ଚୋରାମଦ ବିକ୍ରିକୁ ମହିଳାଙ୍କ ବିରୋଧ

ପଦ୍ମପୁର, ୧୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତ କୁସୁନବିନ୍ଧା ଗ୍ରାମରେ ମଦବିରୋଧୀ ଅଭିଯାନ ଜୋର ଧରିଛି। ବୁଧବାର ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟାମାନେ ଦୋକାନରେ ଚଢ଼ାଉ କରି ଚୋରା ମଦ ବିକ୍ରିକୁ ବିରୋଧ କରିଛନ୍ତି। ଗ୍ରାମର ଜଣେ ବ୍ୟକ୍ତି ଦୀର୍ଘଦିନ ଧରି ବାଲେଶ୍ୱର ଜିଲାରୁ ଚୋରାରେ ଦେଶୀମଦ ଆଣି ବିକ୍ରି କରୁଥିଲେ। ଫଳରେ ଗ୍ରାମର କିଶୋର, ଯୁବକମାନେ ମଦ ପିଇ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କରିବା ସହ ମାର୍‌ପିଟ୍‌ କରୁଥିଲେ। ଗ୍ରାମରେ ଥିବା ୧୨ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀର ଶତାଧିକ ସଭ୍ୟା ବାରମ୍ବାର ତାଙ୍କୁ ମଦ ବିକ୍ରି ନ କରିବାକୁ ବୁଝାଇଥିଲେ। ହେଲେ ସେ କାହାରି କଥା ନ ଶୁଣି ମଦବିକ୍ରି ଜାରି ରଖିଥିଲେ। ଶତାଧିକ ମହିଳା ବୁଧବାର ମଧ୍ୟାହ୍ନରେ ସେଠାରେ ପହଞ୍ଚି ସେ ବିକ୍ରି କରୁଥିବା ବେଳେ ୪ ଲିଟର ଦେଶୀମଦ ଓ ଗ୍ଲାସ ଛଡ଼ାଇ ଆଣିଥିଲେ। ଏହାକୁ ନେଇ ମଦ ବିକ୍ରେତା ମହିଳାମାନଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି। ମହିଳାମାନେ ଏକାଠି ହୋଇ ଗ୍ରାମରେ ଚୋରାମଦ ବିକ୍ରି କରୁଥିବା ଦୁଇ ବ୍ୟକ୍ତିଙ୍କ ନାମରେ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ସେମାନେ ଜବତ କରିଥିବା ମଦକୁ ପୋଲିସ ଜିମା ଦେଇଛନ୍ତି। ଚୋରାମଦ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ମହିଳାମାନେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଏହି ମଦ ବିରୋଧୀ ଆନ୍ଦୋଳନରେ କୁସୁନବିନ୍ଧାର ମା’ ତାରିଣୀ, ମଙ୍ଗଳା, ଜଗନ୍ନାଥ, ପଶ୍ଚିମା, ଗାୟତ୍ରୀ, ଲକ୍ଷ୍ମୀ, କାଳିକା, ଆଙ୍କୁଡେଶ୍ୱରୀ, ଲକ୍ଷ୍ମୀ ଦଧିବାମନଜୀଉ, ଦୁର୍ଗା, ଶ୍ରୀଜଗନ୍ନାଥ ଆଦି ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟା ସାମିଲ ଥିଲେ। ପ୍ରକାଶ ଯେ, ମହିଳାମାନେ ମଦ ଜବତ କରି ଅବକାରୀ ବିଭାଗ ଓ ଥାନାକୁ ଫୋନ ଯୋଗେ ଜଣାଇଥିଲେ ମଧ୍ୟ ଘଟଣାସ୍ଥଳରେ କେହି ପହଞ୍ଚି ନ ଥିଲେ। ଜିଲାରେ ଅବକାରୀ ବିଭାଗ ଚୋରାମଦ ବେପାରୀଙ୍କଠାରୁ ମାସିକିଆ ବଟି ନେଇ ଚୁପ୍‌ ହୋଇ ବସିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦିନରେ କରତକଳ ଶ୍ରମିକ

ବାଲେଶ୍ୱର ଅଫିସ, ୭।୧୨- ବାଲେଶ୍ୱର ଜିଲାର କାଠ ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ବର୍ଗର ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ପରିବାର...

କୁଶଗଡ଼ ଜଙ୍ଗଲରେ ୧୫ରୁ ଊର୍ଦ୍ଧ୍ୱ ହାତୀ

ଜଳେଶ୍ୱର, ୨୨।୫(ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କୁଶଗଡ଼ ଫାଣ୍ଡି ଅଧିନ କୁଶଗଡ଼ ଜଙ୍ଗଲରେ ମଙ୍ଗଳବାର ଭୋର୍‌ରୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୫ରୁ ଊର୍ଦ୍ଧ୍ୱ ହାତୀ ରହିଥିବା ଜଣାପଡିଛି।...

ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ: ଉଠାଦୋକାନୀ ସଂଘ ପକ୍ଷରୁ ବିରୋଧ

ବାଲେଶ୍ୱର ଅଫିସ, ୯।୧: ବାଲେଶ୍ୱର ସହରର ମୁଖ୍ୟ ରାସ୍ତା ବିବେକାନନ୍ଦ ରୋଡ୍‌ର ସିନେମା ଛକଠାରୁ ପାଣି ଟାଙ୍କି ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠାଦୋକାନୀ ଓ...

ପରିବାର ମଙ୍ଗଳ ଯୋଜନା ଦିଗହରା

ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱର ଜିଲାରେ ପରିବାର ମଙ୍ଗଳ ଯୋଜନା ଦିଗହରା ହୋଇପଡ଼ିଛି। ମୃତ୍ୟୁର ୪ବର୍ଷ ପରେ ବି ହିତାଧିକାରୀଙ୍କୁ ଏହି ଯୋଜନାରେ ସହାୟତା ପ୍ରଦାନ କରା...

ପରିତ୍ୟକ୍ତ ସ୍ଲୁଇସ୍‌ ଗେଟ, ନଦୀ ପଡ଼ିଛି ଶୁଖିଲା

ଧାମନଗର, ୨୩।୫ (ଡି.ଏନ.ଏ.) – ଭଦ୍ରକ ଜିଲାର ନଈନାଳ ଘେରା ଧାମନଗର ବ୍ଲକରେ ଜଳସେଚନ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଲାଗି ନଦୀରେ ଚେକ୍‌ ଡ୍ୟାମ, ସ୍ଲୁଇସ...

ମହିଳାଙ୍କୁ ତିନି ତଲାକ୍‌ : ୪ ମାସର ଶିଶୁକନ୍ୟାଙ୍କୁ ଧରି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ଭୋଗରାଇ,୧୨ା୮(ଡି.ଏନ୍‌.ଏ.): ମୁସଲିମ୍‌ ଆଇନରେ ତିନି ଥର ତଲାକ୍‌ ଉଚ୍ଚାରଣ କରି ଛାଡ଼ପତ୍ର ଦେବା ବେଆଇନ ଓ ଦଣ୍ଡନୀୟ ଅପରାଧ ବୋଲି ନିକଟରେ ଆଇନରେ ପରିଣତ ହୋଇଛି।...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟାଟା ଏସି

ପାଟଣା,୩୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଆହତ ହୋଇଥିବା...

ଭିଜିଲାନ୍ସ ଜାଲରେ କପ୍ତିପଦା ଫରେଷ୍ଟର

କପ୍ତିପଦା,୬ା୨(ଡି.ଏନ୍‌.ଏ)- ଏକ ପୁରୁଣା ମାମଲାରେ ଦୋଷୀଙ୍କୁ ଗିରଫ ନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମୟୂରଭଞ୍ଜ ଜିଲା କପ୍ତିପଦା ଫରେଷ୍ଟର...

Advertisement
Archives

Model This Week