ଛତିଶଗଡ଼ ଖୋଲିଲା ୪ ବ୍ୟାରେଜ: ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି

ସମ୍ବଲପୁର,୨୦।୬(ବ୍ୟୁରୋ)-ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍‌ରେ କିଛିଦିନ ହେବ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଡ୍ୟାମ୍‌ ଉପରମୁଣ୍ଡରେ ଦୁଇଦିନ ଭିତରେ ୨୪.୯୮ ଓ ୮.୩୪ ମିମି ବର୍ଷା ରେକର୍ଡ କରାଯାଇଛି । ଏହାସହ ଜୁନ ୧୬ରୁ ଛତିଶଗଡ଼ର ୪ଟି ବ୍ୟାରେଜ ଖୋଲା ଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡର ବର୍ଷା ଓ ବ୍ୟାରେଜ ଖୋଲାଯାଇଥିବାରୁ ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ, ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଡ୍ୟାମ୍‌ର ତଳ ଓ ଉପରମୁଣ୍ଡରେ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଜଳସ୍ତର ଆହୁରି ବଢ଼ିବ ବୋଲି ଆଶଙ୍କା ରହିଛି । ଏଭଳି ବର୍ଷା ଲାଗି ରହିଲେ ଧାର୍ଯ୍ୟ ସମୟ ଯଥା ପୂର୍ବବର୍ଷ ଭଳି ଜୁଲାଇ ମାସ ପୂର୍ବରୁ ଗେଟ୍‌ ଖୋଲାଯିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଡ୍ୟାମ୍‌ରେ ଜଳସ୍ତର ବିଶେଷ ଭାବେ ହ୍ରାସ ପାଇନାହିଁ । ଲକ୍‌ଡାଉନ ଯୋଗୁ ବହୁ କମ୍ପାନୀ ବନ୍ଦ ରହିଛି ା ଫଳରେ ଉକ୍ତ କମ୍ପାନଗୁଡିକ ବ୍ୟବହାର କରୁଥିବା ହୀରାକୁଦ୍‌ ଡ୍ୟାମ୍‌ ଜଳ କମ୍‌ ପରିମାଣରେ ବ୍ୟବହାର କରିଛନ୍ତି । ସେହିପରି ବୁର୍ଲା ଓ ହୀରାକୁଦ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ ୪ଟି ୟୁନିଟ ଅଚଳ ରହିଛି। ତଥାପି ଉକ୍ତ କମ୍ପାନୀଗୁଡିକ ବନ୍ଦ ରହିବା କାରଣରୁ ଡ୍ୟାମ୍‌ରୁ ଉତ୍ପାଦିତ ବିଦ୍ୟୁତ୍‌ କମ୍‌ ପରିମାଣରେ ବ୍ୟବହାର ହୋଇଛି ବୋଲି ଜଣାପଡିଛି ା
ଶୁକ୍ରବାର ସକାଳ ୮ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଜଳଭଣ୍ଡାରରେ ୬୧୦.୧୫ ଫୁଟ ଜଳସ୍ତର ରହିଛି । ଗୁରୁବାର ସକାଳେ ୬୦୮.୯୧ ଫୁଟ ଜଳସ୍ତର ରହିଥିଲା । ୨୪ ଘଣ୍ଟାରେ ପ୍ରାୟ ଦେଢ଼ଫୁଟ ଜଳସ୍ତର ବୃଦ୍ଧି ହୋଇଛି । ହେଲେ ଜଳଭଣ୍ଡାରକୁ ୬୯. ୦୬୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି । ୧୫ହଜାର ୧୮୦ କ୍ୟୁସେକ ପାଣି ନିଷ୍କାସନ କରାଯାଉଛି । ଉପରମୁଣ୍ଡରେ ୮.୩୬ ମିମି ବର୍ଷା ହୋଇଥିବା ବେଳେ ତଳମୁଣ୍ଡରେ ୦.୩୪ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ବୁର୍ଲା ପାୱାର ହାଉସରେ ୮୭.୮୩୩ ଓ ଚିପିଲିମା ପାୱାର ହାଉସରେ ୪୨.୮୭୫ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ ହୋଇଛି । ଏଥିପାଇଁ ଡ୍ୟାମରୁ ଜଳ ଯୋଗାଇ ଦିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri