ଛତା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ: ବିଦ୍ୟାଳୟ ସମସ୍ୟା ବଢିଚାଲିଛି, ସମାଧାନ ନାହିଁ

ନୂଆପଡା ଅଫିସ,୨୦ା୯ – ସରକାର ପ୍ରାଥମିକ ଶିକ୍ଷାର ବିକାଶ ସକାଶେ ସବୁବେଳେ କାମ କରି ବିଦ୍ୟାଳୟ ନିର୍ମାଣ କରୁଛନ୍ତି । ବିଭିନ୍ନ ବିଦ୍ୟାଳୟକୁ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ମାନ୍ୟତା ଦିଆଯାଉଛି। ହେଲେ ସେଠାରେ ଆବଶ୍ୟକ ଭିତିଭୂମି ବ୍ୟବସ୍ଥା ହେଉ ନ ଥିବାରୁ ଶିକ୍ଷାଦାନ ଆଶାନୁରୂପ ହୋଇପାରୁ ନ ଥିବା ଅଭିଯୋଗ ହେଉଛି । ନୂଆପଡ଼ା ଜିଲା କୋମନା ବ୍ଲକ ଛତା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ଏହାର ଏକ ଉଦାହରଣ । ପ୍ରାଥମିକ ବିଦ୍ୟାଳୟ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପାଇବାର ଦୀର୍ଘ ୯ ବର୍ଷ ବିତିଯିବ ତଥାପି ସମସ୍ୟା ପିଛା ଛାଡୁ ନାହିଁ। ଏହାର ସମାଧାନ ପାଇଁ ଗ୍ରାମବାସୀ ନୂଆପଡା ଆସି ଜିଲା ଶିକ୍ଷାଧିକାରୀଙ୍କୁ ଗୁହାରି ଜଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଜିଲାର ଆଦିବାସୀ ଅଧ୍ୟୁଷିତ ଛତା ଗାଁରେ ପ୍ରାଥମିକ ସହ ଉଚ୍ଚଶିକ୍ଷାର ବିକାଶକୁ ଦୃଷ୍ଟିରେ ରଖି ୨୦୧୦ରେ ପ୍ରାଥମିକ ବିଦ୍ୟାଳୟକୁ ସରକାର ଉନ୍ନୀତ ଉଚ୍ଚବିଦ୍ୟାଳୟର ମାନ୍ୟତା ଦେଇଛନ୍ତି । ସେହି ଦିନଠାରୁ ସେଠାରେ ଛାତ୍ରୀଛାତ୍ର ସଂଖ୍ୟା ବଢିଚାଲିଛି । ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୨୧୪ ଜଣ ଛାତ୍ରୀଛାତ୍ର ଥିବାବେଳେ ନବମ ଏବଂ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୬୩ ଜଣ ରହିଛନ୍ତି । ତଦନୁଯାୟୀ ଶିକ୍ଷକ ସଂଖ୍ୟା କମ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ଉନ୍ନୀତ ହେବାର ଆଜକୁ ୯ ବର୍ଷ ବିତିଗଲାଣି । ହେଲେ ଏଠାରେ ଗଣିତ, ହିନ୍ଦୀ, ସଂସ୍କୃତ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ପାଇଁ ଶିକ୍ଷକ ନ ଥିବାବେଳେ କିରାଣୀ, ପିଅନ ପଦବୀ ଖାଲି ପଡିଛି । ଏଠାରେ ଥିବା ଜଣେ ବରିଷ୍ଠ ଶିକ୍ଷକ ସିଆରସିସି ପଦକୁ ଯିବାରୁ ଏହି ପଦବୀ ମଧ୍ୟ ଖାଲି ପଡିଛି । ଏଭଳି ସ୍ଥିତିରେ ପାଠ ପଢା କିପରି ହେଉଥିବା ସହଜେ ଅନୁମାନ କରିହେବ । ବିଦ୍ୟାଳୟରେ ଖେଳ ପଡିଆ କି ପାଠଗାର ନ ଥିବାରୁ ପିଲାଙ୍କ ଶାରିରୀକ କିମ୍ବା ମାନସିକସ୍ତରରେ ବିକାଶ ହୋଇପାରୁନାହିଁ । ଏଥିପାଇଁ ଗ୍ରାମବାସୀ ବିଭିନ୍ନ ସମୟରେ ବିଭାଗକୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥବାରୁ ଅସନ୍ତୋଷ ବଢିଚାଲିଛି । ଶେଷରେ ଅନ୍ୟନ୍ୟୋପାୟ ହୋଇ ଗ୍ରାମବାସୀ ନୂଆପଡା ଆସି ଜିଲା ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଭୋଇଙ୍କୁ ଭେଟି ଜଣାଇଛନ୍ତି । ଏହା ଉପରେ ଦୃଷ୍ଟି ଦେବେ ବୋଲି ଅଧିକାରୀ ଭୋଇ ପ୍ରତିଶ୍ରୁତି ଦେଇଛନ୍ତି। ଗ୍ରାମବାସୀଙ୍କ ମଧ୍ୟରେ ତ୍ରିଲୋଚନ କଟା, ରାଜୁ ମାଝି, ଜୟରାମ ମାଝି, ଯଦୁମଣୀ କଟା ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri