ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି: ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଧାରଣା

ପାରାଦୀପ,୧୧ା୧(ସ୍ବ.ପ୍ର.): ପାରାଦୀପ ବନ୍ଦରର ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଶୁକ୍ରବାର ପାରାଦୀପ ପୋର୍ଟ ଆଣ୍ଡ ଡକ୍‌ ମଜଦୁର ୟୁନିୟନ ପକ୍ଷରୁ ଧାରଣା ଦିଆଯାଇଛି। ଉକ୍ତ ପ୍ରକଳ୍ପରେ କାମ କରୁଥିବା ୬ ଜଣ ଶ୍ରମିକଙ୍କୁ ଛଟେଇ କରାଯାଇଛି। ସେମାନଙ୍କୁ ପୁନଃ ନିଯୁକ୍ତି ଓ ଅନ୍ୟ ଶ୍ରମିକଙ୍କ ନିୟମିତ ଦରମା ଦାବିରେ ସକାଳେ ଗେଟ୍‌ ବନ୍ଦ ଆନ୍ଦୋଳନ ହୋଇଥିଲା। ସନ୍ଧ୍ୟାରେ ଆଲୋଚନା ପାଇଁ ପ୍ରଶାସନ ଓ ପୋଲିସ ପ୍ରସ୍ତାବ ଦେବା ପରେ ଗେଟ୍‌ ଅବରୋଧକୁ ହଟାଇ ଦିଆଯାଇଛି। ଆଲୋଚନା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିବ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ପାରାଦୀପ ବନ୍ଦରର କ୍ଲିନ୍‌କାର୍ଗୋ ବର୍ଥ ପାଇଁ ପିଆଇସିଟି (ପାରାଦୀପ ଇଣ୍ଟର ନ୍ୟାଶନାଲ କାର୍ଗୋ ଟର୍ମିନାଲ) ୩୦ ବର୍ଷିୟା ବିଓଟି (ବିଲ୍ଡ ଅପରେଟ ଟ୍ରାନ୍ସଫର) ବ୍ୟବସ୍ଥାରେ ନେଇଛି। ସେଥିରେ ନିୟୋଜିତ ଶ୍ରମିକଙ୍କ ମଧ୍ୟରୁ ୬ଜଣଙ୍କୁ ଗତ ବର୍ଷକ ମଧ୍ୟରେ ବାହାର କରାଯାଇଛି। ସେମାନେ ହେଲେ ବି.ବେଣୁ, ବୈଦନାଥ ମଲ୍ଲିକ, ବାବୁଲି ମଣ୍ଡଳ, ଜ୍ଞାନ ମଲ୍ଲିକ, ପ୍ରତାପ ପ୍ରଧାନ ଓ ନିମାଇଁ ମହାନ୍ତି। ସେହି ୬ଜଣଙ୍କ ପୂର୍ବ କାମରେ ନିଯୁକ୍ତି ଓ ଅନ୍ୟ ସମସ୍ତ ଶ୍ରମିକଙ୍କ ଦରମା ନିୟମିତ ପ୍ରଦାନ କରିବା, ମାସକୁ ୨୬ ଦିନର କାମ ଯୋଗାଇଦେବା, ଇପିଏଫ୍‌, ଇଏସ୍‌ଆଇ ସୁବିଧା କରିବା, ସୁରକ୍ଷା ନିରାପତ୍ତା ସାମଗ୍ରୀ ଦେବା ଆଦି ଦାବିରେ ୟୁନିୟନର ଶତାଧିକ ଶ୍ରମିକ ସକାଳେ ପିଆଇସିଟି ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଥିଲେ। ପରେ ପ୍ରଶାସନିକ ଆଲୋଚନା ପ୍ରତିଶ୍ରୁତି ପାଇବା ପରେ ଫାଟକ ଅବରୋଧ ହଟିଛି। କିନ୍ତୁ ଆଲୋଚନା ହେବା ପର୍ଯ୍ୟନ୍ତ ଧାରଣା ବଳବତ୍ତର ରହିବ ବୋଲି ୟୁନିୟନ ସମ୍ପାଦକ ସନାତନ ବେହେରା କହିଛନ୍ତି। ଏ ପ୍ରସଙ୍ଗରେ କମ୍ପାନୀର ମାନବ ସମ୍ବଳ ଅଧିକାରୀ କୂଳମଣି ପଣ୍ଡାଙ୍କୁ ପଚାରିବାରେ, ସମ୍ପୃକ୍ତ ଶ୍ରମିକଙ୍କ ମଧ୍ୟରୁ ଜଣେ ବର୍ଷେ ତଳୁ ଗଞ୍ଜେଇ ବେପାର କରିବାରୁ ତାଙ୍କୁ ସମ୍ପୃକ୍ତ ଠିକାଦାର ବାହାର କରିଥିଲେ। କ୍ୟାପଟେନ୍‌ ତାଙ୍କ ଭାଷା ନ ବୁଝି ପାରିବା ସହ ମଦ ଦେଇ ନ ଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଶ୍ରମିକମାନେ ତାଙ୍କୁ ମାଡ଼ଗାଳି ଦେଇଥିଲେ। ଉକ୍ତ ଘଟଣା କମ୍ପାନୀ ଓ ଆମ ଦେଶକୁ ବଦନାମ୍‌ କରିଥିବାରୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ସୁପାରିସକ୍ରମେ ତାଙ୍କୁ କାମରୁ ବହାର କରାଯାଇଛି। ଯେତେେବେଳ ଏହି ଘଟଣା ଘଟିଥିଲା ସମ୍ପୃକ୍ତ ଶ୍ରମିକମାନେ ଅନ୍ୟ ଏକ ୟୁନିୟନରେ ସାମିଲ ଥିଲେ। ଏବେ ଡକ୍‌ ମଜଦୁର ସଂଘରେ ମିଶି ଏପରି ହଇରାଣ କରୁଛନ୍ତି। ସମସ୍ତ ଘଟଣା ପୂର୍ବରୁ ଏବଂ ଏବେ ପ୍ରଶାସନକୁ ଅବଗତ କରାଯାଇଛି। ଆସନ୍ତା ସପ୍ତାହରେ ପ୍ରଶାସନ ଯାହା କିଛି ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଡା ଯୋଗାଣରେ ଅନିୟମିତତା ନେଇ ଦିଗପହଣ୍ଡି ସିଡିପିଓଙ୍କ ବଦଳି

ଦିଗପହଣ୍ଡି,୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସିଡିପିଓ ଯଶୋବନ୍ତି ସାହୁଙ୍କୁ ହଠାତ୍‌ ବଦଳି କରାଯାଇ। ରବିବାର ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ପ୍ରକାଶ...

ପର୍ଯ୍ୟଟକଙ୍କୁ ଗୋପାଳପୁର ବେଳାଭୂମି ମନା

ଗଞ୍ଜାମ,୧୦।୫(ଡି.ଏନ୍‌.ଏ): ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅସାନି’ଏବେ ଉପକୂଳ ମୁହାଁ ହୋଇଛି। କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏହାର ପ୍ରଭାବରେ ଗୋପାଳପୁର ବେଳାଭୂମି ଅଶାନ୍ତ ହେଲାଣି।...

ଦାରିଙ୍ଗବାଡ଼ିରେ ଖସିଲା ପାରଦ: ବୃଦ୍ଧି ପାଉଛି ଶୀତ

ଦାରିଙ୍ଗବାଡ଼ି,୨୮ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରହିଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର...

ଆରପିଡିଏସି ବୈଠକ ଡାକ

ବଲାଙ୍ଗୀର ଅଫିସ, ୮ା୫: ଚଳିତବର୍ଷ ବହୁପ୍ରତୀକ୍ଷିତ ଲୋୟର ସୁୁକତେଲ ଡ୍ୟାମ୍‌ରେ ପାଣି ଗଚ୍ଛିତ ରଖାଯିବ ବୋଲି ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ସୂଚନା ଦିଆଗଲାଣି। ବଲାଙ୍ଗୀରର...

ଡ୍ରିଲିଂବେଳେ କାନ୍ଥ ଭୁଶୁଡ଼ିଲା: ଶ୍ରମିକ ମୃତ

କଟକ ଅଫିସ,୧୦ା୩: କଟକ ଶଙ୍କରପୁର ଢିଅସାହି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାନ୍ଥ ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଟକ ନୂଆରାଉସାପାଟଣା ଅଞ୍ଚଳର...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ମହିଳା, ଉଦ୍ଧାର କଲେ ଲାଇଫ୍‌ ଗାର୍ଡ

ପୁରୀ ଅଫିସ,୧୦।୧୦: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଗୁରୁବାର ଜଣେ ମହିଳା ଭାସି ଯାଇଥିଲେ। ତେବେ ବେଳାଭୂମିରେ ଉପସ୍ଥିତ ଲାଇଫ୍‌ ଗାର୍ଡ ତାଙ୍କୁ ଉଦ୍ଧାର କରିଛନ୍ତି।...

କହ୍ନେୟାଲାଲ୍‌ ହତ୍ୟା ଘଟଣାର ପ୍ରତିବାଦ

କେନ୍ଦୁଝର,୩୦ା୬(ସ୍ବ.ପ୍ର.): ରାଜସ୍ଥାନର ଉଦୟପୁରଠାରେ କହ୍ନେୟାଲାଲ୍‌ ହତ୍ୟା ଘଟଣା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ...

ଆଜି ରାଜ୍ୟରୁ ୧୪୯୭ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ କମୁନି

ଭୁବନେଶ୍ୱର,୭ା୨(ବ୍ୟୁରୋ): ସୋମବାର ରାଜ୍ୟରୁ ୧୪୯୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୮,୩୦୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

Advertisement
Archives

Model This Week