Posted inଖେଳ

ଚୋରି ହୁଏ ରୋହିତ, କୋହଲିଙ୍କ ବ୍ୟାଟ୍‌

ନୂଆଦିଲ୍ଲୀ,୧୧।୧- ସମସ୍ତ କ୍ରିକେଟ ପାଗଳ ଦେଶରେ ଭାରତୀୟ କ୍ରିକେଟ ଦଳର ପ୍ରଶଂସକ ସଂଖ୍ୟା ଖୁବ ଅଧିକ। ଦଳର ଖେଳାଳିଙ୍କ ନିକଟକୁ ଯିବା ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଦଳର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟ ଅଧିକାଂଶ ସମୟ ଚୋରି ହୁଏ। ଦଳର ଖେଳାଳିଙ୍କ ପାଇଁ ଚାରିଆଡ଼େ କଡ଼ାସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ଏହି ଘଟଣା ଘଟିଥାଏ। ଯେଉଁଠାରେ ତାଙ୍କ ସହ ପ୍ରଶଂସକମାନେ ସେଲ୍‌ଫି କିମ୍ବା ଅଟୋଗ୍ରାଫ ନେବା କଷ୍ଟସାଧ୍ୟ, ସେଠାରେ ଚୋରି ବି ସମ୍ଭବ ହୁଏ। ସିନିୟର ଖେଳାଳିଙ୍କ ବ୍ୟାଟ ଚୋରି ସମ୍ପର୍କରେ ଭାରତୀୟ ଦଳର ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଲୋକପ୍ରିୟ କମେଡି ଶୋ ‘ଦ କପିଲ ଶର୍ମା ଶୋ’ରେ ଏ କଥା କହିଛନ୍ତି। ସେ ନିଜେ ଅଧିନାୟକ କୋହଲି ଓ ଉପ ଅଧିନାୟକ ରୋହିତଙ୍କ ବ୍ୟାଟ ଚୋରେଇ ନିଅନ୍ତି ଓ ସେହି ବ୍ୟାଟରେ ଖେଳନ୍ତି। ସିନିୟର ଖେଳାଳିଙ୍କୁ ଜଣା ମୋ ନଜର ତାଙ୍କ ବ୍ୟାଟ ଉପରେ ଅଛି। ମାତ୍ର ସୁଯୋଗ ମିଳିବା କ୍ଷଣି ମୁଁ ବ୍ୟାଟ ଉଠାଇ ନିଏ ବୋଲି ଚହଲ ସ୍ବୀକାର କରିଛନ୍ତି। ଏତଦ୍‌ବ୍ୟତୀତ ଚହଲ ଭାରତୀୟ ଦଳର ଡ୍ରେସିଂ ଓ ଲକର ରୁମର ବହୁ ଘଟଣା ସମ୍ପର୍କରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାପାନ ପାରାବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଭୁବନେଶ୍ୱର, ୧୩।୧୧(କ୍ରୀଡ଼ା ପ୍ରତିନିଧି)-ଜାପାନ ପାରାବ୍ୟାଡ୍‌ମିଣ୍ଟନ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଚଳିତମାସ ୧୩ରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ଜାପାନର ଟୋକିଓସ୍ଥିତ ୨୦୨୦ ପାରାଅଲିମ୍ପିକ୍‌ ଗେମ୍‌ ପାଇଁ...

ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ଙ୍କୁ ପୁରସ୍କାରରେ ମିଳିଲା ‘୫ ଲିଟର ପେଟ୍ରୋଲ’, ଫଟୋ ଭାଇରାଲ ପରେ ଲୋକେ କହିଲେ…

ନୂଆଦିଲ୍ଲୀ,୨।୩: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିଛି ରାଜ୍ୟରେ ପେଟ୍ରୋଲ ଦାମ ଲିଟର ପ୍ରତି ୧୦୦...

ଧାଓ୍ବନଙ୍କ ଶତକ ସତ୍ତ୍ୱେ ଦିଲ୍ଲୀ ପରାସ୍ତ

ଦୁବାଇ, ୨୧।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଶିଖର ଧାଓ୍ବନଙ୍କ ଶତକ ସତ୍ତ୍ୱେ ଦିଲ୍ଲୀ କ୍ୟାପିଟାଲ୍ସ ପରାଜିତ ହୋଇଛି। ଅନ୍ୟପକ୍ଷରେ ୫ ଉଇକେଟରେ...

ଆର୍ମିରେ କ୍ରିକେଟର୍‌: ଧୋନୀ, କଟ୍ରେଲଙ୍କ ପରେ ପେରେରା

କଲମ୍ବୋ, ୧।୧- ଶ୍ରୀଲଙ୍କା କ୍ରିକେଟ୍‌ ଦଳର ବରିଷ୍ଠ ଅଲ୍‌ରାଉଣ୍ଡର ଥିସାରା ପେରେରା ଜଣେ ‘ମେଜର’ ଭାବେ ଶ୍ରୀଲଙ୍କା ଆର୍ମିରେ ଯୋଗ ଦେଇଛନ୍ତି। ୩୦ ବର୍ଷୀୟ ପେରେରା...

ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ : ରିଭ୍ୟୁରେ ହାରିଲେ ସାକ୍ଷୀ

ଦୁବାଇ, ୨୯।୫(ପି.ଟି.)- ଏଠାରେ ଚାଲିଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ର ଫାଇନାଲରେ ଭାରତର ସାକ୍ଷୀ ଚୌଧାରୀ (୫୪ କେଜି) ରିଭ୍ୟୁରେ ଲଢ଼େଇ ହାରି ଯାଇଛନ୍ତି। ମହିଳା ବାଣ୍ଟମଓ୍ବେଟ...

ଏହି କ୍ରିକେଟରଙ୍କ ମା’ଙ୍କ ପରଲୋକ

ଆଫଗାନିସ୍ତାନର ଷ୍ଟାର୍‌ କ୍ରିକେଟର ରଶିଦ ଖାନ୍‌ଙ୍କ ମା’ଙ୍କ ପରଲୋକ ଘଟିଛି। ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିଲେ। ଏନେଇ ରଶିଦ୍‌ ନିଜେ ଟୁଇଟ୍‌ କରି କହିଛନ୍ତି।...

୧୨ ଲକ୍ଷ ଟଙ୍କା ଜରିମାନା ଦେବେ ଏହି ଦଳର ଅଧିନାୟକ

ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ଡେଭିଡ ୱାର୍ଣ୍ଣରଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବରୁ ଦୁଇଟି ମ୍ୟାଚ ଜିତିଥିଲା। ପରାଜୟ...

ଷ୍ଟିଭ୍‌ ଓ୍ବ ମ୍ୟାନେଜରଙ୍କ ବଦାନ୍ୟତା

ମୁମ୍ବାଇ, ୧୮।୬ (ପି.ଟି.)-ଏକ ମହତ ଉଦ୍ଦେଶ୍ୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ଓ୍ବଙ୍କ ମ୍ୟାନେଜର ହର୍ଲେ ମେଡ୍‌କାଫ୍‌ ଭାରତର ଶାରୀରିକ ଅନଗ୍ରସର କ୍ରିକେଟରଙ୍କୁ ୧.୫...

Advertisement
Archives

Model This Week