ଚୋରି ସନ୍ଦେହରେ ଥାନାକୁ ଡାକି ପିଟିଲେ ଏସ୍‌ଆଇ

ବାଲିକୁଦା,୨୪ା୨(ସ୍ବ.ପ୍ର.): ବନ୍ଦର ସାମୁଦ୍ରିକ ଥାନା ଅଧୀନ ନହରଣା ବଜାରରେ ହୋଇଥିବା ଚୋରି ଘଟଣା ଭିନ୍ନ ମୋଡ ନେଇଛି। ଏହି ଚୋରି ଘଟଣାରେ ନହରଣା ଗ୍ରାମର ବୀରବର ପରିଡାଙ୍କ ପୁଅ ଲୁଲୁ ସମ୍ପୃକ୍ତ ଥିବା ସନ୍ଦେହ କରି ପୋଲିସ ତାଙ୍କୁ ୨୨ ତାରିଖ ଦିନ ଥାନାକୁ ଡାକିଥିଲା। ଲୁଲୁ ଓ ତାଙ୍କ ବାପା ଆସି ଥାନାରେ ପହଞ୍ଚତ୍ଥିଲେ। ପରେ ଥାନା ଏସ୍‌ଆଇ ରାମସିଂ ହେମ୍ବ୍ରମ ବାପପୁଅଙ୍କୁ ପଚରା ଉଚରା କରିଥିଲେ। ତବେ ପ୍ରଶ୍ନ ଉତ୍ତରେ କିଛି ଅସୁବିଧା ହେବାରୁ ଏସ୍‌ଆଇ ରାମସିଂ ରାଗି ଯାଇ ଲାଠିରେ ଲୁଲୁଙ୍କୁ ଅତି ଅମାନୁଷିକ ଭାବେ ପିଟିଥିଲେ। ଲୁଲୁଙ୍କ ବାପା ପୁଅକୁ ମାଡ଼ ନ ମାରିବା ପାଇଁ ରାମସିଂଙ୍କୁ ନେହୁରା ହୋଇଥିଲେ ମଧ୍ୟ ସେ ଶୁଣି ନ ଥିଲେ। ପୁଅ ମାଡ଼ ଖାଉଥିବା ଦେଖି ବାପା ଥାନା ଭିତରେ ସଂଜ୍ଞାହୀନ ହୋଇ ପଡିଥିଲେ। ରାମସିଂ ଏତେ ମାଡ଼ ମାରିବା ପରେ ମଧ୍ୟ ଲୁଲୁଙ୍କଠାରୁ ଚୋରି ସମ୍ପର୍କରେ କୌଣସି ସୂଚନା ପାଇ ପାରି ନ ଥିଲେ। ଶେଷରେ ତାଙ୍କୁ ଛାଡ଼ି ଦେଇଥିଲେ। ରାମସିଂଙ୍କ ମାଡ଼ରେ ଲୁଲୁ ଗୁରୁତର ହୋଇଛନ୍ତି। ରବିବାର ପରିବାର ଲୋକେ ତାଙ୍କୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଏକ୍ସରେ ପାଇଁ ତାଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ରେଫର କରିଛନ୍ତି। ଅନ୍ୟପକ୍ଷରେ ଏହି ମାଡ଼ ଘଟଣା ନେଇ ଲୁଲୁଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ବିଭାଗୀୟ ମୁଖ୍ୟ ଜାଣିଲେ କାଳେକିଛି ଅସୁବିଧା ହେବ ସେହି ଡର ଏବେ ଏସ୍‌ଆଇ ରାମସିଂଙ୍କୁ ଘାରିଛି। ସମ୍ପୃକ୍ତ ଯୁବକଙ୍କୁ ଭୁଲରେ ମାଡ଼ ମାରିଥିବା ସେ ସ୍ବୀକାର କରିବା ସହିତ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଜରିଆରେ ମାମଲା ସମାଧାନ କରିବାକୁ ଅଣ୍ଟା ଭିଡିଛନ୍ତି। ଏଠି ପ୍ରଶ୍ନଉଠୁଛି ପୋଲିସ ଜନତାକୁ ସୁରକ୍ଷା ଦେବା ବଦଳରେ ଅତ୍ୟାଚାର କରୁଛି। ସରକାରଙ୍କ ଆମ ପୋଲିସ ଏଠି କିପରି ଚାଲୁଛି ତାହା ସହଜେ ଅନୁମେୟ। ଏଭଳି ଘଟଣାରେ ଉଚ୍ଚ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି ତା’ହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସମ୍ପୃକ୍ତ ଅଧିକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଜନ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଚେତବାନୀ ଦିଆଯାଇଛି। ଏ ସମ୍ପର୍କରେ ଏସଆଇ ହେମ୍ବ୍ରମଙ୍କୁ ପଚାରିବାରୁ ସେ କହିଥିଲେ, ଥାନାରେ ସମ୍ପୃକ୍ତ ଯୁବକ ଆମକୁ ନାଲି ଆଖି ଦେଖାଇ କଥା ବର୍ତ୍ତା କରିଥିଲେ। ମୁଁ ଚୋରି କରିଛି ବୋଲି ଯଦି ପ୍ରମାଣ କିଏ ଦିଏ ତା’ହେଲେ ତାଙ୍କୁ ସବୁଦିନ ପାଇଁ ଶେଷ କରିଦେବି ବୋଲି ଧମକ ଦେଇଥିଲେ। ଏଥିରେ ମୁଁ ରାଗିଯାଇ ତାଙ୍କୁ ମାଡ଼ ମାରିଛି। କିନ୍ତୁ ଏହାମୋର ଭୁଲ। ତାଙ୍କ ମେଡିକାଲ ଖର୍ଚ୍ଚ ଯାହା ହୋଇଥିବ ପରିଷୋଧ କରିବି ବୋଲି ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ବନ୍ଦର ସାମୁଦ୍ରିକ ଥାନା ଅଧୀନ ନହରଣା ବଜାରରେ ଥିବା ଏକ ସାଇକେଲ ଓ ମୋଟର ସାଇକେଲ ମରାମତି ଦୋକାନରେ୨୦ ତାରିଖ ରାତିରେ ଚୋରି ହୋଇଥିଲା। ଏ ସମ୍ପର୍କରେ ଦୋକାନ ମାଲିକ ଅଭୟ ମୁଦୁଲି ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ଉକ୍ତ ଘଟଣାରେ ୧୦/୨୦ରେ ମାମଲା ରୁଜୁ କରାଯାଇଥିଲା। ୨୨ ତାରିଖରେ ଏହି ଘଟଣାରେ ସନ୍ଦେହ କରି ଲୁଲୁଙ୍କୁ ପୋଲିସ ଥାନାକୁ ଡିକିଥିଲା। ଲୁଲୁଙ୍କ ସହିତ ତାଙ୍କ ବାପା ମଧ୍ୟ ଆସିଥିଲେ। ମାତ୍ର ଥାନାରେ ଏସ୍‌ଆଇ ବାପ ପୁଅଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାକୁ ବୀରବର ବିରୋଧ କରିଥିଲେ। ତେଣୁ ରାଗିଯାଇ ଏସ୍‌ଆଇ ମାଡ଼ ମାରିଥିବା ଲୁଲୁଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହି ଘଟଣା ପରେ ଥାନାରେ ଲାଗୁ କରାଯାଇଥିବା ମୋ ସରକାର ଓ ୫-ଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri