ଚୋରା ବାଲି ଚାଲାଣ ଯୋଗୁ ନଷ୍ଟ ହେଉଛି ଘେରିବନ୍ଧ

ଯାଜପୁର ଟାଉନ,୪-୯(ଡି.ଏନ୍‌.ଏ.)- ଚୋରା ବାଲି ଚାଲାଣ ଯୋଗୁ ଜଳସମ୍ପଦ ବିଭାଗର ୧୯କୋଟି ଟଙ୍କା ବ୍ୟୟରେ ନିର୍ମିତ ଘେରିବନ୍ଧ ନଷ୍ଟ ହେଉଛି। ଯାଜପୁର ବ୍ଲକ ଅଧିନସ୍ଥ ପଣସା ପଞ୍ଚାୟତର ବୈତରଣୀ ପଠାରୁ ଦୀର୍ଘବର୍ଷ ଧରି ଚୋରା ବାଲି ଚାଲାଣ କରାଯାଉଛି। ପ୍ରାୟ ଦୈନିକ ଶହଶହ ଟ୍ରାକ୍ଟର ଚୋରା ବାଲି ମାଫିଆଙ୍କ ଦ୍ୱାରା ଉଠା ଯାଉଥିବାବେଳେ ରାସ୍ତା ସବୁ ନଷ୍ଟ ହେଇଯାଉଛି। ଯାଜପୁର ତହସିଲ ଅଧୀନସ୍ଥ ପଣସା ପଞ୍ଚାୟତର ବୈତରଣୀ ନଦୀପଠାରୁ ବିଭିନ୍ନ ସ୍ଥାନକୁ ବାଲି ଉଠାଯାଇ ଚୋରାଚାଲାଣ କରାଯାଉଛି। କେତେକ ସ୍ଥାନରେ ଅସ୍ଥାୟୀ ପରମିଟ୍‌ ପ୍ରଦାନ କରାଯାଉଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଯାଜପୁର ତହସିଲ ହରାଉଛି। ସ୍ଥାନୀୟବାସିନ୍ଦା ଏ ସମ୍ପର୍କରେ ଜିଲାପାଳ ଓ ତହସିଲଦାରଙ୍କୁ ଅଭିଯୋଗ କରୁଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ତହସିଲଦାର କେବଳ କିଛି ଚୋରାବାଲି ଚାଲାଣ କରୁଥିବା ଟ୍ରାକ୍ଟରକୁ ଜବତ କରି ଅଳ୍ପ ଜରିମାନା ନେଇ ଛାଡ଼ି ଦେଇଥାନ୍ତି। ବାଲି ଚୋରା ଚାଲାଣ କରୁଥିବା ବ୍ୟକ୍ତିମାନେ ଶାସକଦଳର କର୍ମୀ ହୋଇଥିବାବେଳେ ନେତାମାନେ ସେମାନଙ୍କୁ ସୁରକ୍ଷା ଯୋଗାଉଥିବା ମଧ୍ୟ ଅନେକ ସମୟରେ ଅଭିଯୋଗ ହେଉଛି। ବୈତରଣୀ ପଠାରୁ ବାଲି ଉଠାଯାଇ ଅହରହ ଚୋରା ଚାଲାଣ ଚାଲିବା କାରଣରୁ ଯାଜପୁର ଜଳସମ୍ପଦ ବିଭାଗ ପକ୍ଷରୁ ୧୯କୋଟି ଟଙ୍କାର ବ୍ୟୟରେ ପଣସା ପଞ୍ଚାୟତରେ ନିର୍ମାଣ ହୋଇଥିବା ଘେରିବନ୍ଧ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ଏହି ଘେରିବନ୍ଧ ଉପରେ ପଣସା ପଞ୍ଚାୟତର ବେହେରାପାଟଣା , ବାରଭାଗିଆ, ନୁଆକୂଳ, ବଳିଘାଇ, କୁଶି , କୁମ୍ଭାରସାହି, ପାଟପୁର ଓ ରଘୁନାଥପୁରର ୮ହଜାର ଲୋକ ନିର୍ଭର କରିଥାନ୍ତି। ବାଲି ବୋଝେଇ ଗାଡ଼ି ଯାଇଯାଇ ରାସ୍ତାର ଅବସ୍ଥା ଏପରି ହୋଇପଡ଼ିଛି ଯେ, ସେହି ବାଟରେ ଗାଡ଼ିରେ କ’ଣ ପାଦରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାର ସୁନୀଲ କୁମାର ମେହେରଙ୍କୁ ପଚାରିବାରେ ଚୋରାବାଲି ଉଠାଉଥିବା କଥାକୁ ସ୍ବୀକାର କରିବା ସହ ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ଚୋରା ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଜରିମାନା ଆଦାୟ କରାଯାଉଛି ବୋଲି କହିଛନ୍ତି। ଏପରି କି ବର୍ଷାଦିନ ପରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯିବ ବୋଲି ମେହେର କହିଛନ୍ତି। ପଣସା ଘେରିବନ୍ଧ ଦୂରାବସ୍ଥା କଥା ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ଧନେଶ୍ୱର ସାମଲଙ୍କୁ ପ୍ରଶ୍ନକରିବାରୁ ଏ ସମ୍ପର୍କରେ ନିର୍ଦ୍ଧିଷ୍ଟ କୌଣସି ଅଭିଯୋଗ ଆସିନାହିଁ ଯଦି ଅଭିଯୋଗ ଆସେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେବେ ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ପଣସା ପଞ୍ଚାୟତ ଘେରିବନ୍ଧ ନିର୍ମାଣ କରାଯାଇଥିବାବେଳେ ଏହାକୁ କିଛି ମୁଷ୍ଟିମେୟ ଚୋରାବାଲି ଚାଲାଣକାରୀ ନଷ୍ଟ କରୁଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିଆ ହୋଇପାରୁନି କୋରେଇ ଭବନ

