ସତର୍କ କରାଇଲା ଡବ୍ଲ୍ୟୁଏଚ୍‌ଓ: ‘ବିପଜ୍ଜନକ ସ୍ଥିତିରେ ମହାମାରୀ କରୋନା’

ଜେନିଭା, ୨୦ା୬: ମହାମାରୀ କରୋନା ଏବେ ଏକ ନୂଆ ଓ ବିପଜ୍ଜନକ ପର୍ଯ୍ୟାୟରେ ପ୍ରବେଶ କରିଛି। ଗତ ଦୁଇଦିନ ହେବ ଉଗ୍ର ସଂକ୍ରମଣ ଦେଖାଦେଇଛି। ଗୁରୁବାର ୧.୫୦ ଲକ୍ଷ ଓ ଶୁକ୍ରବାର ଗୋଟିଏ ଦିନରେ ସର୍ବାଧିକ ୧.୮୧ ଲକ୍ଷରୁ ଅଧିକ ନୂଆ ମାମଲା ଦେଖାଦେଇଥିଲା। ଆମେରିକା ସମେତ ମଧ୍ୟ ପ୍ରାଚ୍ୟ ଓ ଦକ୍ଷିଣ ଏସିଆରେ ସର୍ବାଧିକ ମାମଲା ଦେଖିବାକୁ ମିଳିଥିଲା। ଆଗକୁ ଆହୁରି ଭୟଙ୍କର ସ୍ଥିତି ଦେଖାଦେବାର ଆଶଙ୍କା ରହିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ମୁଖ୍ୟ ଟେଡୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌ ଶନିବାର ସତର୍କ କରାଇଛନ୍ତି। କରୋନା ଭୂତାଣୁ ଦ୍ରୁତ ଗତିରେ ବ୍ୟାପିଚାଲିଛି। ଲୋକମାନେ ସଙ୍ଗରୋଧରେ ରହି ବିରକ୍ତ ପ୍ରକାଶ କରୁଛନ୍ତି ଓ ବାଣିଜ୍ୟ, ବ୍ୟବସାୟ ଲାଗି ଅନେକେ ମନ ବଳାଇଛନ୍ତି। ହେଲେ ସାମ୍ପ୍ରତିକ ସମୟ ସବୁଠାରୁ ଅଧିକ ସତର୍କ ରହିବାର ସମୟ ବୋଲି ସେ ପ୍ରକାଶ କରିଛନ୍ତି। ଡବ୍ଲ୍ୟୁଏଚ୍‌ଓର କାରିଗରି ବିଭାଗ ମୁଖ୍ୟ ମାରିଆ ଭାନ୍‌ କେର୍‌ଖୋଭ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଅନେକେ ସୁସ୍ଥ ହୋଇଥିଲେ ହେଁ ଭୂତାଣୁକୁ ନିୟନ୍ତ୍ରଣ କରାଯାଇପାରି ନାହିଁ। ଏହା ପୁଣି ଫେରିବାର ଭୟ ମଧ୍ୟ ରହିଛି। ସମ୍ଭବତଃ ବର୍ଷ ଶେଷ ଆଡ଼କୁ ପୁଣି ଭnୂତାଣୁର ଲେଉଟାଣି ହୋଇପାରେ। ସର୍ବଦା ସତର୍କ ରହିବା ସହ କରୋନା ଭୂତାଣୁଠାରୁ ଦୂରେଇ ରହିବା ଉଚିତ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତି ନିୟମରେ ଆସିପାରେ ସଂସ୍କାର: ୪ ବିଭାଗଠାରୁ ଲୋଡ଼ାଗଲା ମତାମତ

ଭୁବନେଶ୍ୱର,୩୦ା୭(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ନିୟମରେ ଅଧିକ ସଂସ୍କାର ଆଣିବା ପାଇଁ ଲକ୍ଷ୍ୟ ରହିଛିି। ଏହାକୁ ନେଇ ୪ ପ୍ରମୁଖ ବିଭାଗଠାରୁ ତଥ୍ୟ ଲୋଡ଼ାଯାଇଛି। ଏ…

ଉପରେ ଶୁଖିଲା ଲଙ୍କା, ଭିତରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

ସୋନପୁର,୩୦ା୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ମୋବାଇଲ ୟୁନିଟ୍‌ ଓ ବୀରମହାରାଜପୁର ଅବକାରୀ ଥାନା ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ଉଲୁଣ୍ଡା ଥାନା ଏସ୍‌. ପତ୍ରାପାଲି ଓ ବୀରମହାରାଜପୁର…

ଆଡ୍‌ମିଶନ ନ ମିଳିବାରୁ ୨ ଆଇଆଇଟି ୱେବ୍‌ସାଇଟ୍‌ ହ୍ୟାକ୍‌ କଲେ ଛାତ୍ର

କାନପୁର, ୩୦ା୭ : ଆଇଆଇଟି-କାନପୁରର ନୂତନ ‘ବ୍ୟାଚଲର୍‌ ଅଫ୍‌ ସାଇବର ସିକ୍ୟୁରିଟି’ ପାଠ୍ୟକ୍ରମରେ ନାମଲେଖାରୁ ବଞ୍ଚିତ ହେବା ପରେ ଆଇଆଇଟି-କାନପୁର ଏବଂ ଆଇଆଇଟି-ମାଡ୍ରାସ୍‌ର ଅଫିସିଆଲ ୱେବ୍‌ସାଇଟ୍‌ ହ୍ୟାକ୍‌…

୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ଏହି ବିଷୟରେ ହେବ ଚର୍ଚ୍ଚା

ଭୁବନେଶ୍ୱର,୩୦ା୭ (ସୁନୀତ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରଠାରୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ପ୍ରଥମ ଦିନ ସନ୍ଧ୍ୟାରେ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀଙ୍କ…

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri