ଚୋରି ଉଦ୍ୟମ ପଣ୍ଡ: ଚୋରକୁ ଗୋଡ଼ାଇ ଧରିଲେ ଲୋକେ

ରସୁଲପୁର,୨୨।୧୧(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ବାଲିଆପଶି ଗ୍ରାମରେ ଗୁରୁବାର ରାତି ସାଢେ ୯ଟାରେ ଚୋରି ଉଦ୍ୟମ ପଣ୍ଡ ହୋଇଛି। ଗାଁ ଲୋକେ ଚୋରକୁ ଗୋଡାଇ ଗୋଡାଇ ବିଲ ମଝିରେ କାବୁ କରିବାକୁ ସକ୍ଷମ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଗାଁ ଲୋକେ ଚୋରକୁ ପୋଲିସ ଜିମା ଦେଇଥିଲେ।
ପ୍ରକାଶ ଯେ, ଯାଜପୁର ରୋଡ ଥାନା ଲକ୍ଷ୍ମୀନଗର ଗ୍ରାମର ଶ୍ରୀକାନ୍ତ ସାହୁ(୨୨) ବାଲିଆପଶି ଗ୍ରାମର ବ୍ରହ୍ମନନ୍ଦ ତ୍ରିପାଠୀଙ୍କ ଘରୁ ଚୋରି କରିବା ଉଦ୍ଦେଶ୍ୟରେ ଛାତ ଉପରକୁ ଚଢି ଯାଇଥିଲେ। ଘରର ଝରକା କବାଟ ଖୋଲୁଥିବାବେଳେ ପରିବାର ଲୋକେ ଏହା ଦେଖି ପାଟି କରିବାରୁ ଶ୍ରୀକାନ୍ତ ଛାତ ଉପରୁ ତଳକୁ ଡେଇଁ ପଳାଇବାକୁ ଉଦ୍ୟମ କରୁଥିଲେ। ତାଙ୍କୁ ପିଛା କରି ଗାଁ ଲୋକେ ଦୌଡି ଦୌଡ଼ି ପ୍ରାୟ ୧ କି.ମି. ଦୂରରେ ଏକ ବିଲ ମଝିରେ ତାଙ୍କୁ କାବୁ କରିବା ସହ ପୋଲିସ ଜିମା ଦେଇଥିଲେ। ପୋଲିସ ଚୋରକୁ ନିଜ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବାପଝିଅଙ୍କୁ ଆକ୍ରମଣ: ଗଛରେ ବାନ୍ଧି ଗୋବରପାଣି ପିଆଇଲେ

ସଜନାଗଡ଼, ୧୫।୬(ଡି.ଏନ.ଏ.)-ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଏବେବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ବସା ବାନ୍ଧି ରହିଛି। ଏହାକୁ ପାଥେୟ କରି ସମାଜରେ ବିଭିନ୍ନ ଅଭାବନୀୟ...

ଲଗାଣ ବର୍ଷା : ଫୁଲୁଛି ମହାନଦୀ, ତେଲନଦୀ

ସୋନପୁର,୨୮।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଜିଲାରେ ପ୍ରବାହିତ ମହାନଦୀ, ତେଲନଦୀ, ଅଙ୍ଗନଦୀ, ସୁକତେଲ, ନିବୃତ୍ତି ଯୋର ଓ ଅନ୍ୟ...

ହାଇକୋର୍ଟରେ ରିପୋର୍ଟ ଦାଖଲ

କଟକ ଅଫିସ,୧୬ା୧୨: ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସମ୍ପର୍କିତ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ୩୦ଟି ଜିଲାର ଆଇନସେବା ପ୍ରାଧିକରଣ(ଡିଏଲଏସଏ) ପକ୍ଷରୁ...

୩ କ୍ୟାମ୍ପ୍‌ରେ ରହିଲେ ରାଜ୍ୟ ବାହାରର ୧୨୧ ଶ୍ରମିକ

ବାରଙ୍ଗ,୧ା୪(ଡି.ଏନ୍‌.ଏ)- ଚନ୍ଦକା ଥାନା ଅଧୀନରେ ହୋଇଛି ୩ଟି ଆଶ୍ରୟସ୍ଥଳୀ। ମେଣ୍ଢାଶାଳ ଓ ଛତାବର ପଂଚାୟତ ଅଧୀନରେ ଥିବା ଏହି ଆଶ୍ରୟସ୍ଥଳୀରେ ରାଜ୍ୟବାହାର ୧୨୧ଜଣ ଶ୍ରମିକଙ୍କୁ ଚନ୍ଦକା...

ସରିଲା ଜଉକଣ୍ଢେଇ ବାହାଘର : ବରଘର ପକ୍ଷରୁ ‘ରକ୍ତ ଦେବି ଜୀବନ ବଞ୍ଚାଇବି’ କାର୍ଯ୍ୟକ୍ରମ

ବାଲେଶ୍ୱର ଅଫିସ, ୧।୬-ବାଲେଶ୍ୱରର ଲୋକପର୍ବ ଜଉକଣ୍ଡେଇ ବାହାଘର ଉତ୍ସବ କମିଟି ପକ୍ଷରୁ ସମ୍ପନ୍ନ ହୋଇଛି। କନ୍ୟା ଟୁସୁକୁ ଧରି ବର ଶଙ୍କର ଗାନ୍ଧୀ ସ୍ମୃତିଭବନସ୍ଥିତ ଘରେ...

ବିଦ୍ୟୁତ ବିଭାଗର ମନମାନି : ବିନା ସୂଚନାରେ ସଂଯୋଗ ବିଚ୍ଛିନ୍ନ, ଉପଭୋକ୍ତା ମହଲରେ ଅସନ୍ତୋଷ

ଆନନ୍ଦପୁର,୩୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ବିଦ୍ୟୁତ୍‌ ବିଭାଗର ମନମାନି ଯୋଗୁ ଉପଭୋକ୍ତା ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ବିନା ସୂଚନାରେ ବାରମ୍ବାର ବିଦ୍ୟୁତ୍‌...

କପ୍ତିପଦାରେ ଗଣ ମହୋତ୍ସବ ‘ବିରାଟ’ ଉଦଘାଟିତ: ’ମହୋସତ୍ବ ମାଧ୍ୟମରେ ସବୁ ବିଭେଦର ବିଲୟ ଘଟେ’

କପ୍ତିପଦା,୧୯ା୬(ଡ଼ି.ଏନ୍‌.ଏ)- ମହୋତ୍ସବ ମାଧ୍ୟମରେ ଜାତିବାଦ, ଆତଙ୍କବାଦ, ସନ୍ତ୍ରାସବାଦ ଭଳି ସବୁ ବିଭେଦର ବିଲୟ ଘଟେ । ସମଗ୍ର ବିଶ୍ୱରେ ଭାରତ ହିଁ ଅନନ୍ୟ ତାର ବିଶ୍ୱ...

ଏନ୍‌ଏସି ପ୍ରଶାସନ ପକ୍ଷରୁ ଥର୍ମାଲ ସ୍କ୍ରିନିଂ ଟେଷ୍ଟିଂ ଆରମ୍ଭ

ବୁଗୁଡ଼ା,୨୨।୫(ଡି.ଏନ୍‌.ଏ): ରାଜ୍ୟରେ ମହାମାରୀ କରୋନାର ଦ୍ବିତୀୟ ଲହର ଅତି ଭୟଙ୍କର ହେବାରେ ଲାଗିଛି। ଏହାକୁ ମୁକାବିଲା କରିବା ପାଇଁ ଏନ୍‌ଏସି ପ୍ରଶାସନ ପକ୍ଷରୁ ଘରକୁ ଘର...

Advertisement
Archives

Model This Week