗାଣ, ମାନ ନିର୍ଦ୍ଧାରଣ, ସାମଗ୍ରୀ କ୍ରୟ, ପ୍ରସ୍ତୁତି ଏବଂ ବଣ୍ଟନ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରାଯାଇପାରିବ। ଆପ୍‌ ଦ୍ୱାରା ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନ୍‌ଲାଇନ୍‌ ମନିଟରିଂ କରାଯିବା ସହ ମାସର ଏକ ନିର୍ଦ୍ଧିଷ୍ଟ ଦିନରେ ଛତୁଆ ପ୍ରସ୍ତୁତକାରୀ ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ମିଶ୍ରଣ କରିବେ। ଯାଞ୍ଚ କମିଟିଙ୍କ ଉପସ୍ଥିତିରେ ନିର୍ଦ୍ଧିଷ୍ଟ ଦିନରେ ଗର୍ଭବତୀ ମହିଳା, କିଶୋରୀ ଓ ଶିଶୁମାନଙ୍କୁ ଛତୁଆ ବଣ୍ଟନ କରାଯିବ। ଏଥିସହ ସ୍ବୟଂ ସହାୟକ ଗୋଷ୍ଠୀମାନେ ଅନ୍‌ଲାଇନ୍‌ ବିଲ୍‌ ପୈଠ କରିବେ ଏବଂ ଦେୟ ମଧ୍ୟ ଇ-ପେମେଣ୍ଟ ଜରିଆରେ କରାଯିବ। ଏଥିପାଇଁ ଜିଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ଅଧିକାରୀ ଏବଂ ଅଙ୍ଗନଓ୍ବାଡ଼ି ସୁପରଭାଇଜରମାନେ ଜାରି କରାଯାଇଥିବା ଗାଇଡ଼୍‌ଲାଇନ୍‌ର ଅନୁପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଉଲ୍ଲେଖଥାଉ କି, ମୋ ଛତୁଆ ୱେବ୍‌ସାଇଟ୍‌ରେ ଛତୁଆ ପ୍ରସ୍ତୁତି କେନ୍ଦ୍ରର ଭିତ୍ତିଭୂମି, ଆବଶ୍ୟକ ଯନ୍ତ୍ରପାତି, ଶୁଖିଲା ଖାଦ୍ୟ ପ୍ରସ୍ତୁତି କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ସମସ୍ତ ତଥ୍ୟ, ପ୍ରଶିକ୍ଷଣ, ନିୟମାବଳୀ, କାର୍ଯ୍ୟାଦେଶ, ନିର୍ଦ୍ଦେଶାବଳୀ ଇତ୍ୟାଦି ଉପଲବ୍ଧ ହେବ। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କମିଶନର ତଥା ନିର୍ଦ୍ଦେଶକ, ମିଶନ ଶକ୍ତି ସୁଜାତା ଆର୍‌. କାର୍ତ୍ତିକେୟନ୍‌, ନିର୍ଦ୍ଦେଶକ, ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରୱାଲ, ଅଜିମ୍‌ ପ୍ରେମ୍‌ଜୀ ଫିଲାନ୍‌ଥ୍ରୋପିକ୍‌ ଇନିସିଏଟିଭସର ଉପସଭାପତି ଦେବଜିତ୍‌ ମିତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ୩୦ ଜିଲାରୁ ସମାଜ ମଙ୍ଗଳ ଅଧିକାରୀମାନେ ଏହି ସମ୍ମିଳନୀରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେକ୍ଷାଳୟରୁ ମୁହଁ ଫେରାଉଛନ୍ତି ଦର୍ଶକ

ଭୁବନେଶ୍ୱର,୮।୧୨ (ବ୍ୟୁରୋ):ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହେଉଛି ସିନେମା। ଟେଲିଭିଜନ ମାଧ୍ୟମରେ ଯେତେ ଚଳଚ୍ଚିତ୍ର ଦେଖିଲେ ବି ହଲ୍‌ରେ ବସି ଦେଖିବାର ମଜା ନିଆରା। ତେବେ କରୋନା...

ରାମ୍‌କୋ ସିମେଣ୍ଟର ୨ ଅଧିକାରୀଙ୍କୁ ଜବାବ ତଲବ

ଯାଜପୁର ଅଫିସ,୩୧ା୩: କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକଙ୍କ ସ୍ବାର୍ଥକୁ ଭୁଲି ଶିଳ୍ପସଂସ୍ଥାଗୁଡ଼ିକ କେବଳ ନିଜ ଲାଭ ପାଇଁ ବ୍ୟଗ୍ର । ଏଥିପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ...

ବିଲ୍‌ ସାଇକଲ: କାହିଁକି ଏ ପରିବର୍ତ୍ତନ

ଭୁବନେଶ୍ୱର,୯। ୮(ବ୍ୟୁରୋ): ଉପଭୋକ୍ତାଙ୍କୁ ଉନ୍ନତମାନର ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଗୋଟିଏ ପରେ ଗୋଟିଏ ଘରୋଇ ସଂସ୍ଥା...

୧୩,୩୧୧ କୋଟିରେ ୨୨ ଶିଳ୍ପ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୨୦ ଶିଳ୍ପଭିତ୍ତିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାବେଳେ ୨ଟି ପ୍ରକଳ୍ପକୁ ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ମେଟାଲ,...

ବଦଳିଲା ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା ତାରିଖ

କଟକ ଅଫିସ,୧୧ା୨: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ର ମୁଖ୍ୟ ଲିଖିତ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଏ...

ବଲାଙ୍ଗୀରରେ ବିପିସିଏଲ୍‌ର ବଟଲିଂ ପ୍ଲାଣ୍ଟ ଉଦ୍‌ଘାଟିତ

ବଲାଙ୍ଗୀର ଅଫିସ,୨୭।୧୨: ବଲାଙ୍ଗୀର ସହର ଉପକଣ୍ଠ ବରକାନି ଗ୍ରାମରେ ନବନିର୍ମିତ ବିପିସିିଏଲ୍‌ର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ ଶୁକ୍ରବାର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଓଡ଼ିଶା ରାଜ୍ୟପାଳ...

‘ମୋ ସରକାର’ କାର୍ଯ୍ୟକ୍ରମକୁ ଅପରାଜିତାଙ୍କ କଟାକ୍ଷ: କହିଲେ ‘୨୦ ବର୍ଷ ପରେ ସରକାରଙ୍କ ୫-ଟି କଥା ମନେ ପଡ଼ିଲା’

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ସଚିବମାନେ ବିଭିନ୍ନ ଜିଲାକୁ ଗସ୍ତ କରୁଛନ୍ତି। ଲୋକମାନଙ୍କୁ ଠିକ୍‌...

ଆମ୍ରିରେ ସିୟର ଓ୍ବେଭ ଇଲାଷ୍ଟୋଗ୍ରାଫି ଚିକିତ୍ସା ସୁବିଧା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ସିୟର ଓ୍ବେଭ ଇଲାଷ୍ଟୋଗ୍ରାଫି ଚିକିତ୍ସା ସୁବିଧା ଶୁଭାରମ୍ଭ ହୋଇଛି। ଏହି ନୂଆ ଫାସିଲିଟି ଦ୍ୱାରା ହସ୍ପିଟାଲ ପରିସରରେ ଏକ...

Advertisement
Archives

Model This Week