ଯାଜପୁର ଅଫିସ,୨୬ା୭:ରାଜନୈତିକ ଓ ପ୍ରଶାସନିକ ଉଦାସୀନତାର ଅନ୍ୟ ଏକ ଉଦାହରଣ ଯାଜପୁର ଜିଲା କୋରେଇ ବ୍ଲକରେ ଦେଖିବାକୁ ମିଳିଛି। ଜିଲାର ଅନ୍ୟ ନିର୍ବାଚନ ମଣ୍ଡଳୀ ନାମରେ...

ପ୍ରେମିକାଙ୍କୁ ବାହାହେବାକୁ ମନା କରିବାରୁ ଜୀବନ ଗଲା

ଦଶରଥପୁର,୩୧ା୫(ଡି.ଏନ୍‌.ଏ.): ପ୍ରେମିକାଙ୍କୁ ବାହାହେବାକୁ ମନା କରିବାରୁ ପ୍ରେମିକଙ୍କ ଜୀବନ ଯାଇଛି। ପୋଲିସ ତାଙ୍କ ମା’ବାପାଙ୍କୁ ଥାନାକୁ ନେଇ ନିର୍ଯାତନା ଦେଇଥିବାରୁ ଏହା ଯୁବକଙ୍କୁ ଗଭୀର ଆଘାତ...

ଯାଜପୁରରେ ୫୪ରେ ପହଞ୍ଚିଲା କରୋନା ପଜିଟିଭ୍‌ଙ୍କ ସଂଖ୍ୟା: ନୂଆ ଆକ୍ରାନ୍ତ ୬୫ ବର୍ଷୀୟ ବୃଦ୍ଧ,କୋଲକାତାରୁ ଫେରିଥିଲେ

ଭୁବନେଶ୍ୱର(ବ୍ୟୁରୋ),୬।୫: ଯାଜପୁରରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ୬୫ ବର୍ଷୀୟ ବୃଦ୍ଧ। ସେ କୋଲକାତାରୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ବୁଧବାର ସେ ପଜିଟିଭ୍‌ ଜଣାପଡ଼ିବା ପରେ...

ବିବାହ ବାହାନାରେ ରାଜସ୍ଥାନକୁ ମହିଳା ଚାଲାଣ

ଯାଜପୁର ଅଫିସ,୨୬ା୫: ପ୍ରଶାସନ ଓ ପୋଲିସର ଦୃଷ୍ଟି ଆଢ଼ୁଆଳରେ ବିବାହ ଆଳରେ ଗରିବ ଯୁବତୀ ଓ ମହିଳାମାନଙ୍କୁ ବିଭିନ୍ନ ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି।...

ବାହାହେବାକୁ ଜିଦ୍‌ ଧରିବା କାଳ ହେଲା: ଶୁଭଶ୍ରୀଙ୍କୁ ହତ୍ୟା କରିଥିଲେ ପ୍ରେମିକ

ଯାଜପୁର ଟାଉନ, ୧୭।୪(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ୱର ଗ୍ରାମ ନିକଟ ପୋଖରୀରୁ ଗତ ୮ ତାରିଖରେ ମିଳିଥିଲା ନରକଙ୍କାଳ। ଓଢ଼ଣୀରୁ ଉକ୍ତ କଙ୍କାଳ...

ବୈତରଣୀ କୂଳ ପାଲଟିଛି ଗଞ୍ଜେଇ ଆଡ୍ଡା

ଯାଜପୁର ଟାଉନ,୧୯ା୧୦(ଡି.ଏନ୍‌.ଏ.): ଯାଜପୁର ସହରରେ ଗଞ୍ଜେଇ ଖୁଲମଖୁଲା ବିକ୍ରି ହେଉଛି। କମ ପରିଶ୍ରମରେ ଅଧିକ ଲାଭ ଆଶାରେ ଯୁବପିଢ଼ି ଗଞ୍ଜେଇ ଚୋରା ବ୍ୟବସାୟ କରୁଥିବା ବେଳେ...

ହଷ୍ଟେଲରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ

କୋରେଇ/ରଗଡ଼ି,୨୯ା୩(ଡି.ଏନ.ଏ.): ମନରେ ଭରି ରହିଥିଲା ଅମାପ ସ୍ବପ୍ନ। ଜଣେ ଭଲ ଇଞ୍ଜିନିୟର ହୋଇ ପରିବାରର ଆର୍ଥିକ ଅନଟନକୁ ଦୂର କରିବେ ବୋଲି ସେ ବହୁ ଆଶା...

ନଦୀଜଳ ଉପରେ ଶିଳ୍ପ ବୋଝ

ଯାଜପୁର ଅଫିସ,୨୦ା୧୨:ଖରାଦିନେ ନଦୀ ଜଳସ୍ରୋତ ବହୁଳମାତ୍ରାରେ ହ୍ରାସ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ୧୦ରୁ ଊର୍ଦ୍ଧ୍ୱ ଶିଳ୍ପ କମ୍ପାନୀ ବ୍ରାହ୍ମଣୀ ନଦୀଜଳ ଉପରେ ନିର୍ଭର କରୁଛନ୍ତି।...

Advertisement
Archives

Model This Week